Odisha Elections 2024

ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି କମିଟି ନିଷ୍ପତ୍ତି

ଖଣ୍ଡପଡ଼ା,୨୬ା୬(ଅଜୟ କୁମାର ମହାରଣା): ନୂତନ ବେଶରେ ସଜ୍ଜିତ ହୋଇଛି ୫-ଟି ରୁପାନ୍ତରଣ ଯୋଜନାରେ ସାମିଲ ହୋଇଥିବା କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାପୀଠ। ଏହି ବିଦ୍ୟାଳୟଟି ବାହାରକୁ ସୁନ୍ଦର ଦିଶୁଥିବା ବେଳେ ପରିସରର ଅବସ୍ଥା ଛାତ୍ର ତଥା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଶିକ୍ଷକ ଏବଂ ପିଲାମାନେ ଶ୍ରେଣୀ ଗୃହ ତଥା ପରିସରକୁ ଯାତାୟାତ ପାଇଁ ବ୍ୟବହାର ହେଉଥିବା ସିମେଣ୍ଟ କଂକ୍ରିଟ ରାସ୍ତା ପାର୍ଶ୍ୱ ଘାସଲତାରେ ପରିପୂର୍ଣ୍ଣ ରହିଛି। ବିଦ୍ୟାଳୟ ପରିସର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଓ ସଫା ସୁତୁରା ହେଉ ନ ଥିବାରୁ ବର୍ଷା ପାଣି ଜମି ରହିବା ସହ ବିଭିନ୍ନ ଅନାବନା ଗଛ ଲତାରେ ପରିପୂର୍ଣ୍ଣ ରହିଛି। ଅପରପକ୍ଷରେ ଏକ ଶ୍ରେଣୀ ଗୃହରେ ପୁରୁଣା ଭଙ୍ଗା ଭଙ୍ଗି କାଠ, ବେଞ୍ଚ ଡେକ୍ସ ଓ ଅନ୍ୟ ଅବ୍ୟବହୃତ ସାମଗ୍ରୀମାନ ରହି ତାଲା ପଡ଼ି ରହିଛି। ଏହାଛଡା ପୁରୁଣା ଶ୍ରେଣୀ ଗୃହର ନବୀକରଣ ସମୟରେ ସେଠାରୁ ବାହାରିଥିବା ପୁରୁଣା ସେଣି, ବରଗା ଆଦି ଉକ୍ତ କୋଠରୀରେ ଗଦା ହୋଇରହିଛି। ସେଥି ମଧ୍ୟରେ ସରୀସୃପ ଓ ବିଷଧର ସାପମାନ ରହିଥିବା ପରିଲକ୍ଷିତ ହେଉଛି।
ଅପରପକ୍ଷରେ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହିବା ସହ ସେଠାରେ ମଧ୍ୟ ସରୀସୃପ ରହିଥିବା ଅଭିଯୋଗ ହେଉଛି। ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ୫-ଟି ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହୋଇ ରୁପାନ୍ତରଣ ହୋଇଛି। ଗଣିଆ-ଫତେଗଡ ୪୮ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ନୋଡାଲ ବିଦ୍ୟାପୀଠରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ର ଅଧ୍ୟୟନ କରୁଛନ୍ତି। ରୁପାନ୍ତରଣ ଯୋଜନାରେ ବିଦ୍ୟାଳୟଟି ମନୋଲୋଭା ପାଲଟିଥିବା ବେଳେ ବର୍ଷା ସମୟରେ ବିଦ୍ୟାଳୟ ପରିସରକୁ ସଂଯୋଗ କରିଥିବା ଗଡ଼ାଣି ରାସ୍ତା ଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପାଇଁ କାଳ ସାଜିଛି। ଗତ ୨ ଦିନ ତଳେ ବିଦ୍ୟାଳୟ ପରିସରରେ ବୁଲୁଥିବା ଏକ ସାପକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଗତବର୍ଷ ଏହି ବର୍ଷା ସମୟରେ ଏକାଧିକ ବାର ବିଷଧର ସାପ ବାହାରି ପିଲାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ତେବେ ଉକ୍ତ ସାପକୁ ଜନୈକ ସାପ ଧରାଳୀ ଉଦ୍ଧାର କରି ଅନ୍ୟତ୍ର ଛାଡି ଦେଇଥିଲେ। ଉକ୍ତ ଗଡ଼ା ରାସ୍ତାରେ ସତର୍କତାର ସହ ନ ଗଲେ ଗୋଡ଼ ଖସିଯାଇ ବହୁ ଛାତ୍ର ଓ ଶିକ୍ଷକ ଆହାତ ହୋଇଥିଲା। ତେବେ ୨୦୨୨ ସେପ୍ଟେମ୍ବର ୪ରେ ଆଲୁମିନା କମିଟିର ସଭାପତି ଡଃ. ଅର୍ଜୁନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ପରିଚାଳନା କମିଟି ବୈଠକରେ ଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ସିସି କ୍ୟାମେରା ସ୍ଥାନିତ କରିବା, ବିଜ୍ଞାନ ଉପକରଣ, ଫୁଟବଲ ଓ କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ବ୍ୟବସ୍ଥା କରାଯିବ। ବିଦ୍ୟାଳୟକୁ ବଜ୍ରପାତରୁ ରକ୍ଷା କରିବାକୁ ଆର୍ଥିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟାପୀଠର ଏକ ଶ୍ରେଣୀ ଗୃହରେ ପୂର୍ବରୁ ଗଚ୍ଛିତ ହୋଇଥିବା ପୁରୁଣା ଖତରା କାଠ ଉପକରଣ ମଧ୍ୟରେ ସରୀସୃପ ରହି ବିଭିନ୍ନ ସମୟରେ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଗୁଡିକୁ ତୁରନ୍ତ ନିଲାମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଏକ କମିଟି ଗଠନ କରାଯାଇଥିଲା। ମାତ୍ର ଦୁଃଖ ପରିତାପର ବିଷୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରେ ଗଠିତ କମିଟିର ସଦସ୍ୟମାନଙ୍କୁ ବାରମ୍ବାର ଆଲୋଚନା ପାଇଁ ଡକାଇଲେ ମଧ୍ୟ ସେମାନେ ଆସୁ ନ ଥିବା ଶ୍ରୀନାୟକ ପ୍ରକାଶ କରିଥିଲେ। ଅପରପକ୍ଷରେ ମୋ ସ୍କୁଲ କମିଟିର ସଭାପତି ଅର୍ଜୁନ ସାହୁଙ୍କ ସହ ଯୋଗାଯୋଗ କରିବାରେ କମିଟିର ନିଷ୍ପତି କିପରି କାର୍ଯ୍ୟକାରୀ କରାଯିବ ସେ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କର କ ମାତ୍ର ସେ ଏ ଦିଗରେ ତପତ୍ରତା ପ୍ରକାଶ କରୁ ନ ଥିବା ସାହୁ କହିଥିଲେ। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ କୁମାର ସାହୁଙ୍କୁ ପଚାରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ବହୁବାର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ବର୍ଷା ସମୟରେ ବିପଦ ସୃଷ୍ଟି କରୁଥିବା ଗଡାକୁ ସଜାଡ଼ବାକୁ ଅଭିଯୋଗ କରୁଥିଲେ। ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି ବୋଲି ଦିଲ୍ଲୀପ ସାହୁ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri