ନୀଳାଚଳ କୋଇଲା କାରଖାନା ଯୋଗୁ ବଢୁଛି ପ୍ରଦୂଷଣ

ଜେନାପୁର,୨୨ା୬(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ତହସିଲ ସହାଣୀଡିହ ପଞ୍ଚାୟତ ଅଧୀନ ବାରମାଣ ମୁଣ୍ଡାସାହି ଗ୍ରାମ ନିକଟରେ ଦୀର୍ଘବର୍ଷ ହେବ ନୀଳଚଳ କୋଇଲା କାରଖାନା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି ା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି ା କାରଖାନାରୁ ବାହାରୁ ଥିବା ଗରମ କୋଇଲା ଧୂଆଁ ଓ ଗୁଣ୍ଡ ଉଡ଼ି ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଏହି କାରଖାନା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହ ପରିବେଶ ମଞ୍ଜୁରୀ ନ ଥାଇ ଚାଲିଛି ା ହେଲେ ପ୍ରଶାସନ ନାନା ଅଭିଯୋଗ ପାଇଲେ ମଧ୍ୟ ଚୁପ୍‌ ବସିଛି। ଶ୍ରମିକମାନଙ୍କୁ କାରଖାନାରେ କାମ କରିବାକୁ ପଞ୍ଜିକରଣ କରିବାକୁ ନିୟମ ରହିଥିବା ବେଳେ ଏହି କାରଖାନାରେ ବିନା ପଞ୍ଜିକରଣରେ ଶ୍ରମିକମାନେ କାମ କରୁଥିବା ଅଭିଯୋଗ ହେଉଛି। ଏହାର କର୍ମକର୍ତ୍ତା ସରକାରୀ ଆଇନକୁ ବେଖାତିରି କରି ବିଭିନ୍ନ କଞ୍ଚାମାଲ ବଡ଼ ବଡ଼ ଗାଡ଼ିରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଅନ୍ୟପକ୍ଷେ ଏହି କାରଖାନାରୁ ପ୍ରତିଦିନ ବାହାରୁ ଥିବା କୋଇଲା ଗୁଣ୍ଡ ଓ ଧୂଆଁରେ ଆଖ ପାଖ ଅଞ୍ଚଳ ପ୍ରଦୂଷିତ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ସେଥିପାଇଁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ା ଏପରି କି ସ୍ଥାନୀୟ ଲୋକଙ୍କ ଚାଷ ଜମି ଉପରେ କୋଇଲା ଗୁଣ୍ଡର ଆସ୍ତରଣ ଜମିଥିବାରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇପଡିଛି। ସ୍ଥାନୀୟ ଜନସାଧାରଣ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପକାଉଛି। ଏ ସଂକ୍ରାନ୍ତରେ ମୁଣ୍ଡସାହିର ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋଣସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି କହିଛନ୍ତି। ସରକାର ନିୟମ ଅନୁଯାୟୀ କୌଣସି ସ୍ଥାନରେ ଶିଳ୍ପ କାରଖାନା ପ୍ରତିଷ୍ଠା ପୂର୍ବରୁ ପ୍ରଥମେ ଜନଶୁଣାଣୀର ଆୟୋଜନ କରାଯାଇଥାଏ ା ସ୍ଥାନୀୟ ସରପଞ୍ଚଙ୍କଠାରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ଗ୍ରହଣ କରିବା ପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ପରିବେଶ ସଂକ୍ରାନ୍ତ ଅନୁମତି ପତ୍ର ଆଣିବାକୁ ପଡିଥାଏ। କିନ୍ତୁ ଏହି କାରଖାନା ସବୁ ନୀତିନିୟମକୁ ଉଲ୍ଲଂଘନ କରି ଶ୍ରୀଜଗନ୍ନାଥଙ୍କ ଜମି (ଖାତା ନଂ. ୬୩ ପ୍ଲଟନଂ. ୫୯୮/୧୩୨୦)ରେ ଚାଲୁଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରୁ ଏ ବିଷୟରେ ଜାଣି ନ ଥିଲି ା ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri