Odisha Elections 2024

ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା

ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍‌ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ସମସ୍ତ ୮ଟି ରେଞ୍ଜରେ ପକ୍ଷୀ ଗଣନା ପାଇଁ ୪୨ଟି ୟୁନିଟ୍‌ କରାଯାଇଛି। ସମସ୍ତ ରେଞ୍ଜ୍‌ କର୍ମଚାରୀଙ୍କ ସହ ୧୩ ଛାତ୍ର ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। ସେହିପରି ବାଇନାକୁଲର, କ୍ୟାମେରା ଆଦି ମଧ୍ୟ ବ୍ୟବହାର ହେବ। ପକ୍ଷୀ ଗଣନାରେ ନିୟୋଜିତ ସମସ୍ତ ବନ କର୍ମଚାରୀ, ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କୁ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି। ଜିଲାର ପ୍ରମୁଖ ଜଳଭଣ୍ଡାର ମଧ୍ୟରେ ହିନ୍ଦୋଳ ବ୍ଲକର ରାସୋଳ ନିକଟସ୍ଥ ସାପୁଆ, କଙ୍କଡାହାଡ ବ୍ଲକ ଦଣ୍ଡାଧର, ପରଜଙ୍ଗ ବ୍ଲକ ଦଦରାଘାଟି, କାମାକ୍ଷାନଗର ଉପଖଣ୍ଡର ବ୍ରାହ୍ମଣୀ ନଦୀକୂଳ ରାଙ୍କିଆ ଏବଂ ରାମିଆଳ ନଦୀ ତଟ ଅଞ୍ଚଳ ସମେତ ବିଭିନ୍ନ ଜଳ ଭଣ୍ଡାରରେ ମଧ୍ୟ ଏହି ପକ୍ଷୀ ଗଣନା ହେବ। ୧୧ ତାରିଖ ସୁଦ୍ଧା ସମସ୍ତ ରେଞ୍ଜ୍‌ ଅଧିକାରୀମାନେ ନିଜ ନିଜ ରେଞ୍ଜ୍‌ରେ ଶେଷ ହୋଇଥିବା ପକ୍ଷୀ ଗଣନା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟକୁ ଯାଞ୍ଚ କରିବା ପରେ ଏହାକୁ ରାଜ୍ୟ ବନବିଭାଗ ନିକଟକୁ ପଠାଯିବ। ସେଠାରେ ସମସ୍ତ ତାଲିକା ଚୂଡାନ୍ତ ହୋଇ ଆସିବା ପରେ ପକ୍ଷୀ ସଂଖ୍ୟା ସମ୍ପର୍କରେ ସୂଚନା ମିଳିବ ବୋଲି ସହକାରୀ ବନ ସଂରକ୍ଷକ ଶ୍ୟାମା ଭାରତୀ ସୂଚନା ଦେଇଛନ୍ତି। ଜିଲାରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଅକ୍ଟୋବର ମାସରୁ ଜାନୁଆରୀ ମଧ୍ୟରେ ଆସୁଥିବା ନଜିର ରହିଛି। ଢେଙ୍କାନାଳ ସହର ପ୍ରାଚୀନ ତଥା ଐତିହ୍ୟ ସମ୍ପନ୍ନ ପୋଖରୀ ଭାଗୀରଥି ସାଗର ନୂଆପୋଖରୀରେ ମଧ୍ୟ ଡିସେମ୍ବର ଓ ଜାନୁଆରୀ ମଧ୍ୟରେ ଦେଶ ବିଦେଶରୁ ପକ୍ଷୀ ପ୍ରତିବର୍ଷ ଆସୁଥିବା ଦେଖାଯାଇଛି। ସେହିପରି ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡାକଡି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛ। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri