୬ ବର୍ଷ ହେଲା ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼,୧୪।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଗାଁ ଗ୍ରାମପଞ୍ଚାୟତ ଉପାନ୍ତ ଦାନିକାପେଲ ଗ୍ରାମବାସୀ ଦୀର୍ଘ ୬ ବର୍ଷ ହେଲା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ। କିନ୍ତୁ ଉପଭକ୍ତାଙ୍କ ନାଁରେ ମୋଟା ଅଙ୍କର ବିଲ ଗଡୁଛି। ଗାଁକୁ ଯେବେ ବିଦ୍ୟୁତ୍‌ ସଂଯୋଗ ହେଲା ଗ୍ରାମବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଥିଲା। ବିଦ୍ୟୁତ୍‌ ସଂଯୋଗର ମାତ୍ର ଦୁଇ ବର୍ଷ ଉପଭୋଗ କରିବା ପରେ ସେହି ଖୁସି ଗ୍ରାମବାସୀଙ୍କର ମଉଳି ଗଲା। ସୂଚନାନୁସାରେ ସୁଲିମରୁ ଦାନିକାପେଲ ମଧ୍ୟରେ ଏକ ଗଛପଡ଼ି ବିଦ୍ୟୁତ୍‌ ଖୁଣ୍ଟ ପଡିଯାଇ ତାର ଛିଣ୍ଡି ଯାଇଛି ଏବଂ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନି ନା ଛିଣ୍ଡି ଥିବା ତାର ସଂଯୋଗ କରାଯାଇନି। ତାର ଛିଣ୍ଡି ୬ ବର୍ଷ ବିତି ଗଲାଣି ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ହେଲେ ଉପଭୋକ୍ତାଙ୍କ ନାମରେ ହଜାର ହଜାର ଟଙ୍କା ବିଲ ଆସୁଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଏହି ଗାଁରେ ୧୧ ଘର କୁଟିଆ କନ୍ଧ ସାମ୍ପ୍ରଦାୟର ଲୋକ ପ୍ରାୟ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବାସ କରି ଆସୁଥିବା ବେଳେ ମାତ୍ର ୫ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଉକ୍ତ ୫ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ବିଦ୍ୟୁତ୍‌ ସଂଯୋଗର ମାତ୍ର ୨ ବର୍ଷ ଉପଭୋକ୍ତାମାନେ ଉପଭୋଗ କରିବା ପରେ ବିଚ୍ଛିନ୍ନ ହୋଇ ଆଜକୁ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା ସଂଯୋଗ ହୋଇନାହିଁ। କିନ୍ତୁ ୫ ଘର ପାଇଁ ୮୩୯୮୬ ଟଙ୍କା ବିଲ ଆସିଥିବାରୁ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ମିଟର ଏବଂ ବିଦ୍ୟୁତ୍‌ ସରଞ୍ଜାମଗୁଡିକ ନଷ୍ଟ ହେଇଗଲାଣି। ବିଦ୍ୟୁତ୍‌ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ଏ ଯାଏଁ ବିଭାଗର ନିଘାନାହିଁ। ଫଳରେ ୬ ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉଛନ୍ତି ୧୧ଟି ପରିବାର। ଯଥା ସମ୍ଭବ ଦାନିକାପେଲ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯାଉ ବୋଲି ଲକ୍ଷ୍ମଣ ମାଝି, କ୍ରିଷ୍ଣା ମାଝି, କାଳିଆ ମାଝି, ରିଗେ ମାଝି, ଟିଙ୍ଗୁ ମାଝି, ପ୍ରଶାସନକୁ ନିବେଦନ କରିଛନ୍ତି। ଯଦି ଏହାର ସମାଧାନ ନ କଲେ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଥିପ୍ରତି ବ୍ଲକ ଏବଂ ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri