ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ କରୁଛି। ଫଳସ୍ବରୂପ ଜଣେ ବାବୁ ଅନେକ ଦାୟିତ୍ୱରେ କାର୍ଯ୍ୟ କରୁଛନ୍ତି, ଫାଇଲଗୁଡ଼ିକ ଗଦା ହୋଇ ରହୁଛି ଏବଂ ନିଷ୍ପତ୍ତି ନେବାରେ ମନ୍ଥରତା ପ୍ରକାଶ ପାଉଛି। କେବଳ ମଧ୍ୟପ୍ରଦେଶରେ ନୁହେଁ, ଉତ୍ତରପ୍ରଦେଶରେ ମଧ୍ୟ ଆଇଏଏସ୍‌ ଅଧିକାରୀଙ୍କ ଅଧିକ ଅଭାବ ରହିଛି। ଯେତେବେଳେ ଅଧିକାରୀଙ୍କ ସଂଖ୍ୟା ସୀମିତ ରହେ ସେଠାରେ ଖାଲି ରହୁଥିବା ପ୍ରତ୍ୟେକ ପଦବୀର ନକାରାତ୍ମକ ପ୍ରଭାବ ରହିଥାଏ। କେବଳ ରାଜ୍ୟ ନୁହେଁ, କେନ୍ଦ୍ରରେ ପ୍ରାୟ ୧,୩୦୦ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହି ଅଭାବ ଅନୁମୋଦିତ ସଂଖ୍ୟାର ୨୦%। ଏହା ଏକ ଛୋଟ ସମସ୍ୟା ନୁହେଁ, କାରଣ ଏବେ ବି କଲ୍ୟାଣକାରୀ ଯୋଜନାଠାରୁ ଆରମ୍ଭକରି ସଙ୍କଟ ପରିଚାଳନା ପର୍ଯ୍ୟନ୍ତ ସବୁକିଛି ସାଧାରଣ ପ୍ରଶାସନିକ ବ୍ୟବସ୍ଥା ଉପରେ ଅତ୍ୟଧିକ ନିର୍ଭରଶୀଳ। ଚିନ୍ତାର ବିଷୟ ହେଉଛି,ଏହି ଅଭାବ ସ୍ବାଭାବିକ ହୋଇଯାଇଛି। ଅଧିକାରୀଙ୍କ ସଂଖ୍ୟା କମ୍‌ କରି, ତଦନ୍ତକୁ ଦୁର୍ବଳ କରି ଏବଂ ପଦକ୍ଷେପର ସୀମାକୁ ହ୍ରାସ କରି ବ୍ୟବସ୍ଥା ସବୁଠାରୁ ଖରାପ ଉପାୟରେ ଚାଲିଛି। ଯେତେବେଳେ ଜଣେ ବାବୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି, ସେତେବେଳେ ଉତ୍ତରଦାୟିତ୍ୱ ରହୁନାହିଁ ।
ସମସ୍ତେ ସଂସ୍କାର, ଡିଜିଟାଇଜେଶନ, ଡ୍ୟାସ୍‌ବୋର୍ଡ ଏବଂ ‘ଶାସନର ସହଜତା’ ବିଷୟରେ ଆଲୋଚନା କରୁଥିଲେ ମଧ୍ୟ ତାହାସବୁ ମାନବ କ୍ଷମତାର ମୌଳିକ ଅଭାବ ପୂରଣ କରିପାରିବ ନାହିଁ। ବର୍ତ୍ତମାନ ଭାରତର ପ୍ରଶାସନିକ ପ୍ରକ୍ରିୟାର କମ୍‌ କ୍ଷମତା ସହ ଅଧିକ କାର୍ଯ୍ୟଭାର ରହିଛି। କ୍ୟାଡର ଶକ୍ତି, ନିଯୁକ୍ତି ଓ ନିୟୋଜନକୁ ନୀତିଗତ ସମସ୍ୟା ଭାବରେ ବିଚାର କରା ନ ଗଲେ ଏହି ବ୍ୟବଧାନ ରହିବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକ କେବଳ ଶାସନ ବଞ୍ଚାଇବା ଲାଗି କାର୍ଯ୍ୟ କରିବା ଜାରି ରଖିବେ।
ଏମ୍‌ଇଏର ବାଧା
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଭାରତୀୟ ସୂଚନା ସେବା (ଆଇଆଇଏସ୍‌) ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତ କରାଯିବା ପ୍ରୟାସ ଭୁଲ୍‌ ନୁହେଁ। ବାସ୍ତବରେ ଏହା ବହୁ ବିଳମ୍ବରେ ହୋଇଛି। ଆଧୁନିକ କୂଟନୀତି କେବଳ ରୁଦ୍ଧଦ୍ୱାର ଆଲୋଚନା ବିଷୟରେ ନୁହେଁ ବରଂ ବ୍ୟାଖ୍ୟାନ, ନୀତି ପରିଚାଳନା ଏବଂ ଗଣମାଧ୍ୟମ ଯୋଗଦାନ ବିଷୟର ଗୁରୁତ୍ୱ ବହନ କରେ। ୪୦ଟି ଦୂତାବାସରେ ଆଇଆଇଏସ୍‌ ଅଧିକାରୀଙ୍କୁ ନିୟୋଜିତ କରିବାର ମୂଳ ଯୋଜନା ବାଧାର ସମ୍ମୁଖୀନ ହେଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ବ୍ୟବସ୍ଥାଗତ ତ୍ରୁଟି, ଭାଷା ବିଶେଷଜ୍ଞତାର ଅଭାବ ଭଳି ସମସ୍ୟାକୁ ଦର୍ଶାଇ ପଛଘୁଞ୍ଚା ଦେଲା। ପରିଣାମ ସ୍ବରୂପ ପ୍ରସ୍ତାବିତ ନିଯୁକ୍ତି ହ୍ରାସ କରାଯାଇ ଏବେ କେବଳ ୧୦ ଜଣ ଅଧିକାରୀ ବିଦେଶରେ କେତୋଟି ପ୍ରମୁଖ ରାଜଧାନୀରେ ସଞ୍ଚାଳକ ଭାବରେ ଅବସ୍ଥାପିତ ହୋଇଛନ୍ତି। ପ୍ରକୃତ ସମସ୍ୟା ସଂଖ୍ୟା ନୁହେଁ ବରଂ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ରହିଛି। ବିଦେଶରେ ଭାରତ ପାଇଁ କିଏ କହୁଛି? ରାଷ୍ଟ୍ରନୀତିରେ ତାଲିମପ୍ରାପ୍ତ କୂଟନୀତିଜ୍ଞ ନା ବାର୍ତ୍ତା ବିତରଣରେ ତାଲିମପ୍ରାପ୍ତ ସଞ୍ଚାର ଅଧିକାରୀ। ଏମ୍‌ଇଏର ବାଧା ଅମୂଳକ ନୁହେଁ। ବିଦେଶର ଦୂତାବାସଗୁଡ଼ିକ ପିଆର୍‌ ଆଉଟପୋଷ୍ଟ୍‌ ନୁହେଁ, ସେସବୁ ହେଉଛି ସାର୍ବଭୌମ ନୀତି ବିସ୍ତାରର କେନ୍ଦ୍ର। ଏହି ପ୍ରଭେଦ ଅସ୍ପଷ୍ଟ ରହୁଥିବାରୁ ଦେଶ ଏବଂ ବିଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ଆଇଆଇଏସ୍‌ ଅଧିକାରୀଙ୍କର ଯୋଗାଯୋଗ କ୍ଷେତ୍ରରେ ବିଶେଷ ଜ୍ଞାନ ରହିଛି, ହେଲେ କୂଟନୀତିରେ ଦକ୍ଷ ନୁହନ୍ତି। କୂଟନୀତିଜ୍ଞଠାରୁ ଗଣମାଧ୍ୟମ ରଣନୀତିଜ୍ଞ ଭାବରେ ଅଧିକ ଆଶା କରାଯାଉଥିବାରୁ ବିଶ୍ୱ ସ୍ତରରେ ଭାରତର ବାର୍ତ୍ତା ଠିକ୍‌ ଭାବେ ପହଞ୍ଚାଯାଇ ପାରୁନାହିଁ। ପ୍ରକୃତରେ ଏକ ଆବଶ୍ୟକ ସଂସ୍କାର ଏବଂ ଏକ ଅମଲାତାନ୍ତ୍ରିକ ଅଚଳାବସ୍ଥା ମଧ୍ୟରେ ଆମେ ଅଟକି ଯାଇଛୁ।
ବଦଳିରେ ଆଗୁଆ
ହରିୟାଣାର ବଦଳିରେ ଭଲ ରେକର୍ଡ ଅଛି। ପ୍ରଦୀପ କାସନିଙ୍କ କଥା ଦେଖାଯାଉ। ଏହି ବାବୁ ଜଣକ ତିନି ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ୭୦ରୁ ଅଧିକ ଥର ସ୍ଥାନାନ୍ତର ହୋଇଥିଲେ। ଗୋଟିଏ ସମୟରେ ତାଙ୍କୁ ଏପରି ଏକ ବିଭାଗକୁ ପଠାଯାଇଥିଲା, ଯାହାର କୌଣସି ଅସ୍ତିତ୍ୱ ନ ଥିଲା, କର୍ମଚାରୀ ନ ଥିଲେ, ଫାଇଲ ପଡ଼ିରହୁଥିଲା ଏପରିକି ମାସ ମାସ ଧରି ଦରମା ମିଳୁ ନ ଥିଲା। କେବଳ କାସନିଙ୍କ ମାମଲା ନୁହେଁ ଅଶୋକ ଖେମ୍‌କାଙ୍କୁ ମଧ୍ୟ ୬୦ରୁ ଅଧିକ ଥର ବଦଳି କରାଯାଇଛି। ତା’ପରେ ଅଛନ୍ତି ସଞ୍ଜୀବ ଚତୁର୍ବେଦୀ, ଯିଏ ହରିୟାଣାରେ କାର୍ଯ୍ୟ କରି ଦୁର୍ନୀତି ସାମ୍ନାକୁ ଆଣିଥିଲେ ଏବଂ ତାଙ୍କୁ ବହୁବାର ବଦଳି କରାଯାଇଥିଲା। ଏହା କେବଳ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କ ପାଇଁ କଠିନ ସ୍ଥିତି କିମ୍ବା ଦୁର୍ଭାଗ୍ୟର ବିଷୟ ନୁହେଁ। ଏହା ସବୁ ସରକାରରେ ପୁନରାବୃତ୍ତି ହୋଇ ପଦ୍ଧତିଗତ ହୋଇଯାଇଛି। ରାଜନୈତିକ କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ଶାସନକୁ କ୍ଷତି ସହିବାକୁ ପଡ଼ୁଛି। ସଂସ୍ଥାଗତ ବିଶ୍ୱାସ ତୁଟିଯାଉଛି। ନ୍ୟାୟଗତ ଭାବେ କେତେକ ସମୟରେ ବଦଳି ଦରକାର। ହେଲେ ପ୍ରତ୍ୟେକ ପଦକ୍ଷେପ ଦଣ୍ଡମୂଳକ ହେବା ଉଚିତ ନୁହେଁ। କିନ୍ତୁ ଯେତେବେଳେ ବ୍ୟତିକ୍ରମ ହେଉଛି ସେତେବେଳେ ବିଶ୍ୱସନୀୟତା ପ୍ରଭାବିତ ହେବା ସ୍ବାଭାବିକ। ସ୍ବଳ୍ପକାଳ ନିଯୁକ୍ତରେ ଦୀର୍ଘକାଳୀନ ନୀତିଗତ ନିଷ୍ପତ୍ତି ନିଆଯାଇପାରିବ ନାହିଁ। କାସନିଙ୍କ ରେକର୍ଡ ଏକ ସତର୍କତାମୂଳକ କାହାଣୀ। ଯେଉଁ ବ୍ୟବସ୍ଥା ଏହାର ଅଧିକାରୀଙ୍କୁ ଅଯୋଗ୍ୟ ଭାବି ବ୍ୟବହାର କରେ, ସେତେବେଳେ ଏହା ଏକ ଅସହଜ ସମ୍ଭାବନା ସୃଷ୍ଟି କରେ। ସମସ୍ୟା ଅଧିକାରୀଙ୍କର ନୁହେଁ, ହୁଏତ ଏହା ସେହି ବ୍ୟବସ୍ଥା କିମ୍ବା ପରିବେଶର, ଯେଉଁଥିରେ ସେମାନେ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

CBSE ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ: ଜୁନ୍‌ ୧ରୁ ଖୋଲିବ ରି-ଭାଲ୍ୟୁଏଶନ୍‌ ପୋର୍ଟାଲ, ଜାଣନ୍ତୁ କିଭଳି କରିବେ…

ନୂଆଦିଲ୍ଲୀ,୨୯।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଦ୍ୱାଦଶ ଶ୍ରେଣୀ (Class ୧୨) ଖାତା ପୁନଃମୂଲ୍ୟାୟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri