ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ଭାବେ କାର୍ଯ୍ୟ କରୁଛନ୍ତି। ଗତ ୨୦୧୪ରେ ତାଙ୍କ ଆଧାରକାର୍ଡ କରାଯାଇଥିଲା। ଚାକିରିରେ ନିଯୁକ୍ତି ପରେ ପୋଷ୍ଟ ଅଫିସରେ ସେ ଶିଶୁମାନଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ତାଙ୍କୁ ବିଭାଗ ପକ୍ଷରୁ ଆଇ.ଡି ଓ ପାସଓ୍ବାର୍ଡ ଦିଆଯାଇଥିଲା। ସେ ସମସ୍ତ ଆଧାରକାର୍ଡ ହିତାଧିକାରୀଙ୍କ ଆଧାର ସହ ମୋବାଇଲ ଲିଙ୍କ୍‌ ପାଇଁ କାର୍ଯ୍ୟ ମଧ୍ୟ କରୁଥିଲେ। ସେ ଜୀବିତ ଥିଲେ ମଧ୍ୟ ତାଙ୍କ ଆଧାରକାର୍ଡ ତଥ୍ୟରେ ତାଙ୍କୁ ମୃତ ବୋଲି ଦର୍ଶାଯାଇଛି। ଗତ ୨୦୨୫ ଡିସେମ୍ବର ୩୦ରେ ସେ ତାଙ୍କ ଆଧାରକାର୍ଡ ଅପଡେଟ କରିବା ପରେ ଏନେଇ ସୂଚନା ପାଇବା ପରେ ହଡ଼ବଡ଼େଇ ଯାଇଥିଲେ। ବ୍ୟତିବ୍ୟସ୍ତ ଭାବେ ସେ ଭୁବନେଶ୍ୱରସ୍ଥିତ ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ତାଙ୍କୁ ସ୍କୁଲ ସାର୍ଟିଫିକେଟ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନେଇ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆସି ଦରଖାସ୍ତ କରିବା ସହ ଦେଖାକରିବାକୁ କହିଥିଲେ। ରକି ତାଙ୍କ ସମସ୍ତ ପ୍ରମାଣପତ୍ର ସାଙ୍ଗରେ ନେଇ ଭୁବନେଶ୍ବର ଯାଇଥିଲେ। ସେଠାରେ ସମ୍ପୃକ୍ତ ଅଧିକାରୀ ତାଙ୍କ ପାନ୍‌ କାର୍ଡ, ଭୋଟର କାର୍ଡ ନେଇ ଆଧାରକାର୍ଡ ସଂଶୋଧନ କରି ଅପଡେଟ୍‌ କରିଥିଲେ। ସେ ଗାଁ କୁ ଫେରିବା ପରେ ପୁଣି ଆଧାର ପୋର୍ଟାଲରେ ସର୍ଚ୍ଚ କରିବାରୁ ତାଙ୍କୁ ମୃତ ଦର୍ଶାଯାଇଥିଲା। ରକି ଅଫିସରୁ ଛୁଟି ନେଇ ପୁଣି ଭୁବନେଶ୍ୱର ଆଧାରକାର୍ଡ କାର୍ଯ୍ୟାଳୟକୁ ଦୌଡ଼ିଥିଲେ।କର୍ତ୍ତୃପକ୍ଷ ପୁଣିଥରେ ସଂଶୋଧନ କରି ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ସେ ଘରକୁ ଫେରି ପୁଣିଥରେ ଆଧାର ପୋର୍ଟାଲରେ ସର୍ଚ୍ଚ କରିବାରୁ ପୂର୍ବବତ୍ ତାଙ୍କୁ ମୃତ ଦର୍ଶାଯାଇଥିବା ଦେଖିଥିଲେ।

ପରେ ସେ ଏନେଇ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ତଥ୍ୟ ଦିଆଯାଉ ନ ଥିବା ନେଇ ଅଭିଯୋଗ କରିଛନ୍ତି। ଗତ ୪ ମାସ ମଧ୍ୟରେ ସେ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ହୋଇ ଭୁବନେଶ୍ୱର ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ବୋଲି କହିଛନ୍ତି। ଏନେଇ ଭୁବନେଶ୍ୱର ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଶପଲ୍ଲାରେ ଚାଞ୍ଚଲ୍ୟ: ୩ ଦିନ ଧରି ନିଖୋଜ ବିରଞ୍ଚିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ଘଟଣାସ୍ଥଳରେ…

ନୟାଗଡ଼,୧।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ଟାକରା ପଞ୍ଚାୟତ ଅସନିବେରେଣା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ଧରି ନିଖୋଜ…

ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଣପୁର ପୁଅଙ୍କ କମାଲ, ଜିତିଲେ ୩ଟି ସ୍ୱର୍ଣ୍ଣ, ରାୟଗଡ଼ାରେ ହେବ…

ଗୁଣପୁର,୧।୧୧(ସୁଜାତା ପାଢ଼ୀ): ହରିୟାଣାର ଫରିଦାବାଦଠାରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଣପୁର ‘ମହାବୀର ଏ-୧ ଜିମ୍’ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ…

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର/ଗଞ୍ଜାମ,୧ା୧୧(ଦିଲ୍ଲୀପ ସାମଲ/ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ…

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

‘ବଲାଙ୍ଗୀର ଦିନ୍’ ଉତ୍ସବର ଶୁଭାରମ୍ଭ: ନାଚ-ଗୀତରେ କମ୍ପିଲା ସହର, ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଝୁମିଲେ ଲୋକେ

ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ…

ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?