ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପ୍ରତିବର୍ଷ ମା’ଙ୍କ ଝାମୁଯାତ୍ରା ପଣା ସଂକ୍ରାନ୍ତି ଦିନରୁ ଆରମ୍ଭ ହୁଏ। ଏହା ଚଳିତ ବର୍ଷ ୫ ଦିନ ଧରି ସରକାରୀ ଭାବେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ ହେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ସମ୍ପର୍କିତ ମା’ଙ୍କ ପୀଠରେ ଆଲୋଚନା ହୋଇଥିଲା। ଏଥିରେ ଜିଲାପାଳ ରଘୁରାମ ଆର୍‌. ଆୟର ଅଧ୍ୟକ୍ଷତା କରିଥିବାବେଳେ ଜିଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ଅଲୋଚନା କରିଥିଲେ। ବିଶେଷକରି ପାନୀୟଜଳ ଓ ପରିମଳ, ବିଦ୍ୟୁତ୍‌, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ, ଟ୍ରାଫିକ୍‌ ନିୟନ୍ତ୍ରଣ ପ୍ରମୁଖ ମୌଳିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପରେ ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ବୈଠକ ପରେ ଜମ୍ବୁ ମହୋତ୍ସବ ସ୍ଥାନକୁ ଜିଲାପାଳ ଓ ଅଧିକାରୀମାନେ ମହୋତ୍ସବସ୍ଥଳରେ ପହଞ୍ଚି ନିରୀକ୍ଷଣ କରିଥିଲେ।

ଉପସ୍ଥିତ ଥିବା ଜିଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ରାଜସ୍ବ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲିକ, ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋରଞ୍ଜନ ରାଉତ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ଜେନା , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ , ଜମ୍ବୁ ସାମୁଦ୍ରିକ ଥାନା ଅଧିକାରିଣୀ ଅନିତା ରାଣୀ ସ୍ବାଇଁଙ୍କ ସମେତ ଯୁବନେତା ପ୍ରଶାନ୍ତ କୁମାର ସେଠୀ, ରଞ୍ଜନ ଚୌଧୁରୀ, ତରୁଣକାନ୍ତି କାଞ୍ଜିଲାଲ, ଚନ୍ଦ୍ରକାନ୍ତ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଓମର ଅବଦୁଲ୍ଲାଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ଆମେରିକୀୟ ରାଷ୍ଟ୍ରଦୂତ, ଜମ୍ମୁ-କାଶ୍ମୀର….

ନୂଆଦିଲ୍ଲୀ, ୧୯।୮: ଭାରତରେ ଆମେରିକାର ରାଜଦୂତ ସର୍ଗିଓ ଗୋର୍ ବୁଧବାର ଜମ୍ମୁ-କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସହ ସମାନ ମତ ରଖିଛନ୍ତି । ସେ ଜମ୍ମୁ-କଶ୍ମୀରକୁ ଭାରତର…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି।…

‘ଅପରେଶନ ସିନ୍ଦୂର’ ଡକ୍ୟୁମେଣ୍ଟାରୀ: ହଜିଲା ପାକିସ୍ତାନର ନିଦ, ରାତି ୨ଟାରେ ଜାରି କଲା ବିବୃତ୍ତି

ଇସଲାମାବାଦ,୧୯।୮: ’ଅପରେଶନ ସିନ୍ଦୂର’ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ନେଇ ପାକିସ୍ତାନ ଉତ୍ତେଜିତ ହୋଇ ଉଠିଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ…

ସାବଧାନ ଆସୁଛି ନିୟମ! ସରକାରୀ ଚାକିରିଆଙ୍କ କଟିବ ୨୦% ଦରମା

ନୂଆଦିଲ୍ଲୀ, ୧୯।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର କହିଛନ୍ତି ଯେ, ଆଇନଗତ ଭାବେ ବିବାହ ବିଚ୍ଛେଦ (ଡିଭୋର୍ସ) ନନେଇ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ…

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri