Posted inଜାତୀୟ

ଏନ୍‌ଡିଏ ବନାମ ଇଣ୍ଡିଆ

ବେଙ୍ଗାଲୁରୁ,୧୯ା୭: ୨୦୨୪ ଲୋକ ସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଟକ୍କର ଦେବ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ’ (ଇଣ୍ଡିଆ)। ଏଥିସକାଶେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ପରବର୍ତ୍ତୀ ବୈଠକରେ ଏକ ୧୧ ସଦସ୍ୟ ବିଶିଷ୍ଟ ସମନ୍ବୟ ସମିତି ଗଠନ କରାଯିବ। ମୁମ୍ବାଇ ବୈଠକ ତାରିଖ ଶୀଘ୍ର ଘୋଷଣା କରାଯିବ। ନିର୍ବାଚନୀ ରଣନୀତି ପରିଚାଳନା ଲାଗି ନୂଆଦିଲ୍ଲୀରେ ଏକ କମନ୍‌ ସେକ୍ରେଟାରିଏଟ୍‌ ମଧ୍ୟ ପ୍ରତିଷ୍ଠା ସହ ପୃଥକ୍‌ ପ୍ରସଙ୍ଗଗୁଡ଼ିକ ପାଇଁ ସ୍ବତନ୍ତ୍ର କମିଟି ଗଢ଼ାଯିବ ବୋଲି ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସ୍ପଷ୍ଟ କରିଛନ୍ତି। ଖାର୍ଗେ ଆହୁରି କହିଛନ୍ତି, ଆମ ଭିତରେ କିଛି ମତଭେଦ ରହିଛି, ଯାହାକୁ ଆମେ ପଛରେ ଛାଡ଼ିଦେଇଛୁ। ଦେଶର ସ୍ବାର୍ଥ ପାଇଁ ଏକାଠି ହୋଇଛୁ। ୨୦୨୪ ଲୋକ ସଭା ନିର୍ବାଚନ ମିଳିତ ଭାବେ ଲଢ଼ି ସଫଳତା ପାଇବୁ।
ସୂତ୍ରରୁ ଜଣାପଡ଼ିଛି ଯେ, ୨୬ ବିରୋଧୀ ଦଳକୁ ନେଇ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକର ଦ୍ୱିତୀୟ ଦିନରେ ମେଣ୍ଟର ନାମ ଇଣ୍ଡିଆ ରଖିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିଲେ। ଏହାର ଫୁଲ୍‌ ଫର୍ମ ବାହାର କରିବା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମମତା କହିଛନ୍ତି, ଭାଜପା, ତୁମେ କ’ଣ ଇଣ୍ଡିଆକୁ ଚ୍ୟାଲେଞ୍ଜ କରିପାରିବ? ଆମେ ଆମ ମାତୃଭୂମିକୁ ଭଲପାଉ। ଆମେ ହେଉଛୁ ଦେଶଭକ୍ତ। ଆମେ ଚାଷୀ, ଦଳିତଙ୍କ ପାଇଁ ଅଛୁ। ଆମେ ଦେଶ ଓ ବିଶ୍ୱ ପାଇଁ ଏକାଠି ହୋଇଛୁ। ବର୍ତ୍ତମାନ କେନ୍ଦ୍ର ଗୋଟିଏ କାମ କରୁଛି। ତାହା ହେଲା, ସରକାର କିଣାବିକା। ଇଣ୍ଡିଆ ଜିତିବ ଏବଂ ଭାଜପା ହାରିବ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଖାର୍ଗେ କହିଛନ୍ତି, ବିରୋଧୀ ବ୍ଲକ୍‌ର ଏହି ଦ୍ୱିତୀୟ ବୈଠକ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଏକାଠି ହୋଇ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରିଛୁ। ସବୁ ଦଳ ଗୋଟିଏ ସ୍ବରରେ ସଂକଳ୍ପନାମାକୁ ସମର୍ଥନ କରି ଗୃହୀତ କରାଇଛନ୍ତି। ଆମ ମେଣ୍ଟ ‘ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ’ (ଇଣ୍ଡିଆ) ନାମରେ ପରିଚିତ ହେବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଉପରେ ବିଚାରଧାରା ଓ କାର୍ଯ୍ୟକ୍ରମ ଆଗକୁ ବଢ଼ାଯିବ। ଭାଜପା ଦେଶକୁ ଆକ୍ରମଣ କରୁଛି, ବେରୋଜଗାରି ସର୍ବୋଚ୍ଚ ସ୍ତରକୁ ଉଠିଛି। ଦେଶର ସମ୍ପତ୍ତି ଅନେକ କୋଟି ଭାରତୀୟଙ୍କ ହାତରୁ ଛଡ଼ାଇନେଇ ଅଳ୍ପ କେତେଜଣଙ୍କୁ ହସ୍ତାନ୍ତର କରାଯାଉଛି। ଏନ୍‌ଡିଏ ଏବଂ ଇଣ୍ଡିଆ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଭାରତ ବିରୋଧରେ ଲଢ଼ିଲେ କ’ଣ ହୁଏ ସମସ୍ତେ ଜାଣନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ନିଜ ବକ୍ତବ୍ୟ ରଖି କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଦେଶ ପାଇଁ ବହୁତ କିଛି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଯୋଗ ପାଇଥିଲେ। କିନ୍ତୁ କୌଣସି କ୍ଷେତ୍ରରେ କିଛି ବିକାଶ ହୋଇନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି, ବିଚାରଧାରା ଅଲଗା ହୋଇପାରେ, କିନ୍ତୁ ଆମ ପାଇଁ ଦେଶ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଭାଜପା କହୁଛି, ଆମେ ପରିବାର ପାଇଁ ଲଢ଼ୁଛୁ। ସେମାନେ ଜାଣିବା ଉଚିତ ଯେ, ଦେଶ ହେଉଛି ଆମ ପରିବାର, ଯାହା ପାଇଁ ଆମେ ଲଢ଼େଇ କରୁଛୁ। ଆମ ଲଢ଼େଇ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ନୁହେଁ, ବରଂ ଏକଚ୍ଛତ୍ରବାଦ ବିରୋଧରେ।
୨୬ ବିରୋଧୀ ଦଳର ନେତାମାନେ ଜାତିଗତ ଜନଗଣନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ବୈଠକ ପରେ ଜାରି କରାଯାଇଥିବା ସାମୂହିକ ସଂକଳ୍ପରେ ସମ୍ବିଧାନ ଅନୁସାରେ ଭାରତକୁ ସୁରକ୍ଷା ଦେବା ନେଇ ପ୍ରସ୍ତାବ ରହିଛି। ଦେଶକୁ ଭାଜପା ଦ୍ୱାରା ବିଭିନ୍ନ ପ୍ରକାରେ ଆକ୍ରମଣ କରାଯାଇଛି। ଆମେ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଛିଡ଼ା ହୋଇଛେ। ଧର୍ମନିରପେକ୍ଷ ଗଣତନ୍ତ୍ର, ଆର୍ଥିକ ସାର୍ବଭୌମତ୍ୱ, ସାମାଜିକ ନ୍ୟାୟ ଓ ସଂଘୀୟ ସହଯୋଗିତା ଭଳି ଭାରତୀୟ ସମ୍ବିଧାନର ସ୍ତମ୍ଭଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ନୂ୍ୟନ କରିଦିଆଯାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳଗୁଡ଼ିକ ମଣିପୁର ହିଂସା ଯୋଗୁ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ନୀରବତା ସମସ୍ତଙ୍କୁ ଚକିତ କରିଦେଇଛି। ଏଥିଲାଗି ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଉପରେ ବିରୋଧୀ ଜୋର୍‌ ଦେଇଛନ୍ତି। ସମ୍ବିଧାନ ଏବଂ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ବିରୋଧରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଏହାର ମୁକାବିଲା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ ରାଜ୍ୟପାଳ ଓ ଉପରାଜ୍ୟପାଳ(ଏଲ୍‌ଜି)ମାନେ ସାମ୍ବିଧାନିକ ନିୟମ ଉଲ୍ଲଂଘନର ସବୁ ସୀମା ଉଲ୍ଲଂଘନ କରିଛନ୍ତି। ଭାଜପା ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଲଗାଉଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ବୈଧ ଆବଶ୍ୟକତା ଓ ଅଧିକାରରୁ ବଞ୍ଚତ୍ତ କରୁଛି ବୋଲି ସଂକଳ୍ପନାମାରେ ଉଲ୍ଲେଖ କରାଯାଇଛି। ରୁଦ୍ଧଦ୍ୱାର ବୈଠକରେ ହୋଇଥିବା ଆଲୋଚନା ଅନୁସାରେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ତଥା ପୂର୍ବରୁ ଉପା ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀଙ୍କୁ ନୂଆ ମେଣ୍ଟ ଇଣ୍ଡିଆର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆବାହକ କରାଯିବ। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌, ଝଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି ଶରଦ ଗୋଷ୍ଠୀ) ମୁଖ୍ୟ ଶରଦ ପାଓ୍ବାର, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ତାଙ୍କ ପୁଅ ଓମାର ଅବ୍‌ଦୁଲ୍ଲା (ଏନ୍‌ସି) ଏବଂ ମେହବୁବା ମୁଫ୍‌ତି (ପିଡିପି) ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ନୂଆବର୍ଷରେ ପ୍ରେମିକଙ୍କୁ ଘରକୁ ଡାକିଲେ ପ୍ରେମିକା, ଶାରୀରିକ ସମ୍ପର୍କ ରଖି ସାରିବା ପରେ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ, କାରଣ ଜାଣିଲେ…

ମୁମ୍ବାଇ,୨।୧: ନୂଆବର୍ଷ ଦିନ ମୁମ୍ବାଇର ସାନ୍ତାକ୍ରୁଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ନୂଆବର୍ଷ ପାଇଁ ଘରକୁ ନିମନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri