Posted inଖେଳ

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ହାଇଦ୍ରାବାଦ୍‌ ପକ୍ଷରୁ ପ୍ରଦତ୍ତ ୨୨୭ ରନ ଟାର୍ଗେଟର ପିଛା କରି କୋଲକାତା ୧୬ ଓଭରରେ ୧୬୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ହାଇଦ୍ରାବାଦ୍‌ର ପ୍ରଥମ ବିଜୟ ହୋଇଥିବାବେଳେ କୋଲକାତାର ଏହା କ୍ରମାଗତ ଦ୍ୱିତୀୟ ପରାଜୟ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସନରାଇଜର୍ସକୁ ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା ୫.୪ ଓଭରରେ ୮୨ ରନର ବିସ୍ଫୋରକ ଆରମ୍ଭ ଦେଇଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ହେଡ୍‌ (୨୧ ବଲ, ୪୬ ରନ, ୬ ଚୌକା ଓ ୩ ଛକା), ଅଭିଷେକ (୨୧ ବଲ, ୪୮ ରନ, ୪ ଲେଖାଏ ଚୌକା ଓ ଛକା), ଅଧିନାୟକ ଇଶାନ କିଶନ (୧୪ ରନ, ୩ ଚୌକା) ଓ ଅନିକେତ ବର୍ମା (୧)ଙ୍କ ଉଇକେଟ ହରାଇଥିଲା। ଏହାପରେ ହେନରିଚ୍‌ କ୍ଲାସେନ ଓ ନୀତୀଶ କୁମାର ରେଡ୍ଡୀ ପଞ୍ଚମ ଉଇକେଟରେ ୫୩ ବଲରେ ୮୨ ରନ ଯୋଡ଼ିଥିଲେ। ଫଳରେ ସନରାଇଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ କରିଥିଲା। କ୍ଲାସେନ ୩୫ ବଲରେ ୫୨ (୪ ଚୌକା ଓ ୧ ଛକା) ଓ ନୀତୀଶ ୨୪ ବଲରେ ୩୯ (୪ ଚୌକା ଓ ୧ ଛକା) ରନ କରି ଆଉଟ୍‌ ହୋଇଥିଲେ।

କୋଲକାତା ପାଇଁ ବ୍ଲେସିଂ ମୁଜରାବାନୀ ୪ ଓ ବୈଭବ ୨ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିବା କୋଲକାତା ୧୬ ଓଭରରେ ୧୬୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଅଙ୍ଗକ୍ରିଶ ରଘୁବଂଶୀ (୨୯ ବଲ, ୫୨ ରନ, ୬ ଚୌକା ଓ ୨ ଛକା) ଓ ରିଙ୍କୁ ସିଂ (୨୫ ବଲ, ୩୫ ରନ, ୪ ଚୌକା ଓ ୧ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାବିଆନ ଆଲେନ ୭ ବଲରେ ୨୮ (୪ ଚୌକା ଓ ୨ ଛକା) ରନ କରିଥିଲେ। ବିଜୟୀ ଦଳ ପାଇଁ ଜୟଦେବ ଉନାଡକଟ ୩ ଉଇକେଟ ନେଇଥିବା ବେଳେ ନୀତୀଶ କୁମାର ଓ ଇଶାନ ମାଲିଙ୍ଗା ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri