୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ଆଣ୍ଡ୍‌ ହ୍ୟୁମିଡିଟି ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ୫ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖ ଯାଏ ଏପରି ଝଡ଼ବର୍ଷା ଲାଗି ରହିବ।

ଆଜି ୩ ଜିଲା ଗଞ୍ଜାମ, ଗଜପତି, ପୁରୀକୁ ତାତି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିଭଳି ନୂଆପଡ଼ା ଓ ନବରଙ୍ଗପୁରକୁ ଝଡ଼ ତୋଫାନ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ।

ବୁଧବାର ରାଜ୍ୟର ୨୪ ସ୍ଥାନରେ ପାରଦ ୩୬ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିଭଳି ଢେଙ୍କାନାଳ ଜିଲାରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଆସନ୍ତା ୨ଦିନରେ ତାପମାତ୍ରା ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

ICC ବିଶ୍ୱକପରୁ ବାଦ ପଡ଼ିବେ ରୋହିତ ଶର୍ମା ! ସାମ୍‌ନାକୁ ଆସିଲା ବଡ଼ ଖବର, ଚିନ୍ତାରେ BCCI

ନୂଆଦିଲ୍ଲୀ,୨୧।୫: ICC ODI ବିଶ୍ୱକପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ଉଠିଛି। ଚୟନକର୍ତ୍ତାମାନେ ଆସନ୍ତା ବର୍ଷ…

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର, ଲକ୍ଷଣ ଦେଖାଗଲେ….

ନୂଆଦିଲ୍ଲୀ,୨୧।୫: ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri