ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ସମସ୍ତ ପ୍ରମୁଖ କମ୍ପାନୀ ଏଆଇ ଏବଂ କ୍ଲାଉଡ୍‌ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ପୁଞ୍ଜିନିବେଶକରି ସେହି ଅନୁଯାୟୀ କାର୍ଯ୍ୟ ଢାଞ୍ଚା ପ୍ରସ୍ତୁତି ଆରମ୍ଭ କରିଥିବାରୁ ବିଭିନ୍ନ କମ୍ପାନୀରୁ ବିପୁଳ ସଂଖ୍ୟାରେ କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। ଏହି କ୍ରମରେ ଓରାକଲ୍‌ଠାରୁ ଆରମ୍ଭକରି ଆମାଜନ୍‌ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ୁଛି। ଏହି ଧାରାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଭାରତ ସମେତ ବିଶ୍ୱର ବିଭିନ୍ନ ଭାଗରେ ହଜାର ହଜାର ଆଇଟି ପେସାଦାର କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଯେଭଳି ଛଟେଇ ଆରମ୍ଭ ହୋଇଛି ତଦ୍ଦ୍ବାରା ଅଧିକାଂଶ ଭାରତୀୟ ନିଯୁକ୍ତି ହରାଇବା ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ସ୍ତରର ଏକ ସ୍ବତନ୍ତ୍ର ପ୍ଲାଟ୍‌ଫର୍ମ ‘ଲେଅଫସ୍‌ ଡଟ୍‌ ଏଫ୍‌ଓ୍ବାଇଆଇ’ ରିପୋର୍ଟ ଅନୁସାରେ ଗତ ବର୍ଷଠାରୁ ଏଆଇ ପ୍ରଭାବରେ ବୈଷୟିକ ଏବଂ ଆଇଟି କ୍ଷେତ୍ରରେ ଛଟେଇ ଆରମ୍ଭ ହୋଇଥିଲା। କେବଳ ୨୦୨୫ରେ ବୈଶ୍ୱିକ ସ୍ତରରେ ୨୧୮ କମ୍ପାନୀରୁ ୧,୧୨,୭୩୨ କର୍ମଚାରୀ ଛଟେଇ ହୋଇଥିଲେ। ଏହି ଧାରାରେ ଚଳିତ ବର୍ଷ ମଧ୍ୟ ବିଭିନ୍ନ କମ୍ପାନୀ ସେମାନଙ୍କ କର୍ମଚାରୀ ସଂଖ୍ୟାରେ ବ୍ୟାପକ ହ୍ରାସ କରିଛନ୍ତି।

ଆମେରିକାର ଅନ୍ୟତମ ପ୍ରମୁଖ ଆଇଟି ଉଦ୍ୟୋଗ ଓରାକଲ୍‌ କର୍ପୋରେଶନ ବିଶ୍ୱସ୍ତରରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ଆର୍ଥିକ ସ୍ଥିତି ଭଲ ରହିବା ସହ ଆୟ ଅଭିବୃଦ୍ଧି ଯଥେଷ୍ଟ ରହିଥିଲେ ମଧ୍ୟ କମ୍ପାନୀ ଉକ୍ତ ସଂଖ୍ୟାରେ କର୍ମଚାରୀଙ୍କୁ ବିଦା କରିଛି। ଏହି କ୍ରମରେ ସପ୍ତାହକ ମଧ୍ୟରେ ଭାରତରେ ଓରାକଲ୍‌ରେ କାର୍ଯ୍ୟ କରୁଥିବା ୨୫୦୦ ଆଇଟି ପେସାଦାର ନିଯୁକ୍ତି ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨୦୦୦ ଭାରତୀୟ ଓରାକଲ୍‌ରୁ ବିଦା ହୋଇସାରିଲେଣି। ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ କର୍ମାବସାନଜନିତ କ୍ଷତିପୂରଣ ଦେବାକୁ ମଧ୍ୟ ଓରାକଲ୍‌ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଏବଂ ଡାଟା ସେଣ୍ଟର ସମେତ କ୍ଲାଉଡ୍‌ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ଅଧିକ ନିବେଶ କରୁଥିବାରୁ ଆର୍ଥିକ ଚାପ ହ୍ରାସ କରିବା ପାଇଁ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓପନ୍‌ ଏଆଇ ଏବଂ ଓରାକଲ୍‌ ମଧ୍ୟରେ ଆଗାମୀ ୫ ବର୍ଷ ମଧ୍ୟରେ ୩୦୦ ବିଲିୟନ ଡଲାରର କାରବାର ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ କମ୍ପାନୀର କାରବାର ୨୨ ପ୍ରତିଶତ ଅଭିବୃଦ୍ଧିରେ ୧୭. ୨ ବିଲିୟନ ଡଲାର ରହିଥିଲେ ହେଁ ଋଣ ବୋଝ ବଢ଼ି ଚାଲିଥିବାରୁ ଓରାକଲ୍‌ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହୋଇଥିବା କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri