ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ଭାବେ କାର୍ଯ୍ୟ କରୁଛନ୍ତି। ଗତ ୨୦୧୪ରେ ତାଙ୍କ ଆଧାରକାର୍ଡ କରାଯାଇଥିଲା। ଚାକିରିରେ ନିଯୁକ୍ତି ପରେ ପୋଷ୍ଟ ଅଫିସରେ ସେ ଶିଶୁମାନଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ତାଙ୍କୁ ବିଭାଗ ପକ୍ଷରୁ ଆଇ.ଡି ଓ ପାସଓ୍ବାର୍ଡ ଦିଆଯାଇଥିଲା। ସେ ସମସ୍ତ ଆଧାରକାର୍ଡ ହିତାଧିକାରୀଙ୍କ ଆଧାର ସହ ମୋବାଇଲ ଲିଙ୍କ୍‌ ପାଇଁ କାର୍ଯ୍ୟ ମଧ୍ୟ କରୁଥିଲେ। ସେ ଜୀବିତ ଥିଲେ ମଧ୍ୟ ତାଙ୍କ ଆଧାରକାର୍ଡ ତଥ୍ୟରେ ତାଙ୍କୁ ମୃତ ବୋଲି ଦର୍ଶାଯାଇଛି। ଗତ ୨୦୨୫ ଡିସେମ୍ବର ୩୦ରେ ସେ ତାଙ୍କ ଆଧାରକାର୍ଡ ଅପଡେଟ କରିବା ପରେ ଏନେଇ ସୂଚନା ପାଇବା ପରେ ହଡ଼ବଡ଼େଇ ଯାଇଥିଲେ। ବ୍ୟତିବ୍ୟସ୍ତ ଭାବେ ସେ ଭୁବନେଶ୍ୱରସ୍ଥିତ ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ତାଙ୍କୁ ସ୍କୁଲ ସାର୍ଟିଫିକେଟ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନେଇ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆସି ଦରଖାସ୍ତ କରିବା ସହ ଦେଖାକରିବାକୁ କହିଥିଲେ। ରକି ତାଙ୍କ ସମସ୍ତ ପ୍ରମାଣପତ୍ର ସାଙ୍ଗରେ ନେଇ ଭୁବନେଶ୍ବର ଯାଇଥିଲେ। ସେଠାରେ ସମ୍ପୃକ୍ତ ଅଧିକାରୀ ତାଙ୍କ ପାନ୍‌ କାର୍ଡ, ଭୋଟର କାର୍ଡ ନେଇ ଆଧାରକାର୍ଡ ସଂଶୋଧନ କରି ଅପଡେଟ୍‌ କରିଥିଲେ। ସେ ଗାଁ କୁ ଫେରିବା ପରେ ପୁଣି ଆଧାର ପୋର୍ଟାଲରେ ସର୍ଚ୍ଚ କରିବାରୁ ତାଙ୍କୁ ମୃତ ଦର୍ଶାଯାଇଥିଲା। ରକି ଅଫିସରୁ ଛୁଟି ନେଇ ପୁଣି ଭୁବନେଶ୍ୱର ଆଧାରକାର୍ଡ କାର୍ଯ୍ୟାଳୟକୁ ଦୌଡ଼ିଥିଲେ।କର୍ତ୍ତୃପକ୍ଷ ପୁଣିଥରେ ସଂଶୋଧନ କରି ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ସେ ଘରକୁ ଫେରି ପୁଣିଥରେ ଆଧାର ପୋର୍ଟାଲରେ ସର୍ଚ୍ଚ କରିବାରୁ ପୂର୍ବବତ୍ ତାଙ୍କୁ ମୃତ ଦର୍ଶାଯାଇଥିବା ଦେଖିଥିଲେ।

ପରେ ସେ ଏନେଇ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ତଥ୍ୟ ଦିଆଯାଉ ନ ଥିବା ନେଇ ଅଭିଯୋଗ କରିଛନ୍ତି। ଗତ ୪ ମାସ ମଧ୍ୟରେ ସେ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ହୋଇ ଭୁବନେଶ୍ୱର ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ବୋଲି କହିଛନ୍ତି। ଏନେଇ ଭୁବନେଶ୍ୱର ଆଧାରକାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?