୨୪ରେ ମା’ ମାଣିକେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଅଁାଖାଇ ଆସନ୍ତା ୨୦ ତାରିଖରେ ପାଳିତ ହେବ। ଏହି ପରମ୍ପରା ଅନୁଯାୟୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠରେ ଆସନ୍ତା ୨୪ ତାରିଖ (ରବିବାର) ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ଦିନ ସକାଳ ୬.୩୦ ମିନିଟରୁ ସକାଳ ୮.୫୦ ମିନିଟ ମଧ୍ୟରେ ବିଧିବିଧାନ ପୂର୍ବକ ମା’ଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ପକ୍ଷରୁ ଏକ ନୋଟିସ ଜାରି ହୋଇଛି। ଏଥିସହ ଏହି ଦିନ ସର୍ବସାଧାରାଣଙ୍କ ନିମନ୍ତେ ନବାନ୍ନ ଭକ୍ଷଣ ପାଇଁ ଦିବା ୧.୧୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ସମୟ ଧାର୍ଯ୍ୟ କରାଯାଇଛି। ପରମ୍ପରା ଅନୁଯାୟୀ ମାଣିକେଶ୍ୱରୀଙ୍କ ନବାନ୍ନ ଭୋଗ ପାଇଁ ରାଜରାଜୁଡା ଅମଳରୁ ଜମି ଭୋଗ କରିଆସୁଥିବା ନାଗଝରି ଗ୍ରାମର ଗଣ୍ଡ ସମ୍ପ୍ରଦାୟର ସେବାୟତ ଶନିବାର ସନ୍ଧ୍ୟା ସୁଦ୍ଧା ନବାନ୍ନ ଭୋଗ ନିମନ୍ତେ ନୂଆଧାନ, ନୂଆଚୁଡା, କୁରେଇ ପତ୍ର ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି ମନ୍ଦିରରେ ପହଞ୍ଚିବେ। ପଶ୍ଚିମ ଓଡିଶାରେ ଗଣପର୍ବ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲାରେ କୌଣସି ନିର୍ଦ୍ଦିଷ୍ଟ ତିଥିରେ ଏହି ପର୍ବ ପାଳିତ ହୁଏନାହିଁ। ସର୍ବପ୍ରଥମେ କେସିଙ୍ଗା ବ୍ଲକର ପର୍ଥଲା, ବାହାଦୁରପଦର ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ। ଏହାପରେ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଜିଲାର ଅଧିକାଂଶ ଅଞ୍ଚଳରେ ନୂଆଁଖାଇ ପାଳନ କରାଯାଏ। ପରେ ଶୁକ୍ଲପକ୍ଷ ଦଶମୀ ତିଥିରେ ଥୁ. ରାମପୁର, ଲାଞ୍ଜିଗଡ, ଜୟପାଟଣା, ମୁଖିଗୁଡା, ମହୁଲପାଟଣା ଓ କର୍ଲାପାଟ, ମ.ରାମପୁର ନୂଆଁଖାଇ ଥାନ୍ତି। ଆଶ୍ୱିନ ଶୁକ୍ଲପକ୍ଷ ଦଶମୀ ବିଜୟଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ନୂଆଁଖାଇ ପାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri