Posted inଫୁରସତ

୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…

ଇସ୍‌ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ ବନ୍ଧାଯାଏ, ସେପରି ଏକ ଗଛକୁ ବର୍ଷେ କି ୨ ବର୍ଷ ନୁହେଁ ୧୨୫ ବର୍ଷ ହେବ ଶିକୁଳିରେ ବନ୍ଧାହୋଇଛି। ଏପରି ଗଛ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ରହିଛି, ଯାହାକୁ ବର୍ଷ ବର୍ଷ ଧରି ଶିକୁଳିରେ ବାନ୍ଧି ରଖାଯାଇଛି। ରିପୋର୍ଟ ମୁତାବକ, ପାକିସ୍ତାନର ପେଶାଓ୍ବର ସହରରେ ଏଭଳି ଏକ ଗଛ ରହିଛି, ଯାହାକୁ ୧୨୫ ବର୍ଷ ହେବ ଗିରଫ କରି ରଖାଯାଇଛି। ବାସ୍ତବରେ ଏହି ଗଛକୁ ଶିକୁଳିରେ ବାନ୍ଧି ରଖାଯାଇଛି, ଯାହାକୁ ଦେଖିଲେ ଲାଗିବ ଗଛକୁ ହାତକଡ଼ି ପକାଯାଇଛି। ୧୮୯୯ ମସିହାରୁ ଶିକୁଳିରେ ଏପରି ବନ୍ଧାହୋଇ ରଖାଯାଇଛି। ଏପରି କରିଛନ୍ତି ଜଣେ ବ୍ରିଟିଶ ଅଧିକାରୀ ଜେମ୍ସ ସ୍କ୍ବିଡ୍‌ ପୋଷ୍ଟେଡ୍‌। ସେ ନିଶାସକ୍ତ ଅବସ୍ଥାରେ ଏହି ଗଛକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏହି ଗଛ କେବେ ଶିକୁଳିରୁ ମୁକୁଳି ପାରିନାହିଁ। ପାକିସ୍ତାନର ତୋରଖାନ ବର୍ଡର ନିକଟରେ ଲଣ୍ଡି କୋତାଲ ନାମକ ଏକ ସ୍ଥାନ ରହିଛି। ସେଠାରେ ଜେମ୍ସ ରହୁଥିଲେ। ଦିନେ ସେ ମଦ ନିଶାରେ ଗଛଥିବା ବାଟ ଦେଇ ଯାଉଥିଲେ। ତାଙ୍କୁ ଲାଗିଲା ଯେ ସେ ଗଛ ପାଖକୁ ଯାଉଥିବାବେଳେ ତାଙ୍କ ନିକଟରୁ ଗଛ ଦୂରକୁ ଘୁଞ୍ଚିଘୁଞ୍ଚି ଯାଉଛି। ଏଥିରେ ସେ କ୍ରୋଧାନ୍ବିତ ହୋଇ ପଡ଼ିଥିଲେ। ସେ ତୁରନ୍ତ ଗଛକୁ ଗିରଫ କରି ଶିକୁଳିରେ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ହିଁ ଗଛଟି ଶିକୁଳିରେ ବନ୍ଧାହୋଇ ରହିଛି। ଏବେ ବି ଏହି ଗଛ ଶିକୁଳିରେ ବନ୍ଧାଥିବା ଦେଖିବାକୁ ମିଳେ। ଗଛ ପାଖରେ ଏକ ସୂଚନା ବୋର୍ଡ ଲାଗିଛି, ଯେଉଁଥିରେ ଏହି ଗଛର ଗିରଫର କାରଣ ଲେଖାଯାଇଛି। ସ୍ଥାନୀୟ ଲୋକେ ଏହାକୁ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ପ୍ରତୀକ ରୂପେ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri