Posted inଜାତୀୟ

ମହିଳା କର୍ମଚାରୀଙ୍କୁ ପିଛା କରୁଥିଲେ ପୋଲିସ ଅଧିକାରୀ: ମାମଲା ରୁଜୁ

ହାଇଦ୍ରାବାଦ,୩୧।୭: ତେଲେଙ୍ଗାନାରେ ସରକାରୀ ବିଦ୍ୟୁତ ବିତରଣ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ପିଛା କରିବା ଅଭିଯୋଗରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା ୩୫୪-ଡି ଅଧୀନରେ ଥିବା ଚୈତନ୍ୟପୁରୀ ପୋଲିସ ଷ୍ଟେଶନରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗର ଅଧୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ମହିଳା ଜଣକ ନିଜ ଅଭିଯୋଗରେ କହିଛନ୍ତି ଯେ, ସେ ସହରର ସରୁରନଗର ଷ୍ଟାଡିୟମରେ ଜାତୀୟ ଚାମ୍ପିୟନଶିପ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏହି ସମୟରେ ଅଧିକାରୀଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ସେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ହୋଇଥିବାରୁ ଫୋନ ନମ୍ବର ତାଙ୍କୁ ମଧ୍ୟ ନେଇଥିଲେ।
ମହିଳା ଅଭିଯୋଗରେ କହିଛନ୍ତି ଯେ ଅଧିକାରୀ ତାଙ୍କ ପୁରୁଣା ହିନ୍ଦୀ ରୋମାଣ୍ଟିକ ଗୀତ, ବିଭିନ୍ନ ପ୍ରକାରର ସାୟରୀର ଭିଡିଓ ଏବଂ ନିଜର ଫଟୋ ପଠାଇବା ଆରମ୍ଭ କରିଥିଲେ। ଏହା ବ୍ୟତୀତ ଅଧିକାରୀ ଜଣକ ମହିଳାଙ୍କୁ ତାଙ୍କ ଫଟୋଗ୍ରାଫ ପଠାଇବାକୁ କହିଥିଲେ। ସେ ଏହାର ଜବାବ ଏକ ବର୍ଷ ପର୍ଯ୍ୟନ୍ତ ଦେଇ ନ ଥିଲେ। ନିକଟରେ ଏକ ଦୁର୍ଘଟଣା ସଂପର୍କରେ ଅଧିକାରୀ ତାଙ୍କୁ ଫୋନ କରି କହିଥିଲେ ଯେ ସେ ବନ୍ଧୁତା ବଜାୟ ରଖିବାକୁ ଏବଂ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !

ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍‌ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ...

ଫଳାଫଳ ପୂର୍ବରୁ ତିଆରି ହେଲା ମୋଦି-ଭାଜପାର କୁଣ୍ଡଳୀ, ଚମକାଉଛି କାଶୀ ପଣ୍ଡିତଙ୍କ ରିପୋର୍ଟ

ବାରାଣସୀ,୨।୬: ଦେଶରେ ଏକଜିଟ ପୋଲ ବାହାରିବା ପରେ ଜୁନ ୪ ରେ ଲୋକ ସଭା ନିର୍ବାଚନର ଫଳାଫଳ କ’ଣ ହେବ ସେନେଇ ଆଲୋଚନା ଆରମ୍ଭ ହୋଇଛି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ...

ମୋଦିଙ୍କ ଆସନରେ କିଏ ମାରିବ ବାଜି, କ’ଣ କହୁଛି ଏକଜିଟ ପୋଲ, ଆଉ କିଛି ହଟ୍‌ ସିଟରେ…

ନୂଆଦିଲ୍ଲୀ,୨।୬: ଗଣତନ୍ତ୍ରର ମହାପର୍ବରେ ସାତ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସିଛି। ଅଧିକାଂଶ ଏକଜିଟ ପୋଲରେ ଭାଜପାର ବିଜୟ ପ୍ରଦର୍ଶନ କରାଯାଉଛି।...

ପ୍ରେମଙ୍କ ‘କ୍ରାନ୍ତି’ରେ ଭାଜପା-କଂଗ୍ରେସ ସଫା! ଚମକାଇଦେଲା ଫଳାଫଳ

ଗ୍ୟାଙ୍ଗଟକ,୨।୬: ଲୋକ ସଭା ନିର୍ବାଚନ ୨୦୨୪ର ଏକଜିଟ ପୋଲରେ ଭାଜପା ଏପର୍ଯ୍ୟନ୍ତ ବମ୍ପର ବିଜୟ ଉତ୍ସବ ପାଳନ କରୁଥିଲାବେଳେ ଉତ୍ତର-ପୂର୍ବର ଏକ ରାଜ୍ୟ ଭାଜପାକୁ ବଡ...

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର...

ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗକୁ ମିଳିବ…

ନୂଆଦିଲ୍ଲୀ,୨।୬: ମହଙ୍ଗା ଭତ୍ତା ବଢ଼ିବା ପରେ ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସିଖବର। ଏହି କର୍ମଚାରୀଙ୍କୁ ଅବସର ପରେ ମିଳୁଥିବା ଅର୍ଥ...

ପୋର୍ସେ କାର ଦୁର୍ଘଟଣା ମାମଲା: ସତ ମାନିଲେ ନାବାଳକ ଅଭିଯୁକ୍ତ !

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଛି ସତ। ନାବାଳକ ଅଭିଯୁକ୍ତ କାର ଚଳାଉଥିବା ବେଳେ ମଦ୍ୟପାନ କରିଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri