ବାଂଲାଦେଶ ଭୋଟ ଆଜି

ଢାକା,୭।୧: ବାଂଲାଦେଶ ସାଧାରଣ ନିର୍ବାଚନ ରବିବାର ହେବାକୁ ଯାଉଛି। ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଶନିବାରଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଚତୁର୍ଥ ଥର ପାଇଁ ଜିତିବା ଆଶା କରାଯାଉଛି। ଦେଶର ୩୦୦ ନିର୍ବାଚନ ମଣ୍ଡଳୀରେ ଭୋଟ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ୪୨ ହଜାର ଭୋଟକେନ୍ଦ୍ରରେ ୧୧.୯୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୭ ଦଳରୁ ୧,୫୦୦ରୁ ଅଧିକ ପ୍ରାର୍ଥୀ ଓ ୪୩୬ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ନିର୍ବାଚନ ବର୍ଜନ କରିଥିବାବେଳେ ମତଦାନର ଦିନକ ପୂର୍ବରୁ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖାଯାଇଛି। ଦୁର୍ବୃତ୍ତମାନେ ଶୁକ୍ରବାର ମଧ୍ୟରାତ୍ରରେ ୪ଟି ବୁଥ୍‌ ସମେତ ୫ଟି ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି। ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ହୋଇଥିବା ପୋଡ଼ାଜଳା ଘଟଣାର ପୋଲିସ ତଦନ୍ତ ଚଳାଇଥିବାବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଢାକାର କମଳାପୁର ରେଳଷ୍ଟେଶନରେ ପହଞ୍ଚତ୍ବାର ୨ କିଲୋମିଟର ପୂର୍ବରୁ ବେନାପୋଲ୍‌ ଏକ୍ସପ୍ରେସ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଘଟଣାରେ ଢାକା ପୋଲିସ ଶନିବାର ବିଏନ୍‌ପିର ଜଣେ ଖ୍ୟାତନାମା ନେତାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଢାକାର ବିଏନ୍‌ପି ଯୁଗ୍ମ ଆବାହକ ନବି ଉଲ୍ଲାହ ନବି ଏବଂ ବିଏନ୍‌ପି ଯୁବ ଦଳର ୫ କର୍ମୀ ଅଛନ୍ତି।

ଗତ ୩ଟି ନିର୍ବାଚନ ମଧ୍ୟରୁ ବିଏନ୍‌ପି ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ କରିଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମି ଲିଗ୍‌ ପାର୍ଟି ଜାଲ୍‌ ଭୋଟ ବଳରେ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବିଏନ୍‌ପି ଅଭିଯୋଗ କରିଛି। ଏକ ନିରପେକ୍ଷ ସରକାରଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ପାଇଁ ହାସିନା ଇସ୍ତଫା ଦେବାକୁ ବିଏନ୍‌ପି ଦାବି କରିଥିଲା। ବିରୋଧୀ ଦଳର ଦାବିକୁ ପ୍ରଧାନମନ୍ତ୍ରୀ ଅଗ୍ରାହ୍ୟ କରିଦେଇଛନ୍ତି। ବିରୋଧୀ ଦଳ ସରକାର ବିରୋଧୀ ଆନ୍ଦୋଳନକୁ ବଢ଼ାଇବା ସହ ଅକ୍ଟୋବର ମାସରୁ ଢାକାକୁ ଅଚଳ କରି ରଖିଥିବା ହାସିନା ଅଭିଯୋଗ କରିଛନ୍ତି। ବିରୋଧୀ କର୍ମୀମାନେ ହିଂସାକାଣ୍ଡ ଘଟାଇ ୧୦ ଜଣଙ୍କୁ ହତ୍ୟା କଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ପୁଟିନଙ୍କ ଗସ୍ତରୁ ଭାରତକୁ ମିଳିଲା ବଡ଼ ଲାଭ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଶୁକ୍ରବାର (ଡିସେମ୍ବର ୫, ୨୦୨୫) ମସ୍କୋ ଅଭିମୁଖେ ଯାତ୍ରା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri