ଆର୍‌ଆର୍‌ଭିଏଲ୍‌ରେ ୪୯୬୬.୮ କୋଟି ଟଙ୍କା ନିବେଶ କରିବ ଏଡିଆଇଏ

ଭୁବନେଶ୍ୱର,୮। ୧୦:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌)ରେ ଆବୁଧାବି ଇନେ୍‌ଭଷ୍ଟମେଣ୍ଟ ଅଥୋରିଟି (ଏଡିଆଇଏ)ର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ପ୍ରାୟ ୫୦୦୦ (୪୯୬୬.୮୦) କୋଟି ଟଙ୍କାର ପୁଞ୍ଜିନିବେଶ କରିବା ନେଇ ଆର୍‌ଆର୍‌ଭିଏଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏଡିଆଇଏର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବେ ଆର୍‌ଆର୍‌ଭିଏଲ୍‌ର ୦.୫୯% ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ। ଏହି ନିବେଶ ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛି, ଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି। ବିଶେଷ କରି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ସହଯୋଗୀ କମ୍ପାନୀଗୁଡିକ ଜରିଆରେ ଭାରତର ସର୍ବବୃହତ୍‌ ତଥା ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି। ଏପରିକି ଗ୍ରୋସରି, କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮,୫୦୦ରୁ ଊଦ୍ଧର୍‌ବ ଷ୍ଟୋର ଏବଂ ଡିଜିଟାଲ କମର୍ସ ପ୍ଳାଟ୍‌ଫର୍ମ ନେଟ୍‌ୱାର୍କ ଜରିଆରେ ମଧ୍ୟ ଏହା ୨୬୭ ନିୟୁତରୁ ଅଧିକ ନିୟମିତ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଛି।

ଏ ସମ୍ପର୍କରେ ଆର୍‌ଆର୍‌ଭିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ କହିଛନ୍ତି, ଆର୍‌ଆର୍‌ଭିଏଲ୍‌ର ଏକ ନିବେଶକ ଭାବେ ଏଡିଆଇଏ ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଶ୍ୱରେ ମୂଲ୍ୟ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ରହିଥିବା ସୁଦୀର୍ଘ ଅଭିଜ୍ଞତା ଆମକୁ ଭାରତର ରିଟେଲ କ୍ଷେତ୍ରକୁ ପରିବର୍ଦ୍ଧିତ କରିବା ନେଇ ଆମର ରହିଥିବା ଲକ୍ଷ୍ୟ ହାସଲରେ ବେଶ୍‌ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଡିଆଇଏ ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମଦ ସାଓ୍ବନ୍‌ ଆଲ୍‌ଢ଼ାହେରି କହିଛନ୍ତି, ଦ୍ରୁତଗତିରେ ଆଗକୁ ବଢୁଥିବା ଏକ ବଜାରରେ ରିଲାଏନ୍ସ ରିଟେଲ ଦୃଢ ଅଭିବୃଦ୍ଧି ଓ ନମନୀୟତା ପ୍ରଦର୍ଶିତ କରିଛି। ରିଲାଏନ୍ସ ସହିତ ଆମର ସହଭାଗିତା ବଢ଼ାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା କ୍ଷେତ୍ରରେ ଆମ ଉପସ୍ଥିତି ବୃଦ୍ଧିକରି ଆମେ ବେଶ୍‌ ଆନନ୍ଦିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri