ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ ଯୁଦ୍ଧ ଅବା ମନ୍ଦଭରା ଶାନ୍ତି ଦେଖିଛ, ମୋତେ ଟିକେ କହିଲ?“ ମାତ୍ର ବିଡ଼ମ୍ବନାର ବିଷୟ , ସେହି ଆମେରିକା ଆଜି ସାଜିଛି ବିଶ୍ୱ ପାଇଁ ବ୍ୟଥା ଓ ବେଦନାର କାରଣ। ଆମେରିକାର ୩୬ତମ ରାଷ୍ଟ୍ରପତି ଲିଣ୍ଡନ ବେନ୍ସ ଜନ୍‌ସନଙ୍କ ଭାଷାରେ- ”ଶାନ୍ତି ହେଉଛି ହଜାରେ ମାଇଲର ଯାତ୍ରାଟିଏ। ମାତ୍ର ଗୋଟିଏ ପାହୁଣ୍ଡରେ ବି ତାହା ହଜି ଯାଇଥାଏ।“ ଯୁଦ୍ଧର ଜ୍ବାଳାରେ କେବଳ ସମ୍ପୃକ୍ତ ଭୂଖଣ୍ଡ ନୁହେଁ, ସାରା ଜଗତ ହୁଏ ଯନ୍ତ୍ରଣା ଜର୍ଜରିିତ, ଯାହାକି ସମଗ୍ର ବିଶ୍ୱ ଏବେ ଉପଲବ୍ଧି କରୁଛି । ଯୁଦ୍ଧର ଆରମ୍ଭ ହୁଏ କିଛି ନେତୃବୃନ୍ଦଙ୍କ ଜିଦିଖୋର ମନୋଭାବରୁ ଏବଂ ଶେଷ ହୁଏ ଅବସାଦ ଓ ଅନୁଶୋଚନାରେ, ଅନୁତାପ ଓ ପଶ୍ଚାତ୍ତାପରେ। ସେଦିନ ଯୁଦ୍ଧର ଭୟଙ୍କର ପରିଣତିକୁ ସ୍ବଚକ୍ଷୁରେ ଅବଲୋକନ କରି ନିଜକୁ ଧିକ୍କାର କରିଥିଲେ ସମ୍ରାଟ ଅଶୋକ। ପ୍ରାୟଶ୍ଚିତ୍ତ ସ୍ବରୂପ ସପରିବାର ତମାମ ଜୀବନ ଲାଗିପଡ଼ିଲେ ଶାନ୍ତିର ପ୍ରଚାର ଓ ପ୍ରସାର ପାଇଁ। ଶାନ୍ତିପାଇଁ ସଫଳ ପ୍ରୟାସ ଯୋଗୁ ଯୁଦ୍ଧ ପୂର୍ବର ସେହି ଚଣ୍ଡାଶୋକ ପରବର୍ତ୍ତୀ ସମୟରେ ପରିଚିତ ହେଲେ ଜଣେ ଧର୍ମଦୂତ ଭାବେ। ମହାଭାରତର ଦୁଷ୍ଟମତି ଦୁର୍ଯ୍ୟୋଧନଙ୍କଠାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପର୍ଯ୍ୟନ୍ତ, ଅହଂକାରୀ ଶାସକମାନେ କେମିତି ବା ହୃଦ୍‌ବୋଧ କରନ୍ତେ ଯୁଦ୍ଧର ଭୟାନକ ପରିଣତି ସମ୍ବନ୍ଧେ! ଯୁଦ୍ଧ ଏଡ଼ାଇ, ଶାନ୍ତିପାଇଁ ଶ୍ରୀକୃଷ୍ଣଙ୍କ ବାରମ୍ବାର ସାଧୁ ଉଦ୍ୟମକୁ ବେଖାତିର କରିଥିବା ଦୁର୍ଯ୍ୟୋଧନଙ୍କ ଶେଷ ପରିଣତି କ’ଣ ଥିଲା? ରକ୍ତନଦୀ ସନ୍ତରଣ ପରି ଦୟନୀୟ ଦୃଶ୍ୟ ମାନବଜାତି ପାଇଁ କ’ଣ ମହାସନ୍ଦେଶ ନୁହେଁ କି? ତଥାପି ହେଜୁନାହିଁ ଭ୍ରଷ୍ଟ ମଣିଷ ଆଜି।
ଯୁଦ୍ଧ ଓ ହିଂସାର ଭୟାବହତାକୁ ବିଚାରକରି ଯୁଦ୍ଧ ବିରୋଧରେ ଯୁଦ୍ଧ କରିବାକୁ ଯାଇ ଅସି ତ୍ୟାଗ କରି ମସୀ ଧରିବାକୁ ଉଚିତ ମଣିଥିଲେ ଟଲ୍‌ଷ୍ଟୟ ସେଦିନ। ସେନା ଚାକିରିରୁ ଅବ୍ୟାହତି ନେଇ ସମାଜ ସୁଧାରରେ ଲାଗିପଡ଼ିଲେ ସାହିତ୍ୟକୁ ସାଥୀ କରି। ବିଶ୍ୱପ୍ରସିଦ୍ଧ ରୁଷୀୟ ଲେଖକ ଆଜି ଯଦି ଥାଆନ୍ତେ, ତେବେ ବିଶ୍ୱର ହିଂସ୍ର, ଯୁଦ୍ଧଖୋର ରକ୍ତପିପାସୁ ଶାସକଙ୍କୁ କୁହନ୍ତେ, ”ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ୍‌। ଏଣୁ ଜୀବନରେ ମାନବିକତାକୁ ସମ୍ମାନ ଦିଅ। ଅନ୍ୟକୁ ଆଘାତ ବା ଆକ୍ରମଣରେ ନ ଥାଏ ଆନନ୍ଦବୋଧ ଅବା ଗୌରବବୋଧ। ଶାନ୍ତି ହେଉ ସଭିଙ୍କ ଜୀବନର ଅମୃତ ଆକାଂକ୍ଷା। କାରଣ, ଶାନ୍ତି ବିନା ସଭ୍ୟତାର ବା କିବା ମୂଲ୍ୟ?“ କ୍ରୂରତା ଦ୍ୱାରା ନୁହେଁ, ସଦ୍ଦିଚ୍ଛା ଦ୍ୱାରା ହିଁ ବିଶ୍ୱଶକ୍ତିର ସାମର୍ଥ୍ୟ ବୁଝାପଡ଼େ। ମନେରଖିବାକୁ ହେବ ଯେ, ଗୋଟିଏ ପଟେ ଯୁଦ୍ଧର ବିଜୟ ଉତ୍ସବ ଅର୍ଥ ଅନ୍ୟପଟରେ ଶ୍ମଶାନର ନୀରବତା, ଶୋକାର୍ତ୍ତ ପରିବେଶ। ଯୁଦ୍ଧ ତ ଘୋଷଣା କରିବା ସହଜ, କିନ୍ତୁ ଶାନ୍ତି ବା ସନ୍ଧିସ୍ଥାପନ ନିମନ୍ତେ ଫଳପ୍ରଦ ଉଦ୍ୟମ ପାଇଁ ଲୋଡ଼ା ଧୈର୍ଯ୍ୟ ଓ ସାହସ।
ଯୁଦ୍ଧବିଜୟ ଘୃଣା ସୃଷ୍ଟି କରିଥାଏ, କାରଣ ପରାଜିତମାନେ ସେଥିଯୋଗୁ ଯନ୍ତ୍ରଣାରେ ଜୀବନ ଅତିବାହିତ କରିଥା’ନ୍ତି। ଯୁଦ୍ଧ ବା ଧ୍ୱଂସାତ୍ମକ କ୍ରିୟାରେ ଖର୍ଚ୍ଚ କରାଯାଉଥିବା ଅର୍ବୁଦ ଅର୍ବୁଦ ଅର୍ଥକୁ ଆଦର୍ଶ ଭୂଖଣ୍ଡ ଇଥିଓପିଆ ଭଳିଆ ବ୍ୟାଧି, ବିତ୍ପାତ, ଦାରିଦ୍ର୍ୟ ଓ ଦୁର୍ଦ୍ଦିନରୁ ମୁକ୍ତି ପାଇଁ ବିନିଯୋଗ କରିବା ନାହିଁ କାହିଁକି? ସୋମାଲିଆ ପରି ଇଥିଓପିଆ ବି ଦିନେ ଥିଲା କଙ୍କାଳମୟ ମଣିଷଙ୍କ ଭାଗ୍ୟହୀନ ଭୂମି। କିନ୍ତୁ ଇଗଲ ପରି ଇତିହାସ ରଚିଲା ଇଥିଓପିଆ। ଯେହେତୁ ତାହାର ଏକମାତ୍ର ସ୍ବପ୍ନ- ‘ଶାନ୍ତି ଓ ସମୃଦ୍ଧି’; ଏଣୁ ପଡ଼ୋଶୀଙ୍କୁ ଶିଖାଇଲା ଶାନ୍ତି ଓ ସୁଖଦ ସହାବସ୍ଥାନର ମନ୍ତ୍ର- ”ଚାଲ! ଶାନ୍ତିରେ ରହିବା, ସମୃଦ୍ଧି କରିବା“। ଫଳତଃ ପଡ଼ୋଶୀ ସୋମାଲିଆ, କେନିଆ, ସୁଦାନ, ଏରିଟ୍ରିଆ ଆଦି ଦେଶ ସହିତ ବୈରୀଭାବ ହଟି, ବଢ଼ିଲା ବନ୍ଧୁତ୍ୱର ଭାବ; ଯେଉଁଥିପାଇଁ କି ଆଫ୍ରିକାର ୨ୟ ବୃହତ୍ତମ ଜନସଂଖ୍ୟା (ସାଢ଼େ ୧୦ କୋଟିରୁ ଅଧିକ) ଓ ଘନ ଜନସଂଖ୍ୟାର ଏହି ଦେଶଟିର ବାର୍ଷିକ ଅଭିବୃଦ୍ଧି ହାର ଏକଦା ଭାରତଠାରୁ ବି ଅଧିକ ରହିଥିଲା, ଯାହାକି ବିଶ୍ୱବ୍ୟାଙ୍କର ୨୦୧୭ ମସିହା ରିପୋର୍ଟ କୁହେ। ଏହିପ୍ରକାର ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଆଗକୁ ବଢ଼ୁଥିବା ଇଥିଓପିଆକୁ ‘ଦୃଷ୍ଟାନ୍ତର ଦେଶ’ ଭାବେ ଜାତିସଂଘର ପରିବେଶ ମନ୍ତ୍ରଣାଳୟ ମଧ୍ୟ ଘୋଷଣା କରିସାରିଛି। ଏତାଦୃଶ ଉତ୍କୃଷ୍ଟ ବିଚାରବୋଧ ଯୋଗୁ ଫ୍ରାନ୍ସ ଓ ସୁଇଜରଲାଣ୍ଡ ମଧ୍ୟ ଏକ ଏକ ସମୃଦ୍ଧ ଭୂଖଣ୍ଡ। ଉଭୟ ଦେଶଙ୍କ ମଧ୍ୟରେ ନାହିଁ କୌଣସି ବିଭେଦର ପ୍ରାଚୀର। ହେ ବିଶ୍ୱ ସମୁଦାୟ! ଘୃଣା, ବିଦ୍ୱେଷ ବା ବୈରୀଭାବଠାରୁ ଦୂରେଇ ରହି ଆପଣାଇନିଅ ଶାନ୍ତିର ସନ୍‌ମାର୍ଗ। ଯେମିତିକି ଆଗାମୀ କାଲିର ଦୁନିଆ ଦେଖିବ ସୁଖ-ଶାନ୍ତିଭରା ଏକ ନୂତନ ସୂର୍ଯ୍ୟୋଦୟ।
ମୋ: ୯୪୩୭୪ ୩୬୦୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri