ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି ସ୍ଥାନୀୟ ବିଧାୟକ ନବୀନ ଜୈନ। ନବୀନ ଏକାଧିକ ସ୍ଥାନରେ ଫାଙ୍କା ଗୁଳିଚାଳନା କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଉପସ୍ଥିତିରେ ସେ କିଭଳି ଫାଙ୍କା ଗୁଳିଚାଳନା କଲେ ବୋଲି ବିଜେଡି ପ୍ରଶ୍ନ କରିବା ସହ ଏନେଇ ବିଧାୟକଙ୍କୁ କଡ଼ା ସମାଲୋଚନା କରିଛି। ଅନ୍ୟପଟେ ଜୈନ ଏଭଳି ଅଭିଯୋଗକୁ ଖଣ୍ଡନ କରି ବନ୍ଧୁକ ନୁହେଁ, ଏହା ଖେଳଣା ବନ୍ଧୁକ ଥିଲା ବୋଲି କହିଛନ୍ତି। ରାମନବମୀ ରାଲିରେ ଲୋକେ ଖୁସି ମନାଉଥିଲେ। ଏଠାରେ କେହି ଜଣେ ତାଙ୍କୁ ଖେଳଣା ବନ୍ଧୁକ ଦେବାରୁ ସେ ଚଳାଇଥିଲେ ବୋଲି କହି ବିଜେଡିକୁ ସମାଲୋଚନା କରିଛନ୍ତି। ଅତିରିକ୍ତ ଏସ୍‌ପି ହିଂସାଶୁ ଶେଖର ବେହେରା କହିଛନ୍ତି, ବିଧାୟକ ଏବଂ ତାଙ୍କ ପିଏସ୍‌ଓଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଉକ୍ତ ବନ୍ଧୁକକୁ ଜବତ କରାଯାଇଛି। ଜବତ ବନ୍ଧୁକ(.୩୨ ବୋର୍‌) ଇଣ୍ଡିଆନ ଅର୍ଡିନାଂଶ ଫ୍ୟାକ୍ଟ୍ରିରେ ନିର୍ମିତ ହୋଇଥିବାବେଳେ ଏହାର ଲାଇସେନ୍ସ ବିଧାୟକଙ୍କ ନାମରେ ରହିଛି। ବନ୍ଧୁକରୁ ୩ରାଉଣ୍ଡ ଗୁଳି ବ୍ଲାଙ୍କ ଫାୟାରିଂ ହୋଇଥିବା ଜଣାଡ଼ିଛି। ଏହି ଘଟଣାରେ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ନିଲମ୍ବିତ କରାଯାଇଥିବା ବେହେରା କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବଲାଙ୍ଗୀର ଗସ୍ତକରି ମାମଲାର ଛାନ୍‌ଭିନ୍‌ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମ ନବମୀ ଉପଲକ୍ଷେ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଟିଟିଲାଗଡ଼ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ କୁନି କୁନି ପିଲାମାନେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଭୂମିକାରେ ସଜେଇ ହୋଇ ସୁସଜ୍ଜିତ ରଥରେ ପରିକ୍ରମା କରୁଥିଲେ। ଏହି ଶୋଭାଯାତ୍ରାରେ ସହରର ଶତାଧିକ ମହିଳା, ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବି ମୁତୟନ ହୋଇଥିଲେ। ସହରର ଶାସ୍ତ୍ରୀ ଛକରେ ଶୋଭାଯାତ୍ରା ପହଞ୍ଚତ୍ବା ପରେ ବିଧାୟକ ଏଥିରେ ସାମିଲ ହୋଇଥିଲେ। ସେଠାରେ ବିଧାୟକ ଏକ ପିସ୍ତଲ (ବନ୍ଧୁକ) ଉପରମୁହାଁ  କରି ଫାଙ୍କା ଗୁଳିଚାଳନା କରିଥିଲେ। ଗୁଳି ଫୁଟାଇବା ପରେ ଏହାକୁ ବିଧାୟକ ପ୍ୟାଣ୍ଟ ଭିତରେ ଭରି ଦେଉଥିତ୍ବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପିଏସ୍‌ଓ ଏବଂ ଅନ୍ୟ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏବଂ ଶ୍ରୀରାମ ନବମୀ ଭଳି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବିଧାୟକଙ୍କ ଏଭଳି ଫାଙ୍କା ଗୁଳିଚାଳନାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତ୍ରୀ ଟୁକୁନି ସାହୁ କଡ଼ା ସମାଲୋଚନା କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଗୁଳି ଫୁଟାଇବା ଏକ ଅପରାଧ। ଏ ନେଇ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ବିଜେଡି ପକ୍ଷରୁ ରବିବାର ଟିଟିଲାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି। ଏଭଳି ପ୍ରତିକ୍ରିୟା ପରେ ଜୈନ କହଛନ୍ତି , ରାଲିରେ ସେ ଖେଳଣା ବନ୍ଧୁକ ଫୁଟାଇଛନ୍ତି। ଟିଟିଲାଗଡ଼ର ବିକାଶ କଥା ଛାଡ଼ି ଏଭଳି ପ୍ରସଙ୍ଗକୁ ଧରି ବିଜେଡି ଅପପ୍ରଚାର କରିବାକୁ ଚେଷ୍ଟା କରୁଛି। ତେବେ ବିଧାୟକ ନବୀନ ଖେଳନା ବନ୍ଧୁକ ଧରିଥିବା କହୁଥିବାବେଳେ ପୋଲିସ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଜବତ କରିଥିବା କହିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?