ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି ଘଟିଛି

ଗଞ୍ଜାମ ଜିଲା ଆସିକା ବ୍ଲକ ମୁନିଗାଡ଼ି ଗ୍ରାମରେ । ଉକ୍ତ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ମଧୁସ୍ମିତା କହଁର ଦିନ ବେଳେ ପ୍ରବଳ ଖରା ଯୋଗୁ ସାରେ ଗ୍ରାମରେ ଜନଗଣନା କାର୍ଯ୍ୟ କରୁଥିଲେ। ଏହି ସମୟରେ ବର୍ଷା ଯୋଗୁ ବିଦ୍ୟୁତ୍‌ ଚାଲି ଯାଇଥିଲା। ଅନ୍ଧାରରେ ଜନଗଣନା ପାଇଁ ମଧୁସ୍ମିତା ଗୋଲା ସାହିକୁ ଚାଲି ଚାଲି ଯାଉଥିବା ସମୟରେ ଏକ ସର୍ପ ତାଙ୍କୁ ଦଂଶନ କରିଥିଲା। ଏହାପରେ ନିକଟରେ ଥିବା ଗ୍ରାମବାସୀ ଏବଂ ଅନ୍ୟ ଶିକ୍ଷକମାନେ ଜାଣିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଗୋବରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାତିରେ ଭଞ୍ଜନଗର ମେଡିକାଲକୁ ଅଣାଯାଇଛି। ଏଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ସଂପୃକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗାମ୍ବର ପ୍ରଧାନ, କ୍ରୀଡ଼ା ଶିକ୍ଷକ ସନ୍ତୋଷ ବେହେରା, ସୂପରଭାଇଜର ଆଶୋକ କୁଆର କହଁର ପ୍ରମୁଖ ମେଡିକାଲରେ ରହି ମଧୁସ୍ମିତାଙ୍କ ସ୍ବାସ୍ଥ୍ୟଅବସ୍ଥା ତଦାରଖ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସାଙ୍ଗ: ଆଉ ତା’ପରେ…

ରାଜନଗର,୩।୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାର ଜରିମୂଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁର ସାଙ୍ଗକୁ ସାଙ୍ଗ ପଛପଟୁ…

ଓସିଏସ୍‌ ପରୀକ୍ଷାରେ ୬୬ତମ ସ୍ଥାନରେ ରଶ୍ମିରଞ୍ଜନ, ତାଙ୍କ ସଫଳତା ପଛରେ…

ମହାକାଳପଡ଼ା, ୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଢ଼ି ଗ୍ରାମର ତପନ ସ୍ବାଇଁ ଓ ନିର୍ମଳା ସ୍ବାଇଁଙ୍କ ବଡ଼ ପୁଅ ରଶ୍ମିରଞ୍ଜନ…

୨ ସପ୍ତାହ ପରେ ଆରମ୍ଭ ହେବ ଅଣ୍ଡାଦାନ ପ୍ରକ୍ରିୟା: ବସା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବଉଳା କୁମ୍ଭୀର

ମହାକାଳପଡ଼ା,୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ପାଇକା, ଲୁଣା ଓ ଗୋବରୀ ସଂଲଗ୍ନ ନଦୀନାଳରେ ବହୁସଂଖ୍ୟାରେ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ବତୀଘର ଖରିନାସି…

ନିଜ ବୟଫ୍ରେଣ୍ଡଙ୍କୁ ଜ୍ୱାଇଁ କରିଦେଲେ ମା’: ବିବାହ ପରେ ସ୍ବାମୀଙ୍କୁ ମା’ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାପରେ, ଝିଅ ନେଲେ…

ପାଟନା,୩।୬: ବିହାରର ଆରାରିଆରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଅବୈଧ ସମ୍ପର୍କରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ୧୬ ବର୍ଷୀୟା…

ବୈଭବଙ୍କ ପାଇଁ ବଡ଼ ବଡ଼ କମ୍ପାନୀର ଲାଇନ୍‌, ଆକାଶଛୁଆଁ ହେଲା ବ୍ରାଣ୍ଡ ଭାଲ୍ୟୁ; ଜାଣନ୍ତୁ ଏବେ କେତେ ଟଙ୍କା କରୁଛନ୍ତି ଚାର୍ଜ

ନୂଆଦିଲ୍ଲୀ,୩।୬: ଯେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ଥିଲା ଏବଂ ତାଙ୍କ ବୟସ ହିଁ କେବଳ ଚର୍ଚ୍ଚା…

ପୁଣି ଏହି ସବୁ ଦେଶକୁ ବଡ଼ ଝଟ୍‌କା ଦେବେ ଟ୍ରମ୍ପ! ଲିଷ୍ଟରେ ଭାରତ ସମେତ…

ନୂଆଦିଲ୍ଲୀ,୩।୬: ଆମେରିକା ଭାରତ ସମେତ ୬୦ଟି ଦେଶ ଏବଂ ଅର୍ଥନୀତି ବିରୁଦ୍ଧରେ ବଡ଼ ବାଣିଜ୍ୟ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧି (USTR) କହିଛନ୍ତି ଯେ…

ମଣ୍ଡି ଖୋଲିବାର ୧୨ ଦିନ ପରେ ବି ସ୍ବାଭାବିକ ହେଲାନି: ଚାଷୀ ମହଲରେ..

ନୂଆପଡ଼ା,୩ା୬(ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବିଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇ ୨୫ରୁ ଜିଲାର ସମସ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି…

ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ

ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri