ଚିଲଗୁଡା ଅଞ୍ଚଳରେ ମଦ, ସଟ୍ଟା କାରବାର ବୃଦ୍ଧି; ନୀରବ ଦ୍ରଷ୍ଟା ସାଜିଛି ସ୍ଥାନୀୟ ଫାଣ୍ଡି ପୋଲିସ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଧୀନ ଚିଲଗୁଡା ଅଞ୍ଚଳରେ ମଦ, ସଟ୍ଟା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ସ୍ଥାନୀୟ ଚିଲଗୁଡା ଫାଣ୍ଡି ପୋଲିସ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିବାରୁ ଦିନକୁ ଦିନ ମଦ ଓ ସଟ୍ଟା ବେପାରୀଙ୍କ କାରବାର ବଢିବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ଚିଲଗୁଡା ଅଞ୍ଚଳରେ ଆଇନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ତଥା ନିଶା କାରବାରକୁ ରୋକିବା ପାଇଁ ଏକ ଫାଣ୍ଡି ସ୍ଥାପନ କରାଯାଇଛି। ବର୍ତ୍ତମାନ ଏହି ଫାଣ୍ଡି ଅଧୀନରେ ଥିବା ଚିଲଗୁଡା ସମେତ ଦାସିଗଁା, ଚିଲକପୁର, ତାଲପଦର ଆଦି ଗ୍ରାମରେ ମଦ, ସଟ୍ଟା କାରବାର କୁଟିର ଶିଳ୍ପରେ ପରିଣତ ହୋଇଛି। ମଦ ଓ ସଟ୍ଟା ନିଶାରେ ପଡି ଗରୀବ ଲୋକମାନେ ସର୍ବସାନ୍ତ ହେଉଛନ୍ତି। ଦିନସାରା ହାଡ ଭଙ୍ଗା ପରିଶ୍ରମ କରି ଯାହାକିଛି ପାରିଶ୍ରମିକ ଆଣୁଛନ୍ତି ତାହା ମଦ କୋଠିରେ ଓ ସଟ୍ଟା ଖେଳି ଖର୍ଚ୍ଚ କରିଦେଉଛନ୍ତି। ଫଳରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ପରିବାର ମଧ୍ୟରେ କଳିକଜିଆ ମଧ୍ୟ ଲାଗିରହୁଛି। ଅନ୍ୟପକ୍ଷରେ ଅଞ୍ଚଳରେ ମଦ, ସଟ୍ଟାକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ ଚିଲଗୁଡା ଫାଣ୍ଡି ପୋଲିସ ରହିଥିବା ବେଳେ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଏଥିପ୍ରତି ଆଖି ଦୃଷ୍ଟିଆ ଦୃଷ୍ଟି ନ ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଳେ ବେଳେ ଅଭିଯୋଗ ଆସିଲେ ଲୋକ ଦେଖାଣିଆ କାଁଭାଁ ଚଢାଉ କରି ଛୋଟ ମୋଟ ମଦ, ସଟ୍ଟା ବେପାରୀଙ୍କୁ ଧରପଗଡ କରାଯାଉଛି। ସେହିପରି ପ୍ରାୟ ସମୟରେ ଏଠାକାର ଫାଣ୍ଡି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏ ନେଇ ଚିଲଗୁଡା ଫାଣ୍ଡି ଅଧିକାରୀ ଅଶୋକ ବିହାରୀଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ମଦ, ସଟ୍ଟା ଉପରେ ଚଢାଉ କରାଯାଉଛି ବୋଲି କହିଥିଲେ। ସେହିପରି କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନ ଥିବା ବିଷୟରେ ପଚାରିବାରୁ କଥାଟିକୁ ଅସ୍ବିକାର କରିଥିଲେ। କଳାହାଣ୍ଡି ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେଇ ସରଜମିନ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri