Posted inଖେଳ

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର, ୨ ଜଣଙ୍କୁ ଖେଳ ରତ୍ନ

ନୂଆଦିଲ୍ଲୀ,୨୦।୧୨: ଚଳିତ ବର୍ଷ କ୍ରୀଡ଼ା ପୁରସ୍କାର ପାଇଁ ଆଥଲେଟ୍ମାନଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ଚିରାଗ ଶେଟ୍ଟୀ ଏବଂ ସତଭିକ୍ ସାଇରାଜ ରାଙ୍କିରେଡିଙ୍କୁ ସବୁଠାରୁ ବଡ ସମ୍ମାନ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ଷ୍ଟାର କ୍ରିକେଟର ମହମ୍ମଦ ଶାମି ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

୯ ଜାନୁଆରୀ ୨୦୨୪ ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଏହି ସମସ୍ତ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ରାତ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମସ୍ତ ପୁରସ୍କାର କରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ କମିଟିର ସୁପାରିଶ ଆଧାରରେ ଏବଂ ସଠିକ୍ ଅନୁସନ୍ଧାନ ପରେ ସରକାର ଏହି ସମସ୍ତ ଖେଳାଳି, କୋଚ୍ ଏବଂ ଅନୁଷ୍ଠାନକୁ ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ମନ୍ତ୍ରଣାଳୟ ସମସ୍ତ ପୁରସ୍କାର ଗ୍ରହଣ କରୁଥିବା ଖେଳାଳି, ପ୍ରଶିକ୍ଷକ ଏବଂ ଅନୁଷ୍ଠାନର ତାଲିକା ମଧ୍ୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋଷ୍ୟପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୯।୧: ପୋଷ୍ୟପୁତ୍ରମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା କ୍ଷେତ୍ରରେ ବଡ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (CAT) ଦେଇଥିବା ଆଦେଶକୁ ଓଡ଼ିଶା ହାଇକୋର୍ଟ...

ଆଜିଠୁ WPL: ମୁହାଁମୁହିଁ ହେବେ ହରମନପ୍ରୀତ-ସ୍ମୃତି ମନ୍ଧାନା,ଜାଣନ୍ତୁ କେତେବେଳେ, କେଉଁଠି ମ୍ୟାଚ୍‌

ନଭି ମୁମ୍ବାଇ,୯ା୧(ପି.ଟି.): ସ୍ଥାନୀୟ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶୁକ୍ରବାରଠାରୁ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ପାଉଁଜି, ଶାଢ଼ୀ, ଚୁଡ଼ି

ଭୁବନେଶ୍ୱର,୯।୧: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ସହାୟତା ସହିତ ସରକାର ଉପହାର ମଧ୍ୟ ଦେବେ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯୋଗ୍ୟ...

ମ୍ୟାଚ୍‌ ଚାଲିଥିବା ସମୟରେ ବଡ଼ ଅଘଟଣ: ଟଳିପଡ଼ିଲେ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆରେ ଦେହାନ୍ତ ହୋଇଛି। ଏକ ସ୍ଥାନୀୟ କ୍ରିକେଟ...

ED ରେଡକୁ ବିରୋଧ କରି ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ TMCର ବିକ୍ଷୋଭ, ଏହି ସାଂସଦଙ୍କୁ ପୋଲିସ…

ନୂଆଦିଲ୍ଲୀ,୯।୧  ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ...

ମହିଳାଙ୍କ ପାଇଁ ସୁରକ୍ଷିତ ସହର: ସପ୍ତମରୁ ୩୪ ନମ୍ବରକୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୯।୧: ଦେଶରେ ମହିଳାଙ୍କ ପାଇଁ କେଉଁ ସହର ସୁରକ୍ଷିତ ତାହାର ଏକ ତାଲିକା ପ୍ରକାଶ ପାଇଛି। ଅବତାର ଗ୍ରୁପ୍‌ ପକ୍ଷରୁ ପ୍ରକାଶିତ ‘ଟପ୍ ସିଟିଜ୍ ଫର୍...

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ: ଆସିବ ‘ଭେଇକିଲ୍-ଟୁ-ଭେଇକିଲ୍ ଟେକ୍ନୋଲୋଜି

ନୂଆଦିଲ୍ଲୀ,୯।୧: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷା ବଢ଼ାଇବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri