ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏହି ଘଟଣାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଓ ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗ୍ରାମର ସଦାଶିବ ମେହେର(୩୫), ବରପାଲି ଥାନା ବରମକେଲାର କ୍ଷିରୋଦ୍ର ବାଗ (୪୯), ବରଗଡ଼ ସଦର ଥାନା ସହରାପାଲିର ପ୍ରଦିପ ଝାଙ୍କର(୩୬), ଅତାବିରା ଥାନା ଡାଲବୀର ଉପେନ୍ଦ୍ର ରଣା(୩୫), ଗ୍ରୀଣ୍ଡୋଲାର ଗୋପାଳକୃଷ୍ଣ ସାହୁ (୪୫), ଭେଡେନ ଥାନା ଲିମଟିକ୍ରାର ହେମବନ୍ତ ଗରିଆ (୩୯), ବରମକେଲାର ନିର୍ମଳ ପ୍ରଧାନ (୩୮), ବରଗଡ଼ ସଦର ଥାନା କଣ୍ଠସ୍ୱର ମନବୋଧ ନାଗ (୬୧), ବରପାଲି ଥାନା ଗ୍ରୀଣ୍ଡୋଲାର ବନବସ ଓରଫ ଲମ୍ବୋଦର ଭୋଇ (୫୦), ବରଗଡ଼ ସଦର ଥାନା ନୂଆଗଡର କେଶବ ସାହୁ(୪୮), ସୋମ ସାଥୁଆ (୪୨), ଛତିଶଗଡ଼ ରାଜ୍ୟ ଯଶପୁର ଜିଲା ତୁମୁଲା ଥାନା ସକଜୋର ଗ୍ରାମର ସୁନିଲ ଭରଦ୍ୱାଜ (୩୩), ଭେଡେନ ଥାନା ଡାଲବର ଶ୍ୟାମ ସେଠ୍ (୩୧), ସୁନ୍ଦରଗଡ଼ ଜିଲା କିନ୍ଜିରକେଲା ଥାନା କରୁଆବାହାଲ ଗ୍ରାମର ଅନିଲ ରୋହିଦାସ (୩୦), ଭେଡେନ ଥାନା ବହଲପାଲିର ଡାକ୍ତର ପ୍ରଧାନ (୩୬) ଏବଂ ସୁନ୍ଦରଗଡ଼ ଜିଲା କିନ୍ଜିରକେଲା ଥାନା କରୁଆବାହାଲ ଗ୍ରାମର ମହେନ୍ଦ୍ର ରୋହିଦାସ୍ (୪୦) ।
ବୁଧବାର ପୂର୍ବାହ୍ନରେ ଜଙ୍ଗଲ ଭିତରେ ‘ଘୁଡୁଘୁଡୁ ପଟି’ ଜୁଆ ଖେଳ ଚାଲିଥିବା ନେଇ ବରପାଲି ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୋଲିସ ଏକ ଟିମ ଗଠନ କରି ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ୧୬ ଜଣ ଜୁଆଡ଼ିଙ୍କୁ ପୋଲିସ କାବୁ କରିଥିଲା।
ପୋଲିସ ସେମାନଙ୍କ ନିକଟରୁ ନଗଦ  ୧ ଲକ୍ଷ ୯ ହଜାର ୩୮୦ ଟଙ୍କା, ୨ଟି କାର୍‌ ଏବଂ ୧୫ଟି ମୋଟର ସାଇକେଲ ଏବଂ ଜୁଆ ଖେଳରେ ବ୍ୟବହୃତ ଘୁଡୁଘୁଡୁ ପଟି ଜବତ କରିଛି। ଏହି ଘଟଣାକୁ ନେଇ ବରପାଲି ଥାନାରେ କେସ ନମ୍ବର ୧୪୯/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?