ଭାରତରେ ଉତ୍ପାଦନ ବଢ଼ାଇବ ଆପଲ୍‌

ନୂଆଦିଲ୍ଲୀ,୨୬।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍‌ ନିର୍ମାତା ଆପଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍‌ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଗ୍ରାହକଙ୍କୁ ଆଇଫୋନର ସମସ୍ତ ଉତ୍ପାଦ ଯୋଗାଉଛି। ଏପରିକି ଭାରତୀୟ ବଜାରରେ ଆପଲ ବ୍ରାଣ୍ଡ୍‌ର ଚାହିଦା ପୂର୍ବପେକ୍ଷା ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ମଧ୍ୟରେ ଆଇଫୋନ୍‌ ଉତ୍ପାଦନ ପୂର୍ବପେକ୍ଷା ୨ରୁ ୩ ଗୁଣା ବଢାଇବାକୁ ଯୋଜନା କରୁଛି। ଅପରପକ୍ଷରେ ଭାରତରୁ ସର୍ବାଧିକ ଫୋନ୍‌ ରପ୍ତାନି କରୁଥିବା ସଂସ୍ଥା ଭାବେ ଆପଲ୍‌ ପ୍ରଥମ ସ୍ଥାନ ଅଧିକାର କରିଛି। ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନ ସାମ୍‌ସଙ୍ଗ ନିକଟରେ ରହିଥିବାବେଳେ ବର୍ତ୍ତମାନ ଆପଲ ସେହି ସ୍ଥାନ ଗ୍ରହଣ କରିଛି। ସେହିଭଳି ଆଗାମୀ ଦିନରେ ଆଇଫୋନ ସିରିଜର ଉତ୍ପାଦନକୁ ବ୍ୟାପକ କରିବା ସହିତ ଆଇଫୋନ୍‌ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ କମ୍ପାନୀ ଭାରତରେ ତିଆରି କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆପଲର ସ୍ବୀକୃତିପ୍ରାପ୍ତ ତଥା ତିନି ଭାରତୀୟ ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଫକ୍ସକନ୍‌, ୱଷ୍ଟ୍ରନ୍‌ ଓ ପେଗାଟ୍ରନ୍‌ ଭାରତରେ ଆଇଫୋନ୍‌ ତିଆରି କରୁଛନ୍ତି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରୁ ଉକ୍ତ ଉତ୍ପାଦନକାରୀ ସଂସ୍ଥାଗୁଡିକ ଭାରତରେ ଆଇପଡ୍‌ ଉତ୍ପାଦନ ଆରମ୍ଭ କରିବେ ବୋଲି ଆପଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,୨୦୨୨ରେ ଆପଲ୍‌ ସାରା ବିଶ୍ବରେ ୧୯,୧୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍‌ ଏବଂ ୩୮୩୬କୋଟି ଡଲାରର ଅନ୍ୟାନ୍ୟ ଆପଲ ଉତ୍ପାଦ ବିକ୍ରି କରିଥିଲା। ଏପରିକି ନିକଟରେ କମ୍ପାନୀ ଆଇଫୋନ୍‌ ୧୫ ସରିଜିର ୪ଟି ଏକ୍ସକ୍ଲୁସିଭ ମଡେଲକୁ କମ୍ପାନୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ଉନ୍ମୋଚନ କରିଥିଲା। ବିଶେଷ କରି ଉକ୍ତ ମଡେଲ୍‌ ମଧ୍ୟରୁ କିଛି ମଡେଲ ଭାରତ ବଜାରରେ ତିଆରି କରାଯାଉଛି। ସେହିପରି ପ୍ରଥମ ଥର ପାଇଁ ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ ଭାରତୀୟ ବଜାରରେ ପ୍ରଥମ ଦିନରୁ ବିକ୍ରି ହୋଇଛି। ଅପରପକ୍ଷରେ ରେଟିଂ ଏଜେନ୍ସି ମର୍ଗାନ୍‌ ଷ୍ଟାନଲିର ଆକଳନ ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଆପଲ୍‌ ପାଇଁ ଭାରତ ଏକ ପ୍ରମୁଖ ବଜାରରେ ପରିଣତ ହେବ। ଆପଲ ଆଇଫୋନ୍‌ ୧୫କୁ ନେଇ ସାରା ବିଶ୍ବରେ ଉତ୍ସାହ ଲାଗିରହିଛି, ସେଥି ମଧ୍ୟରୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ବି ବାଦ ପଡ଼ିନାହାନ୍ତି। ମସ୍କ ମଧ୍ୟ ଏକ ଆଇଫୋନ୍‌ ୧୫ କିଣିବି ବୋଲି କହିଛନ୍ତି। ଏହା ପଛର କାରଣ ବିଷୟରେ ମଧ୍ୟ ସେ ତାଙ୍କ ଏକ୍ସରେ ବର୍ଣ୍ଣନା କରିଛନ୍ତି। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଆପଲ ସିଇଓ ଟିମ୍‌ କୁକ୍‌ ଆଇଫୋନ୍‌ ୧୫ ଜରିଆରେ ଉଠାଯାଇଥିବା ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ଉକ୍ତ ଫୋନର ଫଟୋ ଓ ଭିଡିଓ ଉତ୍ତୋଳନ କ୍ଷମତା ମସ୍କଙ୍କୁ ବେଶ ପ୍ରଭାବିତ କରିଛି, ସେଥିପାଇଁ ସେ ଆଇଫୋନ୍‌ ୧୫ କିଣିବେ ବୋଲି ଏକ୍ସ ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri