ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର

ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍‌) ରହିଛନ୍ତି। ପୂର୍ବ ହିସାବକୁ ଦେଖିଲେ ରାଜ୍ୟରେ ଶିଶୁ ଜନ୍ମ ହାର କମୁଛି। ୨୦୧୫-୧୬ରେ ପ୍ରତି ଜଣେ ମହିଳାଙ୍କ ହାରାହାରି ୨ଜଣ ପିଲା ରହୁଥିବାବେଳେ ୨୦୧୯-୨୧ରେ ଏହି ହାର ୧.୮କୁ ଖସିଆସିଛି। ସେହିପରି ରାଜ୍ୟରେ ୨୦୧୧-୧୩ରେ ପ୍ରତି ଲକ୍ଷେ ଶିଶୁ ଜନ୍ମରେ ୨୨୨ ମାତୃ ମୃତ୍ୟୁ ହାର ଥିବାବେଳେ ୨୦୧୮-୧୯ରେ ୧୧୯ ରହିଥିଲା। ଯଦିଓ ଓଡ଼ିଶାରେ ମାତୃ ମୃତ୍ୟୁ ହାର କମିଛି ତଥାପି ଏହା ଦେଶ ତୁଳନାରେ ଅଧିକ ରହିଛି। ଜାତୀୟ ହାର ୯୭ ରହିଥିବା ବେଳେ ଓଡ଼ିଶାରେ ୧୧୯ ରହିଛି। ଏପରି କି ଓଡ଼ିଶାରେ ଏବେ ବି କିଛି ଆଦିବାସୀ ବହୁଳ ଅଞ୍ଚଳରେ ମାତୃ ମୃତ୍ୟୁହାର ଅଧିକ ରହିଥିବା ଦେଖାଯାଇଛି। ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଏବେ ବି ମାତୃ ମୃତ୍ୟୁ ହାର ୨୦୦ ଉପରେ ରହିଛି। ଭାରତର ଗଣନାର ଟେକ୍ନିକାଲ ଗ୍ରୁପ୍‌ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ ୨୦୧୧ରେ ଶିଶୁ(୦ରୁ ୪ବର୍ଷ)ଙ୍କ ସଂଖ୍ୟା ୮.୭% ଥିବାବେଳେ ୨୦୨୧ରେ ଏହା ୭.୬%କୁ ଖସିଛି। ୨୦୩୬ ବେଳକୁ ତାହା ୬%କୁ ଖସି ଆସିବ ବୋଲି ଆକଳନ କରାଯାଇଛି। ସେହିଭଳି ପ୍ରଜନନ ବୟସ ବର୍ଗର ମହିଳାଙ୍କ ସଂଖ୍ୟା ମଧ୍ୟ ଆହୁରି କମିବ ବୋଲି ଆଶା କରାଯାଉଛି। ୨୦୨୧ରେ ଏହି ବର୍ଗର ମହିଳାଙ୍କ ସଂଖ୍ୟା ୫୫% ଥିବାବେଳେ ୨୦୩୬ରେ ତାହା ୫୧% ରହିବ ବୋଲି ଆକଳନ କରାଯାଇଛି। ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ ଅନୁସାରେ, ଓଡ଼ିଶାରେ ୫ବର୍ଷରୁ କମ୍‌ ବୟସର ୩୧% ଶିଶୁଙ୍କ ରୁଗ୍‌ଣ ବା ଦୁର୍ବଳ ସ୍ବାସ୍ଥ୍ୟ ରହିଥିବାବେଳେ ୧୮.୧% ଶିଶୁ ମୃତ୍ୟୁବରଣ ହୋଇଛନ୍ତି। ଏପରି କି ୨୯.୭% ଶିଶୁଙ୍କର କମ୍‌ ଓଜନ ରହିଛି। ତେବେ ରକ୍ତହୀନତା ଏବଂ ଅପପୁଷ୍ଟି ଯୋଗୁ ବଲାଙ୍ଗୀର, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଆଦି ୧୦ଜିଲା ଏବେ ଓଡ଼ିଶାର ହଟ୍‌ସ୍ପଟ ଜିଲା। ତେଣୁ ଏସବୁ ଜିଲା ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ଓଡ଼ିଶାରେ ୬୪.୪% ପ୍ରଜନନ ବର୍ଗର ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିବାବେଳେ ୬୧.୮% ଗର୍ଭବତୀଙ୍କ ଠାରେ ମଧ୍ୟ ଏହା ଦେଖାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ(୨୦୧୯-୨୧) ଅନୁସାରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ବୟସ)ର ଦୁଇ ତୃତୀୟାଂଶ ମହିଳାଙ୍କଠାରେ ରକ୍ତହୀନତା ଦେଖାଯାଇଥିଲା। ଆଦିବାସୀ ଅଞ୍ଚଳରେ ଏହା ୭୧.୭% ରହିଛି। ଖାଦ୍ୟରେ ଲୌହ ସାର ବା ଆଇରନ୍‌ର ଅଭାବ, କୃମି ସଂକ୍ରମଣ, ଗର୍ଭଧାରଣ ଏବଂ ମାସିକ ଋତୁସ୍ରାବ ସମୟରେ ଆଇରନ କମିବା ଆଦି ରକ୍ତହୀନତାର ପ୍ରାଥମିକ କାରଣ ବୋଲି ଜଣାପଡ଼ିଛି। ସେପଟେ ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିବ ବୋଲି ଆଶା କରାଯାଉଛି। ୨୦୧୯-୨୧ରେ ଏହି ହାର ୩୪ ଥିବା ବେଳେ ୨୦୩୧-୩୫ରେ ତାହା ୨୦କୁ ଖସିଆସିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ...

୨ ପ୍ରିଜାଇଡିଂ ଅଫିସର୍‌ଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ...

ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍‌

ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର...

ନିର୍ବାଚନ ପରିଚାଳନାରେ ତ୍ରୁଟି: ସସ୍‌ପେଣ୍ଡ ହେଲେ ୨ ପୋଲିଂ ଅଫିସର

ଭୁବନେଶ୍ୱର,୧୩।୫: ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲା ନର୍ଲାର ଏକ ବୁଥରେ ନିୟୋଜିତ...

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri