ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ ସମ୍ପୂର୍ଣ୍ଣ ଭାବେ ‘ହାଇ ଆଲର୍ଟ’ ଜାରି କରାଯିବା ସହ ପ୍ରତିନିଧିମାନଙ୍କ ସୁରକ୍ଷା ପାଇଁ ୧୦,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସେନା ପ୍ରତ୍ୟକ୍ଷ ଭାବେ ଏହି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛି।
ଡନ (Dawn) ରିପୋର୍ଟ ଅନୁଯାୟୀ, ସହରର ସୁରକ୍ଷା ପାଇଁ ବିଭିନ୍ନ ବିଭାଗର ସାହାଯ୍ୟ ନିଆଯାଇଛି। ରାଜଧାନୀ ପୋଲିସର ୬,୦୦୦ ଯବାନ, ପଞ୍ଜାବ କନଷ୍ଟେବୁଲାରୀର ୩,୦୦୦ ଯବାନ, ଫ୍ରଣ୍ଟିୟର କନଷ୍ଟେବୁଲାରୀର ୯୦୦ ଯବାନଙ୍କ ବ୍ୟତୀତ ପ୍ରାୟ ୧୦୦୦ ଟ୍ରାଫିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।  କେବଳ ଏତିକି ନୁହେଁ ରେଞ୍ଜର୍ସ ଏବଂ ଅନ୍ୟାନ୍ୟ ଗୋଇନ୍ଦା ସଂସ୍ଥା ମଧ୍ୟ ସଜାଗ ରହିଛନ୍ତି।
ସହରର ରେଡ୍‌ ଜୋନ୍‌ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସେନା ଓ ରେଞ୍ଜର୍ସଙ୍କୁ ମୁତୟନ କରାଯାଇଛି। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ କ୍ୱିକ ରେସପନ୍ସ ଫୋର୍ସ (QRF)କୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ମାରଗାଲା ହିଲ୍ସ ଅଞ୍ଚଳରେ ସୁରକ୍ଷା ବାହିନୀର ଉପସ୍ଥିତି ବଢ଼ାଯାଇଛି। ରେଡ ଜୋନ୍‌କୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ବେଳେ କେବଳ ମାରଗାଲା ରୋଡ୍‌କୁ ସୀମିତ ଭାବେ ଖୋଲା ରଖାଯାଇଛି। ଏହି ରାସ୍ତା ଦେଇ କେବଳ ଅନୁମତିପ୍ରାପ୍ତ ବ୍ୟକ୍ତି ଏବଂ ସ୍ଥାନୀୟ ବାସିନ୍ଦା ଯାତାୟାତ କରିପାରିବେ।
ବିଦେଶୀ ପ୍ରତିନିଧିମାନଙ୍କ ପାଇଁ ‘ବ୍ଲୁ ବୁକ’ (Blue Book) ପ୍ରୋଟୋକଲ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ। ପ୍ରତିନିଧିଙ୍କ ସହ ରହୁଥିବା ସୁରକ୍ଷା ଦଳକୁ ମଧ୍ୟ ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିବାକୁ ଅନୁମତି ଦିଆଯାଇନାହିଁ। ସୁରକ୍ଷା କାରଣରୁ ଅନେକ ପ୍ରମୁଖ ରାସ୍ତାକୁ ବନ୍ଦ କିମ୍ବା ଡାଇଭର୍ଟ କରାଯାଇଛି। ସାଧାରଣ ଜନତାଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମୋଟାମୋଟି କହିବାକୁ ଗଲେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପାକିସ୍ତାନ ସରକାର ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?