Posted inଜାତୀୟ

ଇନ୍ଦିରା ଗାନ୍ଧୀଙ୍କୁ ମହାପୁରୁଷ କହିଲେ ପ୍ରିୟଙ୍କା, ଭୁଲ୍‌ ବୁଝିବା ପରେ…

ଭୋପାଳ,୫।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି। ପ୍ରିୟଙ୍କା ଧରର ମୋହନଖେଡା ଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣ ସମୟରେ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜଣେ ମହାପୁରୁଷ ବୋଲି କହିଥିଲେ। ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଜପା ଏବେ ତାଙ୍କୁ ଟାର୍ଗେଟ୍‌ କରୁଛି।
ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ କହୁଥିଲେ। ଏହି ସମୟରେ ସେ କହିଥିଲେ – ମୋ ଜେଜେମା’ ଇନ୍ଦିରା ଗାନ୍ଧୀ ମଧ୍ୟ ଜଣେ ମହାପୁରୁଷ ଥିଲେ। କିଛି ସେକେଣ୍ଡ ମଧ୍ୟରେ ନିଜ ଭୁଲକୁ ଅନୁଭବ କରି ସେ ଜଣେ ପୁରୁଷ ନୁହେଁ, ସେ ବହୁତ ବଡ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରିୟଙ୍କା କହିଥିଲେ। ଏବେ ଭାଜପା ନେତାମାନେ ପ୍ରିୟଙ୍କାଙ୍କ ଏହି ବିବୃତ୍ତିକୁ ଗାନ୍ଧୀ ପରିବାରର ଅହଂକାର ବୋଲି କହୁଛନ୍ତି। ପ୍ରିୟଙ୍କା ଇନ୍ଦିରା ଗାନ୍ଧୀଙ୍କୁ ଜନତାଙ୍କ ସେବକ ନୁହେଁ ବରଂ ଜଣେ ବଡ଼ ବ୍ୟକ୍ତିତ୍ୱ କହୁଛନ୍ତି ବୋଲି ଭାଜପା ନେତାମାନେ କହିଛନ୍ତି।
ପ୍ରିୟଙ୍କା ଗାନ୍ଧୀ ନିଜ ସମ୍ବେଧନରେ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ହେଲେ ଅନେକ ଯୋଜନା ଆରମ୍ଭ କରିବ। ରାଜ୍ୟରେ କଂଗ୍ରେସ ସରକାର ଗଠନ ପରେ କୃଷକଙ୍କ ଋଣ ପୁଣି ଛାଡ଼ କରାଯିବ। ୧୦୦ ୟୁନିଟ ବିଦ୍ୟୁତ ମାଗଣାରେ ଉପଲବ୍ଧ ହେବ। ପୁରୁଣା ପେନସନ ପୁନଃକାର୍ଯ୍ୟକାରୀ କରାଯିବ। ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ ଏବଂ ମହିଳାମାନେ ସେମାନଙ୍କ ଆକାଉଣ୍ଟରେ ମାସକୁ ୧୫୦୦ ଟଙ୍କା ପାଇବେ। ରାଜ୍ୟକୁ ଭାଜପା ମୁକ୍ତ କରିବା ପାଇଁ କଂଗ୍ରେସକୁ ଜିତାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri