Posted inଜାତୀୟ

ପକ୍ଷ ଛେଦନ ନା ‘ଇଣ୍ଡିଆ’କୁ ଡର

ନୂଆଦିଲ୍ଲୀ/ଭୋପାଳ,୨୭ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୧୮ ନଭେମ୍ବର ୨୮ରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୧୧୪ ଆସନ ଦଖଲ କରିଥିବା କଂଗ୍ରେସ ଝୁଲା ସରକାର ଗଠନ କରିଥିଲା। ଭାଜପା ୧୦୯ ଆସନରେ ସୀମିତ ରହିଥିଲେ ବି ଏପରି ପେଞ୍ଚ କରିଥିଲା ଯେ, କଂଗ୍ରେସ ସରକାରର ପତନ ଘଟିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହୀ ସାଜି ୨ ଡଜନରୁ ଊର୍ଦ୍ଧ୍ୱ ଅନୁଗତ ବିଧାୟକଙ୍କୁ ନେଇ ଭାଜପାରେ ସାମିଲ ହୋଇଥିଲେ। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏଥିପାଇଁ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ କରି ପୁରସ୍କୃତ କରାଯାଇଥିଲା। କଂଗ୍ରେସର ୫ ବର୍ଷରୁ ୩ ବର୍ଷ ଶାସନ ଭାଜପା ଛଡ଼ାଇନେଇଥିଲା, ଯାହାର ପ୍ରତିଶୋଧ ନେବା ପାଇଁ ସର୍ବପୁରାତନ ଦଳ ଏବେ ଅଣ୍ଟା ଭିଡ଼ିଛି। ଏଭଳି ସ୍ଥିତିରେ ୨୦୨୪ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଏବଂ କଂଗ୍ରେସ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏହିକ୍ରମରେ ଗତ ଅଗଷ୍ଟରୁ ଅଦ୍ୟାବଧି ଭାଜପା ପକ୍ଷରୁ ୨ଟି ପର୍ଯ୍ୟାୟରେ ୭୯ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ଫଗନ ସିଂ କୁଲସ୍ତେ। ସେହିପରି ଅନ୍ୟ ୪ ଦଳୀୟ ଏମ୍‌ପି ଗଣେଶ ସିଂ, ରିତି ପାଠକ, ରାକେଶ ସିଂ ଓ ଉଦୟ ପ୍ରତାପ ସିଂଙ୍କୁ ମଧ୍ୟ ଭାଜପା ଟିକେଟ ଦେଇଛି। ଏପରି କି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୌଳାସ ବିଜୟଭର୍ଗୀୟଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନାମ ଅଦ୍ୟାବଧି ଘୋଷଣା କରାଯାଇନାହିଁ। ଭାଜପା ପକ୍ଷରୁ ଆହୁରି ୧୫୧ ଆସନରେ ପ୍ରାର୍ଥୀ ଦେବା ବାକି ଥିଲେ ହେଁ ୬୪ ବର୍ଷୀୟ ଶିବରାଜଙ୍କୁ ନେଇ କଂଗ୍ରେସ କଟାକ୍ଷ କରିଛି। ରାଜ୍ୟରେ ସରକାର ବିରୋଧୀ ହାଓ୍ବା ବହୁଛି। ଶାସକ ଦଳରେ ବିଶ୍ୱାସ ସଙ୍କଟ ସୃଷ୍ଟି ହୋଇଛି। ଭାଜପାର ଡବଲ ଇଞ୍ଜିନ ସରକାର ପରାଜୟ ସ୍ବୀକାର କରିଥିବା ମଧ୍ୟପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି।
ସୁଦ୍ଧା ଅନ୍ୟ ରାଜ୍ୟଗୁଡ଼ିକ ଭଳି ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଚାରର କେନ୍ଦ୍ରସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଆସିଛନ୍ତି। ସୋମବାର ମୋଦିଙ୍କ ଭୋପାଳ ଗସ୍ତର କିଛି ଘଣ୍ଟା ପରେ ପ୍ରକାଶିତ ଭାଜପା ପ୍ରାର୍ଥୀ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଏମ୍‌ପିଙ୍କ ନାମ ଯେତିକି ବିସ୍ମିତ କରିଛି ସେଥିରୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ନୀରବତା। କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ମତରେ ଭାଜପା ବର୍ତ୍ତମାନ ବିରୋଧୀଙ୍କୁ ନେଇ ଭୟଭୀତ। ତେଣୁ ଶାସକ ଦଳ ‘ବୁଡ଼ିଯାଉଥିବା ଜାହାଜ’କୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ନେତାମାନଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ଦେଇଛି। ଏହି ବଡ଼ ନେତାମାନେ ଶିବରାଜଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ସୂତ୍ରରୁ ଜଣାପଡ଼ିଛି ଯେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ନ କରି ସାମୂହିକ ନେତୃତ୍ୱ ଜରିଆରେ ‘ଏକତା’ର ସନ୍ଦେଶ ଦେବାକୁ ଯାଉଛି। ତେଲଙ୍ଗାନା ଓ ମିଜୋରାମରେ ମଧ୍ୟ ଅନୁରୂପ ରଣନୀତି ଆପଣାଇପାରେ। ୨୬ ଦଳ ଏକାଠି ହୋଇ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନାମରେ ଗଢ଼ିଥିବା ବ୍ଲକ୍‌ର ପ୍ରଭାବ ବୃଦ୍ଧି ଘଟୁଥିବାବେଳେ ଶକ୍ତିଶାଳୀ ଭାଜପା ପ୍ରଥମ ଥର ପାଇଁ ଏକ ଅଣବିଭାଜିତ ବିରୋଧୀକୁ ସାମ୍ନା କରିବାକୁ ଯାଉଛି। ତେଣୁ କେନ୍ଦ୍ରରେ ସରକାର ଗଢ଼ିଥିବା ଏହି ଦଳ ଆଗକୁ ଆଉ କ’ଣ ସବୁ ଉପାୟ ପାଞ୍ଚୁଛି ତା’ ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri