‘ହର ଘର ତ୍ରିରଙ୍ଗା’

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୬ତମ ସ୍ବଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଡାକ ନିର୍ଦ୍ଦେଶାଳୟ ପରାମର୍ଶ କ୍ରମେ ଡାକ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ କେନ୍ଦୁଝର ଡାକମଣ୍ଡଳ ପକ୍ଷରୁ ଶୁକ୍ରବାର ଏକ ସଚେତନତା ଯାତ୍ରା ଓ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ଜନସାଧାରଣଙ୍କୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି। ଏପରିକି ଡାକଘରୁ ୫୦ ଟଙ୍କା ଦେଇ ତ୍ରିରଙ୍ଗା ପତାକା କିଣି ପାରିବେ। କେନ୍ଦୁଝର ଡାକମଣ୍ଡଳ ଅଧୀକ୍ଷକ ହରିହର ନାୟକ, ସହକାରୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପ୍ରଧାନ ଡାକପାଳ ଦୁର୍ଯ୍ୟୋଧନ ସେଠୀଙ୍କ ସହଯୋଗରେ ବ୍ୟବସାୟୀକ କାର୍ଯ୍ୟନିବାହୀ ଅଧିକାରୀଙ୍କ ସଂଯୋଜନାରେ କେନ୍ଦୁଝର ପ୍ରଧାନ ଡାକଘର ନିକଟରୁ ଏକ ଶୋଭାଯାତ୍ରା ବାହାରି କଚେରୀ ଛକ, ମହାତ୍ମାଗାନ୍ଧୀ ଛକ, ଜିଲା ଆରକ୍ଷୀ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ରୋଡ ପରିକ୍ରମା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri