ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ ହୋଇଥିଲା। ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ବିଶ୍ବବିଦ୍ୟାଳୟର ‘କୂଳଗୀତ ଏବଂ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଅତିଥି ଭାବେ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ. ଇଲିଆନା ଚିତାରିସ୍ତ ଯୋଗଦେଇ ଓଡ଼ିଶୀ ଓ ଛଉ ଭଳି ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପରମ୍ପରାର ଗଭୀରତା ଓ ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି କଳା ରୂପଗୁଡ଼ିକରେ ଥିବା ସୂକ୍ଷ୍ମତା ଏବଂ ପ୍ରକାଶନ ପ୍ରକୃତରେ ଅନନ୍ୟ ବୋଲି ମତ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ଯୋଗଦେଇ କହିଲେ, ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ଭାରତର ସାଂସ୍କୃତିକ ବିବିଧତାକୁ ସମ୍ପୂର୍ଣ୍ଣ ଭାବରେ ଉପସ୍ଥାପନ କରିବା ପାଇଁ ବିଶ୍ବବିଦ୍ୟାଳୟର ବ୍ୟାପକ ଦୃଷ୍ଟିକୋଣକୁ ପ୍ରତୀକ କରେ। ଏହା ବ୍ୟତୀତ ଓଡ଼ିଆ ଭାଷା ଶିକ୍ଷଣ ଓ ଗବେଷଣା କ୍ଷେତ୍ରରେ ଆହୁରି କେମିତି ସୁଦୃଢ଼ ହେବ ସେ ବିଷୟରେ ବିଶ୍ବବିଦ୍ୟାଳୟ ତରଫରୁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ କଳା ବିଭାଗର ପ୍ରମୁଖ ପ୍ରଫେସର ସୁଷମା ଘିଲଡିୟାଲ, ପ୍ରଫେସର ସତ୍ୟବ୍ରତ ରାଉତ ଯୋଗଦେଇଥିଲେ। ପରେ ସାଂସ୍କୃତିକ ସନ୍ଧ୍ୟାରେ ମୂର୍ଚ୍ଚନା ନୃତ୍ୟ ଏକାଡେମୀ ଭୁବନେଶ୍ବର ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାରର ସଂଯୋଜକ ପ୍ରଫେସର ଗୋପବନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଡ. ଅମୀୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ଯୋଗୁ ଚାଷ ବାଧାପ୍ରାପ୍ତ: ଚିନ୍ତାରେ ଚାଷୀ

ଲାଠୋର,୨୧ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତର ୫ ଖଣ୍ଡ ଗ୍ରାମର ୨୭ ଜଣ ଚାଷୀଙ୍କ ଏଲଆଇ ପଏଣ୍ଟରୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁ ଚାଷ…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

ଯୁକ୍ତ ୨ ପରୀକ୍ଷା ଫଳରେ ବିକାଶର ସଫଳତା: ସମର୍ପିତା-ସତ୍ୟସୁନ୍ଦର କଲେଜ ଟପ୍ପର

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ…

ସୀମାନ୍ତକୁ ନଜର ନାହିଁ, ପଶୁଛି ଛତିଶଗଡ଼ ଧାନ: ସବୁଆଡ଼େ ଗଳାବାଟ

ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଛି। କିନ୍ତୁ ଆରମ୍ଭରୁ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି।…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri