Posted inଜାତୀୟ

ଗୋଆର ଦୁପଟ୍ଟା କିଲର

ପଣଜୀ,୧୪ା୮: ୧୯୯୪ରେ ମହାନନ୍ଦ ନାଏକଙ୍କୁ ୨୫ ବର୍ଷ ହୋଇଥିଲା। ଗୋଆ ରାଜଧାନୀ ପଣଜୀରୁ ୪୦ କି.ମି. ଦୂର ଶିରୋଡାରେ ସେ ଅଟୋ ଚଳାଉଥିଲେ। ମହାନନ୍ଦଙ୍କ ଘର ଅପରପାର୍ଶ୍ୱରେ ଦର୍ଶନା ନାଏକ(୨୧) ଏକୁଟିଆ ରହୁଥିଲେ। ସେହିବର୍ଷ ସେପ୍ଟେମ୍ବର ୩୦ରେ ଦର୍ଶନାଙ୍କ ଝୁଲନ୍ତା ମୃତଦେହ ଗୋଆ ମେଡିକାଲ କଲେଜ ହସ୍ପିଟାଲ ନିକଟ ବାମ୍ବୋଲିମ୍‌ର ଏକ କାଜୁ ଗଛରୁ ମିଳିଥିଲା। ଦର୍ଶନାଙ୍କ ବେକରେ ତାଙ୍କ ଦୁପଟ୍ଟା ବା ଓଢ଼ଣି ଭିଡ଼ାଯାଇଥିଲା। ଦର୍ଶନାଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କ ହତ୍ୟାର ତଦନ୍ତ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା। ଭାଗ୍ୟ ପୁଣି ମହାନନ୍ଦଙ୍କ ସପକ୍ଷରେ ଯାଇଥିଲା। ହତ୍ୟାର ଧାରା ଜାରି ରହିଥିଲା।
ହତ୍ୟାକାଣ୍ଡର ୨ ମାସ ପୂର୍ବରୁ ପଣଜୀରୁ ୨୮ କି.ମି. ଦୂର ଖାଣ୍ଡେପରରେ ମହାନନ୍ଦଙ୍କ ପ୍ରଥମ ଶିକାର ହୋଇଥିଲେ ୩୦ ବର୍ଷୀୟା ଗୁଲାବୀ ଗାଓଁକର। ଗୁଲାବୀ ପୋଣ୍ଡା ବଜାରରେ ଦରଜି କାମ କରୁଥିଲେ, ଯାହା ନିକଟରେ ମହାନନ୍ଦଙ୍କ ଅଟୋ ଷ୍ଟାଣ୍ଡ ରହିଥିଲା। ହତ୍ୟାର ଦିନକ ପରେ ଗୁଲାବୀଙ୍କ ଗଳିତ ମୃତଦେହ ମିଳିଥିଲା। ଜଣେ ଦାଢ଼ି ରଖିଥିବା ବ୍ୟକ୍ତି ତାଙ୍କୁ ନିୟମିତ ଭେଟୁଥିବା କଥା ପୋଲିସକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଦାଢ଼ିଧାରୀ ମହାନନ୍ଦଙ୍କୁ ପୋଲିସ ଗିରଫ କରି ହାଜତକୁ ନେଇଥିଲା। କିନ୍ତୁ ସେ ହତ୍ୟା ଦିନ ଷ୍ଟାଣ୍ଡରେ ଥିଲେ ବୋଲି ଅନ୍ୟ ଡ୍ରାଇଭରମାନେ କହିବା ପରେ ମହାନନ୍ଦଙ୍କୁ ପୋଲିସ ଛାଡ଼ି ଦେଇଥିଲା। ଗୁଲାବୀଙ୍କୁ ହତ୍ୟା ପରେ ମୁକୁଳିଆସି ସେ ସାହସ ପାଇଥିଲେ ପରବର୍ତ୍ତୀ ୧୫ ବର୍ଷରେ ଆଉ ୧୫ ଜଣଙ୍କୁ ଜୀବନରେ ମାରିଦେବା ପାଇଁ।
ସବୁବେଳେ ଯୌନସୁଖ ଓ ଟଙ୍କା ଚାହୁଁଥିଲେ। ଏହି କାମାସକ୍ତ ଓ ଅର୍ଥଲୋଭୀ ଯୁବକ ଗୁଲାବୀଙ୍କ ଭଳି ଯୁବତୀଙ୍କୁ ମିଠା କଥା କହି କିପରି ଫସାଇହେବ ତାହା ଭଲଭାବେ ଜାଣିଥିଲେ। ନିଜ ପାରିପାର୍ଶ୍ୱ ବସ୍‌ଷ୍ଟାଣ୍ଡ, ମାର୍କେଟ, ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ଭଳି ସ୍ଥାନଗୁଡ଼ିକରେ ସେ ଗୁଲାବୀଙ୍କ ଭଳି ୨୦-୩୫ ବର୍ଷୀୟାମାନଙ୍କୁ ଖୋଜି ବୁଲୁଥିଲେ। ତାଙ୍କ ତୃତୀୟ ହତ୍ୟାର ଶିକାର ହୋଇଥିଲେ ୧୯ ବର୍ଷୀୟା ବାସନ୍ତୀ ଗୌଡ଼େ। ପୋଣ୍ଡାର ବାସନ୍ତୀ ଜଣେ ଗରିବ ଚାକରାଣୀ ଥିଲେ। ପର ଘରେ କାମ କରି ଦୁଇପଇସା ରୋଜଗାର କରୁଥିଲେ। ମହାନନ୍ଦ ତାଙ୍କୁ ୫୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୧୯୯୫ ସେପ୍ଟେମ୍ବର ୧୧ରେ ବାସନ୍ତୀଙ୍କୁ ସେ ଶାନ୍ତିନଗରସ୍ଥିତ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ଏହା ପରଠୁ ବାସନ୍ତୀଙ୍କୁ ଆଉ ଦେଖାଯାଇ ନ ଥିଲା। ଏପରି କି ତାଙ୍କ ମୃତଦେହ ମଧ୍ୟ ଠାବ ହୋଇପାରି ନ ଥିଲା।
ଏପ୍ରିଲ ୨୧ରେ ପୁଣି ଗିରଫ ହେବା ପରେ ମହାନନ୍ଦ ହତ୍ୟା ପଛର କାରଣ ପୋଲିସକୁ ଜଣାଇଥିଲେ। ଜଣେ ବ୍ୟବସାୟୀର ପରିଚୟ ଦେଇ ସେ ଯୁବତୀଙ୍କୁ ଫସାଉଥିଲେ। ପ୍ରତି ଥର ନିଜ ନାମ ବଦଳାଇ କହୁଥିଲେ। ଯେପରି କି ଗୁଲାବୀଙ୍କ ସହ କଥା ହେବାବେଳେ ନିଜକୁ ଗୋବିନ୍ଦ ବୋଲି କହିଥିଲେ। ୨୦୦୯ରେ ତାଙ୍କ ଶେଷ ଶିକାର ହୋଇଥିବା ଯୋଗିତାଙ୍କୁ ମହାନନ୍ଦ ନିଜ ନାମ ଯୋଗେଶ ବୋଲି କହିଥିଲେ। ଯେଉଁ ଯୁବତୀ ତାଙ୍କ ଜାଲରେ ଫସୁଥିଲେ, ତାଙ୍କୁ ସେ କହୁଥିଲେ, ତୁମେ ମୋ ବାପାଙ୍କ ପସନ୍ଦ। ତୁମେ ମୋ ସ୍ତ୍ରୀ ହେବ। ସେମାନଙ୍କ ଆଗରେ ମହାନନ୍ଦ ଗୋଟିଏ ସର୍ତ୍ତ ବାଢ଼ୁଥିଲେ, ମୋ ଭଉଣୀ ଓ ଆଣ୍ଟିଙ୍କ ସାମ୍ନାକୁ ଯିବା ପର୍ଯ୍ୟନ୍ତ ବିବାହ କରିବା ନେଇ କାହାକୁ କିଛି କହିବ ନାହିଁ। ଗଲାବେଳକୁ ସୁନା ଅଳଙ୍କାର ପିନ୍ଧିକି ଆସିବ। ଏହି ସର୍ତ୍ତରେ ଯିଏ ରାଜି ହେଉଥିଲେ ତାଙ୍କୁ ସେ ଲୁଟ୍‌ କରିବା ପରେ ତଣ୍ଟିରେ ଦୁପଟ୍ଟା ଭିଡ଼ି ଜୀବନରେ ମାରିଦେଉଥିଲେ। ଏଥିପାଇଁ ମହାନନ୍ଦ ‘ଦୁପଟ୍ଟା କିଲର’ ନାମରେ କୁଖ୍ୟାତ।
ଜେଲରେ ୧୪ ବର୍ଷ ବିତାଇସାରିଥିବା ମହାନନ୍ଦଙ୍କୁ ବର୍ତ୍ତମାନ ୫୪ ବର୍ଷ। ଯୋଗିତା ନାଏକଙ୍କ ମାମଲା ସାମ୍ନାକୁ ଆସିବା ପରେ ଲୋକେ ଶିରୋଡାସ୍ଥିତ ତାଙ୍କ ଘରେ ନିଅଁା ଲଗାଇଦେଇଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ତାଙ୍କ ସ୍ତ୍ରୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା। ଏହି ହତ୍ୟାକାରୀଙ୍କ କାହାଣୀକୁ ନେଇ ‘ମହାନନ୍ଦ: ମଣିଷ ନା ସଇତାନ’ ଶୀର୍ଷକ ନାଟକ ଦର୍ଶକ ମହଲରେ ଖୁବ୍‌ ଲୋକପ୍ରିୟ ହୋଇଛି। ୨ଟି ହତ୍ୟା ପାଇଁ ସେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଅବଶିଷ୍ଟ ୧୪ ମାମଲା ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri