ଏମ୍‌ଆର୍‌ ଯାଞ୍ଚ ପାଇଁ ଆକାଉଣ୍ଟସ କମିଟି ଗଠିତ

କୋଣାର୍କ,୨୬।୫(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ କିରାଣି ନକଲି ରସିଦ କାଟି ଛାତ୍ରୀଛାତ୍ରଙ୍କର ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା କଥା ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ନାନା ଚର୍ଚ୍ଚା ଧରିଛି। ଗତ ଡିସେମ୍ବରରୁ ପ୍ରମୋଶନ ପାଇ ଉକ୍ତ କିରାଣି କାକଟପୁର ମଙ୍ଗଳା ମହାବିଦ୍ୟାଳୟକୁ ବଦଳି ହୋଇଯାଇଥିବା ବେଳେ ତାଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏ ଘଟଣା ବିଷୟରେ କୋଣାର୍କ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କ ନଜରକୁ ଆସିବା ପରେ ସେ ୨୦୧୭ରୁ ୨୦୨୨ମସିହା ଡିସେମ୍ବର ପର୍ଯ୍ୟନ୍ତ ମନି ରିସିପ୍ଟ(ଏମ୍‌ଆର୍‌) ଯାଞ୍ଚ କରିବା ପାଇଁ ଏକ ଆକାଉଣ୍ଟସ କମିଟି ଗଠନ କରିଛନ୍ତି। ଅପରପକ୍ଷେ ଟଙ୍କା ହଡ଼ପ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ ପୂର୍ବତନ କିରାଣି କଲେଜ ଆକାଉଣ୍ଟରେ ୧ଲକ୍ଷ ୫୨ହଜାର ୯୬୦ଟଙ୍କା ଡିପୋଜିଟ କରିବା ସହିତ ନିଜର ଦୋଷ ସ୍ବୀକାର କରିଥିବା ନେଇ କଲେଜ ଅଧ୍ୟକ୍ଷ ମିଶ୍ର ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛି ଯେ, ଟଙ୍କା ହଡ଼ପ କରିଥିବା ପୂର୍ବତନ କିରାଣି ଜଣକ ଅଧ୍ୟାପକ ଥିବା ତାଙ୍କ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ୨୦୧୪ରେ ରିହାବିଲିଟେଶନ ସ୍କିମ(ଅନୁକମ୍ପାମୂଳକ ନିଯୁକ୍ତି)ରେ କନିଷ୍ଠ କିରାଣି ଚାକିରି ମିଳିଥିଲା। ନିଯୁକ୍ତିର କିଛି ବର୍ଷ ପରେ ପ୍ରାୟ ୨୦୧୭ଠାରୁ ବିଭିନ୍ନ ଶିକ୍ଷାବର୍ଷରେ ନକଲି ରସିଦ ବ୍ୟବହାର କରି ଛାତ୍ରୀଛାତ୍ରଙ୍କଠାରୁ ନାମଲେଖା, ପୁନଃ ନାମଲେଖା, ପରୀକ୍ଷା ଫର୍ମପୂରଣ ନିମନ୍ତେ ଏଭଳି ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରି ହଡ଼ପ କରିଥିବା ଜଣାପଡିଛି। ଏହି ଠକାମିର ଟିକିନିଖି ଆକାଉଣ୍ଟ ଯାଞ୍ଚ କରୁଥିବା କମିଟିରେ କଲେଜର ଇଂଲିଶ୍‌ ଅଧ୍ୟାପକ ନୟନ କୁମାର ଦତ୍ତ, ଗଣିତ ଅଧ୍ୟାପକ ଅଶୋକ ପଲେଇ, ଓଡ଼ିଆ ଅଧ୍ୟାପକ ଦୁର୍ଗାଚରଣ ମୁରୁଡି ଓ କମର୍ସ ଅଧ୍ୟାପକ ସରୋଜ କୁମାର ଶତପଥୀ ପ୍ରମୁଖ ରହିଛନ୍ତି। ପ୍ରତିବର୍ଷ ରସିଦରେ ଜାଲିଆତି କରାଯାଇ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ କରାଯାଇଥିବା ନେଇ ଆକାଉଣ୍ଟସ ଯାଞ୍ଚ କମିଟି ଅଧ୍ୟକ୍ଷ ନୟନ ଦତ୍ତ ଓ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କଠାରୁ ସୂଚନା ମିଳିଛି। ବିଗତ ୫ର୍ଷର ଅର୍ଥ ହେରଫେର ସମ୍ପର୍କରେ ଯାଞ୍ଚ ଚାଲିଛି ଏବଂ ହଡ଼ପ ଅର୍ଥର ଠିକ୍‌ ହିସାବ ମିଳିବା ପରେ ଅସାଧୁ ପୂର୍ବତନ କିରାଣିଙ୍କ ବିରୋଧରେ କୋଣାର୍କ ଥାନାରେ ଆପରାଧିକ ମାମଲା ଦାୟର କରାଯିବ ବୋଲି ଅଧ୍ୟକ୍ଷ ମିଶ୍ର କହିଛନ୍ତି।
ଅପରପକ୍ଷେ ୨୦୧୭ରେ କଲେଜର ତତ୍କାଳୀନ ଅଧ୍ୟକ୍ଷା ବନ୍ଦନା ରାୟ ଥିବାବେଳେ ଉକ୍ତ କିରାଣିଙ୍କ ଏକ ଠକେଇ ମାମଲାକୁ ଧରିଥିଲେ। ସେକେଣ୍ଡ ସିଲେକ୍ସନରେ ଟିସି ନେଇ ଅନ୍ୟ କଲେଜକୁ ନାମଲେଖା ନିମନ୍ତେ ଯାଉଥିବା ଜଣେ ଛାତ୍ରଙ୍କର ଅର୍ଥକୁ କଲେଜ ଆକାଉଣ୍ଟ ଚେକରେ ନିଜ ନାମ ଲେଖି କିରାଣି ଜଣକ ହରିଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ତତ୍କାଳୀନ ଅଧ୍ୟକ୍ଷା ରାୟଙ୍କ ହାତରେ ଧରାପଡ଼ିଥିଲେ। ସେତେବେଳେ ନିଜର ଭୁଲ ସ୍ବୀକାର କରି ଅଧ୍ୟକ୍ଷାଙ୍କଠାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଥିଲେ। ତେବେ ଏହି ମହାଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଅର୍ଥ ହଡ଼ପକାରୀ ପୂର୍ବତନ କିରାଣିଙ୍କ ବିରୋଧରେ କଲେଜ ଅଧ୍ୟକ୍ଷ ତୁରନ୍ତ ଆପରାଧିକ ମାମଲା ଦାୟର କରିବାକୁ ପୁରାତନ ଛାତ୍ର ସଂଘ ଦାବି କରିଛି। କଲେଜର ପୁରାତନ ଛାତ୍ର ଭାଗୀରଥି ସ୍ବାଇଁ, ମନୋରଞ୍ଜନ ପଣ୍ଡା, ଏନ.ଏ.ଶାହା ଅନ୍‌ସାରୀ, ସ୍ବାଧୀନ କୁମାର ନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ପୁରୀ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପଠାଇ ୭ଦିନ ମଧ୍ୟରେ ପୂର୍ବତନ କିରାଣିଙ୍କୁ ନିଲମ୍ବିତ ସହ ଗିରଫଦାରୀ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri