ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି, ଇରାନ୍‌ ତାଙ୍କ ସର୍ତ୍ତାବଳୀ ମାନିବାକୁ ରାଜି ନ ହେବାରୁ ଶାନ୍ତି ଚୁକ୍ତି ହୋଇପାରିଲା ନାହିଁ। ଆମେରିକା ସର୍ତ୍ତ ରଖିଥିଲା ଯେ, ଇରାନ୍‌ ପାରମାଣବିକ ଅସ୍ତ୍ର ଗୋଟାଇବ ନାହିଁ ଓ ଯେଉଁ ଉପକରଣଗୁଡ଼ିକ ଶୀଘ୍ର ପାରମାଣବିକ ଅସ୍ତ୍ର ପାଇବାରେ ସହାୟକ ହୋଇପାରିବ, ସେଗୁଡ଼ିକ ମଧ୍ୟ ସଂଗ୍ରହ କରିବ ନାହିଁ। ଅନ୍ୟପକ୍ଷରେ ଇରାନ୍‌ କହିଛି ଯେ, ଦୁଇ ପକ୍ଷ ଅନେକ ପ୍ରସଙ୍ଗରେ ବୁଝାମଣାରେ ପହଞ୍ଚତ୍ଥିଲେ ମଧ୍ୟ ଚୁକ୍ତି ଅନୁଷ୍ଠିତ ହୋଇପାରିଲା ନାହିଁ। ଇରାନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍‌ମାଇଲ ବାଘାଇ କହିଛନ୍ତି, କଥାବାର୍ତ୍ତା ବେଳେ ହର୍ମୁଜ ଜଳପଥ, ପାରମାଣବିକ ବିଷୟ, ଆର୍ଥିକ ନିଷେଧାଜ୍ଞା, କ୍ଷତିପୂରଣ ସହିତ ଇରାନ୍‌ ସହ ଯୁଦ୍ଧର ସମାପ୍ତି ଘୋଷଣା କରିବା ଆଦି ପ୍ରସଙ୍ଗ ମୁଖ୍ୟ ଥିଲା। ହେଲେ ଆମେରିକା ଯେଭଳି ସହଯୋଗ କରିବା କଥା, ତାହା କଲା ନାହିଁ ବୋଲି ଇରାନ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଇରାନ୍‌ ବାରମ୍ବାର କହି ଆସୁଛି ଯେ, ତାହାର ପାରମାଣବିକ କାର୍ଯ୍ୟକ୍ରମ ସାଧାରଣ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଓ ସେଥିପାଇଁ ୟୁରାନିୟମ ସମୃଦ୍ଧୀକରଣ ଜାରି ରଖିବାର ଅଧିକାର ତାହାର ଅଛି। ତେବେ ଆମେରିକାର ଅତ୍ୟଧିକ ଦାବି ଆଲୋଚନାକୁ ଚ୍ୟୁତ କରିଥିବା ଅନ୍ତର୍ଜାତୀୟ ବିଶେଷଜ୍ଞମାନେ କହିଛନ୍ତି।
ଶାନ୍ତି ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ପାକିସ୍ତାନର କୂଟନୈତିକ ଉଦ୍ୟମ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟତମ ଆଲୋଚ୍ୟ ବିଷୟ ହୋଇ ରହିଲା। ଦୁଇ ଦେଶ ଶାନ୍ତି ଚୁକ୍ତିରେ ପହଞ୍ଚତ୍ ନ ପାରିବା ଭିନ୍ନ କଥା। ଏକ ସୁନ୍ନିବହୁଳ ରାଷ୍ଟ୍ରର ମାଟି ଉପରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ବିଶ୍ୱଶାନ୍ତି ଓ ସ୍ଥିରତା ଦିଗରେ ପ୍ରଭାବ ପକାଇଛି। ଏଠାରେ ସୁନିଶ୍ଚିତ କହିହେବ ଯେ, ପାକିସ୍ତାନକୁ ବାରମ୍ବାର ଏକ ଉଗ୍ରବାଦ ସମର୍ଥକ ଦେଶ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଥିବା ଭାରତ ତାହାର କୂଟନୀତିରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅନ୍ୟପଟେ ୨୮ ଫେବୃୟାରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଗୋଟେପଟେ ଆମେରିକା ଓ ଇସ୍ରାଏଲ ଥିବାବେଳେ ବିପକ୍ଷରେ ଇରାନ୍‌ ଥିଲା। ଫେବୃଆରୀ ୨୮ ପର୍ଯ୍ୟନ୍ତ ହର୍ମୁଜ ସବୁ ଜାହାଜ ପାଇଁ ଖୋଲା ଥିଲା। ପରମାଣୁ ବ୍ୟବସ୍ଥା ସମ୍ପର୍କରେ ଆମେରିକା ସହ ଇରାନ୍‌ର କଥାବାର୍ତ୍ତା ଲାଗି ରହିଥିଲା। ଇସ୍ରାଏଲ କଥାରେ ପଡ଼ି ଆମେରିକା ହଠାତ୍‌, ବିନା କୌଣସି କାରଣରେ, ଇରାନ୍‌ ଉପରେ ଆକ୍ରମଣ ଆରମ୍ଭ କରିଦେଲା। ସମ୍ଭବତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାବିଥିଲେ ଇସ୍ରାଏଲ ଯୋଗାଇଥିବା ଗୋଇନ୍ଦା ତଥ୍ୟ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ଇରାନ୍‌ ସହ ଯୁଦ୍ଧ ଶେଷ ହୋଇଯିବ। ହୁଏତ ସେ ପୁଣି ଭାବିଥିଲେ, ଇରାନ୍‌ର ନେତାମାନଙ୍କୁ ମାରିଦେଲେ ନିଷ୍ପତ୍ତି ନେବା ପାଇଁ କେହି ନ ଥିବେ। ତେଣୁ, ସ୍ବାଭାବିକ ଭାବେ, ଇରାନ୍‌ ଭୁଶୁଡ଼ି ପଡ଼ିବ। ଆମେରିକାକୁ ଅଜଣା ଥିଲା ଯେ, ରାଜାରାଜୁଡ଼ା ଶାସନକୁ ବିଦାକରି ଇରାନ୍‌ ଆପଣାଇଥିବା ଏକ ଭିନ୍ନ ବୈପ୍ଳବିକ ପ୍ରଶାସନିକ ବ୍ୟବସ୍ଥାରେ ସାମନ୍ତବାଦ ଚିନ୍ତାଧାରା ଲୋପ ପାଇଯାଇଛି। ଇରାନ୍‌ ଏହି ଯୁଦ୍ଧ ମାଧ୍ୟମରେ ପ୍ରମାଣ କରିଦେଲା ଯେ, ସେହି ଦେଶରେ କୌଣସି ନେତାର ପ୍ରୟୋଜନ ନାହିଁ। ଓଡ଼ିଆ ଭାଷାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ କବିତାରେ ଲେଖାଅଛି- ‘ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ’। ଦୁଃଖର ବିଷୟ ଯେ, ଓଡ଼ିଆ ଜାତି ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଧାଡ଼ିର ଅର୍ଥ ଆଜିଯାଏ ବୁଝିପାରିଲା ନାହିଁ। ଏବେ ଏଠାରେ ଓଡ଼ିଆଙ୍କ ସମ୍ପର୍କରେ ଆଲୋଚନା କରିବା ବୃଥା। ଇରାନ୍‌ ସମ୍ପର୍କରେ ଆମେରିକାକୁ ଇସ୍ରାଏଲ ଦେଇଥିବା ସବୁ ତଥ୍ୟ ଅବାସ୍ତବ ଏବଂ ଅପରିପକ୍ୱ ବୋଲି ପରବର୍ତ୍ତୀ ସମୟରେ ବୁଝାପଡୁଛି। ସେହିଭଳି ଆମେରିକାର ଗୋଇନ୍ଦା ତଥ୍ୟ ମଧ୍ୟ ଅକାମୀ ବୋଲି ପ୍ରମାଣିତ ହେଲା। ଇରାନ୍‌ ପାଖରେ ଆଣବିକ ବୋମା ନାହିଁ। ସେହି ଦେଶରେ ଯୁଦ୍ଧ ସାମଗ୍ରୀ ତିଆରି କରିବାର କ୍ଷମତା ଅତ୍ୟନ୍ତ ସୀମିତ। ତଥାପି ପୃଥିବୀର ସର୍ବଶକ୍ତିଶାଳୀ ମିଲିଟାରୀକୁ ମାସକ ଭିତରେ ଇରାନ୍‌ ଆଣ୍ଠେଇ ଦେଇପାରିଲାଣି।
ଏହି ପ୍ରଚ୍ଛଦପଟରେ କହିହେବ ଯେ, ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ଲାଗିରହିବ। ଯୁଦ୍ଧ ଆରମ୍ଭ କରାଇ ନିଜେ ଇସ୍ରାଏଲ ଓ ଆମେରିକା ଉଭୟେ ଖାପ୍‌ଚରେ ପଡ଼ିଯାଇଛନ୍ତି। ଆମେରିକା ତା’ର ସଶସ୍ତ୍ର ବାହିନୀକୁ ଫେରାଇ ନେଇପାରେ। କିନ୍ତୁ ଇସ୍ରାଏଲ ସବୁବେଳେ ଇରାନ୍‌ର କୋପଦୃଷ୍ଟିରେ ରହିବା ସହିତ ଇରାନୀ ରକେଟ୍‌ ଏବଂ ଡ୍ରୋନ୍‌ର ମାଡ଼ କରିବା ସୀମା ଭିତରେ ରହିବ। ହର୍ମୁଜ ଜଳପଥ ଅତିଶୀଘ୍ର ସୁରକ୍ଷିତ ହୋଇଯିବ ବୋଲି ବିଶ୍ୱାସ କରିହେଉ ନାହିଁ। ଏଭଳି ଏକ ଅସ୍ପଷ୍ଟ ପରିସ୍ଥିତିରେ ଭାରତର ଇସ୍ରାଏଲ ସାଙ୍ଗରେ ବନ୍ଧୁତ୍ୱ ଆମ ଦେଶ ପାଇଁ ଦୀର୍ଘମିଆଦୀ କ୍ଷତି କରିବ। କାରଣ ପୃଥିବୀରେ ଆମେରିକା ଓ ଚାଇନା ପରେ ତୃତୀୟ ସ୍ଥାନରେ ସର୍ବାଧିକ ପେଟ୍ରୋଲିୟମ୍‌ ଦ୍ରବ୍ୟ ବ୍ୟବହାର କରୁଥିବା ଦେଶ ହେଉଛି ଭାରତ। ତେଣୁ ଦୂରତା ମାପିଲେ ମଧ୍ୟପ୍ରାଚ୍ୟ ଭାରତ ପାଇଁ ସବୁଠାରୁ ନିକଟତର ତୈଳ ଯୋଗାଣ ଅଞ୍ଚଳ। ସେହି ଅଞ୍ଚଳରେ ଦୀର୍ଘଦିନ ଧରି ଭାରତର ସୁସମ୍ପର୍କ ଗଢ଼ି ଉଠିଥିଲା। ହଠାତ୍‌ ଇସ୍ରାଏଲ ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିବା ଏବଂ ସାମ୍ପ୍ରତିକ ଇରାନ୍‌ ଯୁଦ୍ଧକୁ ନେଇ ଭାରତର ସମ୍ପୂର୍ଣ୍ଣ ନୀରବତା ଏହି ଦେଶର ଅର୍ଥନୀତି ଉପରେ ପ୍ରବଳ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri