Posted inଫୁରସତ

ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା କଲେ ଏମିତି କାରନାମା: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି। ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି କରନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ୟୁକ୍ରେନର ଜଣେ ଇନ୍‌ଫ୍ଲୁଏନ୍ସର ଏମିତି କାର୍ଯ୍ୟ କରିଛନ୍ତି। ଇନ୍‌ଫ୍ଲୁଏନ୍ସର ଆନାସ୍ତାସିଆ ପୋକ୍ରେଶଚୁକ ନିଜା ଅନନ୍ୟ ଫ୍ୟାଶନ ଶୈଳୀ ପାଇଁ ଜଣାଶୁଣା।ମୁହଁ ଏବଂ ଶରୀରରେ ପରିବର୍ତ୍ତନ ଏବଂ ପ୍ଲାଷ୍ଟିକ ସର୍ଜରୀ ପାଇଁ ସେ ପ୍ରସିଦ୍ଧ। ତାଙ୍କ ଗାଲ, ଓଠକୁ ବଢାଇବା ପାଇଁ ଅନେକ ସର୍ଜରି କରିଛନ୍ତି। ପୋକ୍ରେଶଚୁକ ବର୍ତ୍ତମାନ ତାଙ୍କ ନଖକୁ ଏକ ନୂଆ ରୂପ ଦେଇଛନ୍ତି, ଏଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ନଖକୁ ଅତି ଲମ୍ବା ଏବଂ ତୀକ୍ଷ୍ଣ କରିଛନ୍ତି। ଆନାସ୍ତାସିଆ ପୋକ୍ରେଶଚୁକ ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା ଭାବେ ମଧ୍ୟ ଜଣାଶୁଣା।
ପୋକ୍ରେଶଚୁକ ନିକଟରେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଠାରେ ସେ ତାଙ୍କର ବିସ୍ତାରିତ ଏବଂ ସଜାଯାଇଥିବା ନଖକୁ ଚିତ୍ରଣ କରୁଥିବା ଦେଖାଯାଏ। ଇନଷ୍ଟାଗ୍ରାମରେ ୨୦୦,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି।

କିଛି ଲୋକ ଆନାସ୍ତାସିଆର ନୂଆ ଲୁକକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ତେବେ ଅନ୍ୟମାନେ ଏହାକୁ ଅଦ୍ଭୁତ ଏବଂ ଭୟଙ୍କର ବୋଲି କହିଛନ୍ତି। ବିବାଦ ସହିତ ପୋକ୍ରେଶଚୁକଙ୍କ ଏକ ଦୀର୍ଘ ସମ୍ପର୍କ ଅଛି। ପ୍ଲାଷ୍ଟିକ ସର୍ଜରୀ ଏବଂ ତାଙ୍କ ଚିତ୍ରରେ ଫଟୋଶପ ବ୍ୟବହାର କରି ପୋକ୍ରେଶଚୁକ ଅତୀତରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ସମାଲୋଚନା ସତ୍ତ୍ୱେ ସେ ଯାହା ପସନ୍ଦ କରନ୍ତି ତାହା କରନ୍ତି। ସେ ନିଜର ଅଦ୍ଭୁତ ସୌନ୍ଦର୍ଯ୍ୟ ଏବଂ ବକ୍ତବ୍ୟ ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଶଙ୍ଖ ଭବନରେ ଅଣ୍ଟା ଭିଡିଲେଣି ମହିଳା ନେତ୍ରୀ: ଏପଟେ ଶ୍ରୀମୟୀଙ୍କ ମିଛେଇ ଭାଣିଜି ବାଣ…

ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri