ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ ଖରା ଛୁଟି ଆସେ, ଶିଶୁମାନେ ଅପେକ୍ଷା କରି ବସିଥାଆନ୍ତି ପାର୍କ ବା ଶିଶୁ ଉଦ୍ୟାନ ଯାଇ ସାଙ୍ଗଙ୍କ ସହ କିଛି ସ୍ଵର୍ଣ୍ଣିମ ମୁହୂର୍ତ୍ତ ବିତେଇବା ପାଇଁ । ଆଜି କାଲି ଯୁଗରେ ଯେଉଁଠାରେ ଖଣ୍ଡିଏ ଜାଗାଟିଏ ମିଳିଲେ ସେଠାରେ କୋଠାବାଡି ନିର୍ମାଣ ହୋଇଯାଏ । ଖେଳ ପଡ଼ିଆ ସଂଖ୍ୟା ଖୁବ୍ କମି କମି ଆସିଲାଣି।

ଅନ୍ୟ ସହର ପରି ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ସହର ହୃଦୟରେ ରହିଛି ଏକମାତ୍ର ଶିଶୁ ଉଦ୍ୟାନ । ଯେଉଁଠାରେ ଅନେକ ସଂଖ୍ୟାରେ ଶିଶୁମାନେ ନିଜ ମନୋରଞ୍ଜନ ପାଇଁ ଆସନ୍ତି ଏବଂ ସାଙ୍ଗମାନଙ୍କ ସହ ଖେଳା ଖେଳି କରନ୍ତି। କିନ୍ତୁ ଅତି ଦୁଃଖର ବିଷୟ ଯେ ସୂର୍ଯ୍ୟାସ୍ତ ପରେ ଏହି ଉଦ୍ୟାନରେ ଥିବା ୭ଟି ଆଲୋକ ଖୁଣ୍ଟ ମଧ୍ୟରୁ କେବଳ ୨ଟି ଖୁଣ୍ଟରେ ଲାଗିଥିବା ଲାଇଟ୍ କାର୍ଯ୍ୟ କରୁଛି ଏବଂ ଅନ୍ୟ ସମସ୍ତ ଲାଇଟ୍ ଦୀର୍ଘ ଦିନରୁ ଖରାପ ହୋଇ ପଡ଼ି ରହିଛି। ତାହା ପରେ ଆଉ ସଜଡ଼ା ଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ଉଦ୍ୟାନର ୯୦% ଭାଗ ଅନ୍ଧାର ଭିତରେ ରହୁଛି ଯାହାକି ଅତ୍ୟନ୍ତ ବିପଦ ଜ୍ଜନକ ପରିବେଶ ସୃଷ୍ଟି କରୁଛି ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ।
ଅନାବନା ଘାସ, ଗଛ, ଲଟା, ଶୁଖିଲା ପତ୍ର ଏଣେତେଣେ ପଡ଼ି ରହୁଛି ଯାହାକୁ ନିୟମିତ ସଫା କରାଯାଉନଥିବା ଦେଖା ଯାଇଛି। ଏମିତି ପରିସ୍ଥିତିରେ ପିଲାମାନେ ଅତି ବିପଦ ସଙ୍କୁଳ ପରିବେଶରେ ସମୟ ବ୍ୟତୀତ କରୁଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସ୍ଥିତି ଏହିପରି ଯେ କୌଣସି ସମୟରେ ସାପ, ବିଛା ଭଳି ବିଷାକ୍ତ ପ୍ରାଣୀ ମଧ୍ୟ ବୁଲୁଥିବା ଭୟ ସୃଷ୍ଟି କରୁଛି । ଅଭିଭାବକମାନେ ଏହାକୁ ନେଇ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋଟେ ପଟେ ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ସହରକୁ ଆଲୋକମୟ କରି ଜାକଜମକରେ ସାଜୁଛନ୍ତି କିନ୍ତୁ ଅନ୍ୟପଟେ ଶିଶୁମାନଙ୍କ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଛତ୍ରପୁର ସହର ପୌରପାଳିକା ଘୋଷଣା ହେଲା ପରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ସ୍ଥାପନା ହେବା ଦ୍ୱାରଦେଶରେ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେଣୁ ଶିଶୁ ଉଦ୍ୟାନର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ଓ ସହରର ବିଭିନ୍ନ ଜାଗାରେ ଷ୍ଟ୍ରିଟଲାଇଟ ଜଳୁ ନଥିବାରୁ ଦେଖିବାକୁ ମିଳୁଛି । ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନବନିର୍ମିତ ପୌରପାଳିକା ଏବଂ ଜିଲା ପ୍ରଶାସନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଭାବକ ଓ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?