Posted inUncategorized

ଭାରତୀୟ କ୍ରିକେଟର ଭବିଷ୍ୟତ

ଏମର୍ଜିଂ ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ପରାଜିତ ହୋଇ ଭାରତ ରନର ଅପ୍‌ରେ ସନ୍ତୁଷ୍ଟ ରହିଛି। କେବଳ ଫାଇନାଲ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଥିଲା। ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବାରେ ଏହି ଟୁର୍ନାମେଣ୍ଟର ବଡ଼ ଭୂମିକା ରହିଥାଏ। ଏହି ଟୁର୍ନାମେଣ୍ଟରେ ଅନ୍ୟ ସମସ୍ତ ଦଳ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ କରିଥିବା ବେଳେ ଭାରତୀୟ ଦଳରେ ଜଣେ ବି ଖେଳାଳିଙ୍କ ନିକଟରେ ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିଲା। ଏହି ଟୁର୍ନାମେଣ୍ଟର ଟପ୍‌-୫ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ୩ ଜଣ ଲେଖାଏ ଭାରତୀୟ ଖେଳାଳି ରହିଛନ୍ତି। ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ୟଶ୍‌ ଧୂଲ୍‌, ଅଭିଷେକ ଶର୍ମା ଓ ସାଇ ସୁଦର୍ଶନ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ମଧ୍ୟରେ ପ୍ରଥମ ୩ ସ୍ଥାନ ଭାରତୀୟ ଖେଳାଳି ଅଳଙ୍କୃତ କରିଛନ୍ତି। ଏହା ବ୍ୟତୀତ ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ନିଶାନ୍ତ ସିନ୍ଧୁ ଟୁର୍ନାମେଣ୍ଟର ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ମଧ୍ୟ ବିବେଚିତ ହୋଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରୁ ଅନେକ ଖେଳାଳି ଆସନ୍ତା କିଛିବର୍ଷ ମଧ୍ୟରେ ଜାତୀୟ ଦଳର ଅଂଶ ପାଲଟି ପାରନ୍ତି। ସେହି ଖେଳାଳିମାନଙ୍କୁ ନେଇ ଆଜିର ପ୍ରସ୍ତୁତି…

ଧୂଲ୍‌: ୧୯ ବର୍ଷରୁ କମ୍‌ ଦଳର ନେତୃତ୍ୱ ନେଇ ବିଶ୍ୱକପ୍‌ ବିଜୟ କରିଥିବା ୟଶ ଏମର୍ଜିଂ ଏସିଆ କପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଅଧିନାୟକତ୍ୱ ପ୍ରଭାବଶାଳୀ ରହିଥିବା ବେଳେ ବ୍ୟାଟିଂରେ ମଧ୍ୟ ସେ ନିଜର ଛାପ ଛାଡିଛନ୍ତି। ୫ଟି ମ୍ୟାଚ୍‌ରେ ୪ ଇନିଂସରୁ ସେ ୨୩୪ ରନ୍‌ ସ୍କୋର କରି ସର୍ବାଧିକ ରନ୍‌ ହାସଲକାରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ବ୍ୟାଟିଂ ଆଭରେଜ ୧୧୭ ରହିଥିବା ବେଳେ ସେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ ମ୍ୟାଚରୁ ୪ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୧୧୪୫ ରନ୍‌ ସ୍କୋର କରିଥିବା ବେଳେ ଭାରତୀୟ ଦଳକୁ ଡାକରା ମିଳିପାରେ।

ଶର୍ମା: ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଅଭିଷେକଙ୍କୁ ଏମର୍ଜିଂ ଏସିଆ କପ୍‌ରେ ଓପନର ଦାୟିତ୍ୱରେ ଦେଖିବାକୁ ମିଳିଥିଲା। ଓପନ କରିବା ସହିତ ବାମହାତୀ ସ୍ପିନ୍‌ ବୋଲିଂ ଜରିଆରେ ନିଜକୁ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବରେ ପ୍ରମାଣିତ କରିଛନ୍ତି ଅଭିଷେକ। ୫ ମ୍ୟାଚ୍‌ରେ ସେ ୪୪ ଆଭରେଜରେ ୨୨୧ ରନ୍‌ ସ୍କୋର କରିଥିବା ବେଳେ ୩ ଉଇକେଟ ଅକ୍ତିଆର କରିଛନ୍ତି।

ସୁଦର୍ଶନ: ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସାଇ ସୁଦର୍ଶନ ଏମର୍ଜିଂ ଏସିଆ କପ୍‌ରେ ସମାନ ଫଳାଫଳ ପ୍ରଦାନ କରିଛନ୍ତି। ଓପନ୍‌ କରିବା ସହିତ ୫ ମ୍ୟାଚରୁ ୨୨୦ ରନ୍‌ ସ୍କୋର କରିଥିଲେ। ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ଅଭିଷେକଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ ଏକ ଚମତ୍କାର ଶତକ ମଧ୍ୟ ଏଥିରେ ସାମିଲ ରହିଛି। ଘରୋଇ କ୍ରିକେଟରେ ମାତ୍ର ୮ ମ୍ୟାଚ୍‌ ଖେଳିଥିବା ବେଳେ ଭାରତୀୟ କ୍ରିକେଟର ଟପ୍‌ ଅର୍ଡରର ଭବିଷ୍ୟତର ଷ୍ଟାର ଭାବରେ ବିବେଚନା କରାଯାଉଛି।

ସିନ୍ଧୁ: ଭବିଷ୍ୟତରେ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଭାବରେ ସିନ୍ଧୁଙ୍କୁ ବିବେଚନା କରାଯାଏ। ଜାଡେଜାଙ୍କ ପରି ବାମହାତୀ ବ୍ୟାଟିଂ ଓ ସ୍ଲୋ ଅର୍ଥୋଡକ୍ସ ବୋଲିଂ କରନ୍ତି ନିଶାନ୍ତ। ଚଳିତ ଟୁର୍ନାମେଣ୍ଟରେ ୧୧ ଉଇକେଟ ନେଇ ସେ ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାରକା ଖଚିତ ଲାଇନଅପ୍‌ରେ ନିଶାନ୍ତଙ୍କୁ ବ୍ୟାଟିଂର ସୁଯୋଗ ମିଳି ନ ଥିଲେ ମଧ୍ୟ ଘରୋଇ କ୍ରିକେଟରେ ତାଙ୍କ ରେକର୍ଡ ଭଲ ରହିଛି। ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୯୨୧ ରନ୍‌ ସ୍କୋର କରିଥିବା ବେଳେ ୨୭ ଉଇକେଟ ଅକ୍ତିଆର କରିଛନ୍ତି।

ସୁଥର: ରାଜସ୍ଥାନର ଏହି ୨୦ ବର୍ଷୀୟ ବାମହାତୀ ସ୍ପିନର ଏମର୍ଜିଂ ଏସିଆ କପରେ ୧୦ ଉଇକେଟ ନେଇଛନ୍ତି। ତାଙ୍କର ଇକୋନୋମୀ ୪.୨୧ ରହିଥିବା ବେଳେ ସେ ଘରୋଇ କ୍ରିକେଟରେ ୮ ମ୍ୟାଚ୍‌ରୁ ୪୪ ଉଇକେଟ ନେଇଛନ୍ତି ଓ ୨୬୭ ରନ୍‌ ସ୍କୋର କରିଛନ୍ତି।

ହଙ୍ଗରଗେକର୍‌: ଆଇପିଏଲ୍‌ରେ କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳି ସାରିଥିବା ଏହି ବୋଲରଙ୍କୁ ଭାରତୀୟ ପେସ୍‌ ଆଟାକ୍‌ର ଭବିଷ୍ୟତ ମଧ୍ୟରେ ଗଣତି କରାଯାଏ। ଚଳିତ ଟୁର୍ନାମେଣ୍ଟରେ ମାତ୍ର ୪ ମ୍ୟାଚ୍‌ ଖେଳି ସେ ୧୦ ଉଇକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ୫/୪୨ର ଫିଗର ମଧ୍ୟ ହାସଲ କରିଥିଲେ। ଘରୋଇ କ୍ରିକେଟରେ ୪ ମ୍ୟାଚ୍‌ ଖେଳି ସାରିଥିବା ରାଜବର୍ଦ୍ଧନ ୧୩ ଉଇକେଟ ନେଇଛନ୍ତି।

-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri