ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍ ପଡି ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମ ଗୁଡିକର ଅନେକ ଚାଷୀ ଏଭଳି ସମସ୍ୟାରେ ପଡିଛନ୍ତି। ସେମାନଙ୍କର ପ୍ରାୟ ୨୫ହଜାର ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇ ପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧି, ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଫଳରେ ଚାଷୀମାନେ ଗତମାସ ୯ତାରିଖରୁ ଧାନ ଗଦା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନରାତି ଧାରଣାରେ ବସିଛନ୍ତି।

ତଥାପି ସେମାନଙ୍କ ସମସ୍ୟା ଅସମାହିତ ରହିଛି। ଅନ୍ୟପଟେ ଧାରଣାରତ ଚାଷୀଙ୍କ ଦୁଃଖ ବଢି ଚାଲିଛି। ଝଡବର୍ଷା, କରାମାଡ, ଖରା ସତ୍ତ୍ବେ ନିଜର ହକ୍ ଦାବିରେ ସେମାନେ ଧାରଣା ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ଗ୍ରାମରେ ଘରକୁ ଘର ବୁଲି ଡାଲି, ଚାଉଳ, ପରିବା ସଂଗ୍ରହ କରୁଛନ୍ତି ଏବଂ ଧାରଣାସ୍ଥଳରେ ଚୂଲି ଦ୍ବାରା ରୋଷେଇ କରି ଭୋଜନ କରୁଛନ୍ତି। ତେବେ ଏଭଳି ଭାବରେ ଧାରଣାକୁ ମାସେ ବିତିଯାଇ ଥିଲେ ସୁଦ୍ଧା ସରକାରୀ କଳ ସେଥିପ୍ରତି ନିର୍ବିକାର ରହିବା ବିଡମ୍ବନାର ବିଷୟ ହୋଇ ପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେପୁଟି କମିଶନର କରାଇଲେ ଶପଥ, ଦିଗପହଣ୍ଡି ଅଞ୍ଚଳରେ…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):  ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର , ସ୍ବଚ୍ଛ ଓ ଆଦର୍ଶ ଜିଲା ରେ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

୧୫୦ବର୍ଷ ପରେ ଓଡ଼ିଶାକୁ ଆସୁଛି ମହାବିପଦ! ଡରାଇଲା ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର,୧୯।୫: ଆସୁଛି ସୁପର୍ ଏଲ-ନିନୋ, ଜୁନରୁ ହେବ ଆକ୍ଟିଭ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଲେ ସୁପର ଏଲ-ନିନୋ ପ୍ରଭାବରେ ମୌସୁମି…

କୁମ୍ଭାରକାନି ପମ୍ପରେ ଅସମ୍ଭାଳ ଭିଡ଼: ପୋଲିସ ସାମ୍ନାରେ ନିୟମକୁ ଫୁ’, ବୋତଲ-ଜାର୍‌ରେ ବୋହିନେଲେ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଓଡ଼ିଶାକୁ ବଡ଼ ବିପଦ, ଏଲନିନୋ ପ୍ରଭାବରେ ମାଡ଼ି ଆସୁଛି ମହା ପ୍ରଳୟ!

ଭୁବନେଶ୍ୱର,୧୯।୫: ପ୍ରଶାନ୍ତ ମହାସାଗରରେ ଜଳସ୍ତର ଉପରି ଭାଗର ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଲେ ଏଲ ନିନୋ ଆକ୍ଟିଭ ହୋଇଥାଏ। ଚଳିତବର୍ଷ ଏହି ତାପମାତ୍ରା ୨.୦…

ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା…

ପୁରୁଷୋତ୍ତମପୁର କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ: ବାର-ବେଞ୍ଚ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ …

ପୁରୁଷୋତ୍ତମପୁର, ୧୯।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟର ୩୪ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଓକିଲ ସଂଘ ସଭାପତି ପ୍ରକାଶଚନ୍ଦ୍ର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ସୌମ୍ୟ ହତ୍ୟା ମାମଲା: ଆଉ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୯।୫: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ନୟାଗଡ଼ ରଣପୁର ଅଞ୍ଚଳରେ ଚଢାଉ କରି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri