ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୯୫/୨୬ ଓ ୯୬/୨୬ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଗ୍ରାମର ପି.ପିତାମ୍ବର ଦୋରା ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଅପରଗୋଷ୍ଠୀର ଭୀମ ମହାଙ୍କୁଡ଼ ଏବଂ ତାଙ୍କ ସମର୍ଥକ ମାନେ ଆକ୍ରମଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ପିତାମ୍ବରଙ୍କ ସହଯୋଗୀ ମାନେ ସଂଘବଦ୍ଧ ହୋଇ ପ୍ରତି ଆକ୍ରମଣ କରିଥିଲେ। ଏନେଇ ତଦନ୍ତ ଚାଲିଛି। ଉଭୟ ଗୋଷ୍ଠୀର ୯ ଜଣ ଏହି ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ସୁଧୀର କୁମାର ନାୟକ କହିଛନ୍ତି।

