ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ। ମହୁଲ ଫୁଲର ମହକରେ ଗଛର ପାରିପାର୍ଶ୍ୱିକ ଅଞ୍ଚଳ ମହକି ଉଠିଥାଏ। କେବଳ ମହୁମାଛି ନୁହେଁ, ଲୋକେ ମଧ୍ୟ ଏହି ଫୁଲ ପ୍ରତି ଆକର୍ଷିତ ହୋଇଥାନ୍ତି। ଅନେକ ଲୋକଙ୍କ ରୋଜଗାର ମାଧ୍ୟମ ସାଜିଛି ମହୁଲ ଫୁଲ। ମଦ ପ୍ରସ୍ତୁତିରେ ମହୁଲ ଫୁଲର ଅଧିକ ଚାହିଦା ରହିଥିବା ବେଳେ ଏଥିରେ ଲୋକେ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି କରିଥାନ୍ତି। ସେହିପରି ଔଷଧୀୟ ଗୁଣ ମଧ୍ୟ ରହିଥିବାରୁ ଏହି ଫୁଲ ଆଉ ଅଲୋଡ଼ା ହୋଇ ରହି ନାହିଁ। ଅନେକ ଲୋକଙ୍କୁ ମହୁଲ ଫୁଲ ରୋଜଗାର ଦେଇ ଆସୁଛି। ଫଳରେ ମହୁଲ ଫୁଲକୁ କେବଳ ବନବାସୀ ନୁହନ୍ତି, ଏବେ ବିଭିନ୍ନ ବର୍ଗର ଲୋକେ ନିଜର ଏକ ଜୀବିକା ଭାବେ ଆଦରି ନେଇଛନ୍ତି। ଫାଲଗୁନ ମାସଠାରୁ ଆରମ୍ଭ କରି ବୈଶାଖ ମାସ ପର୍ଯ୍ୟନ୍ତ ଲୋକେ ଏହି ଫୁଲ ଗୋଟାଇବାରେ ବ୍ୟସ୍ତ ହୋଇ ପଡ଼ିଥାନ୍ତି। କିଛିଦିନ ଖରାରେ ଶୁଖିବା ପରେ ତାକୁ ସ୍ଥାନୀୟ କୁଚିଆ ବେପାରୀଙ୍କଠାରେ ବିକ୍ରି କରିଥାନ୍ତି। ସକାଳୁ ପରିବାର ସଦସ୍ୟଙ୍କ ସହିତ ମହୁଲ ଗୋଟାଇ ତାକୁ ଖରାରେ ଶୁଖାଇଥାନ୍ତି। କିନ୍ତୁ ପରିଶ୍ରମ ଅନୁଯାୟୀ ସେମାନଙ୍କୁ ଉଚିତ୍‌ ମୂଲ୍ୟ ମିଳୁ ନଥିବା ମହୁଲ ଫୁଲ ଗୋଟାଳୀମାନେ କହନ୍ତି। ବରଗଡ଼ ଜିଲାର ମହୁଲ ଫୁଲ ଗୋଟାଳୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ରହିଛି। ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମର ଲୋକେ ମୁଖ୍ୟତଃ ଏହାକୁ ଜୀବିକା ଭାବେ ଗ୍ରହଣ କରି ନେଇଥିବା ବେଳେ ବରଗଡ଼ ଉପଖଣ୍ଡର ଅନେକ ଗ୍ରାମର ଲୋକେ ମଧ୍ୟ ଏହି ଜୀବିକାକୁ ଛାଡ଼ି ନାହାନ୍ତି। ତେବେ ଏଠାରେ ବଜାର ବ୍ୟବସ୍ଥା ନଥିବାରୁ ସଂଗୃହୀତ ମହୁଲ ଫୁଲକୁ ଗୋଟାଳୀମାନେ ଶାଗମାଛ ଦରରେ ବିକ୍ରି କରିଥାନ୍ତି। ଏବେ ଜିଲାରେ ମହୁଲ ଫୁଲ କୁଇଣ୍ଟାଲ ପ୍ରତି ମାତ୍ର ୩୮୦୦ ଟଙ୍କାରେ ବିକ୍ରି ହେଉଥିବା ମହୁଲ ଫୁଲ ସଂଗ୍ରହକାରୀମାନେ କହନ୍ତି।
ସେହିପରି ଓଡ଼ିଶାରେ ମହୁଲ ଫୁଲ ବିକ୍ରି ପାଇଁ ମଣ୍ଡି କିମ୍ବା ବଜାର ବ୍ୟବସ୍ଥା ଅଭାବରୁ ଏହା ଅନ୍ୟରାଜ୍ୟକୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି। ବରଗଡ଼ରୁ ଅମଳ ଅଧିକାଂଶ ମହୁଲ ଫୁଲ ନିୟମିତ ପଡ଼ୋଶୀ ଛତିଶଗଡ଼ ପଟକୁ ଚାଲାଣ ହେଉଛି। ତେବେ ମହୁଲ ଫୁଲ ଚାଲାଣ ବେଆଇନ ହୋଇଥିବା ବେଳେ କିଛି ହାତଗୁଞ୍ଜା ପାଇ ବିଭାଗୀୟ ପୋଲିସ ଏବଂ ଅବକାରୀ କର୍ମଚାରୀ ଆଖିବୁଜି ଦେଇଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପଟେ କମ୍‌ ଦରରେ ମହୁଲ ଫୁଲ କିଣି ବେପାରୀ, ଦଲାଲମାନେ ମାଲେମାଲ୍‌ ହେଉଥିବାବେଳେ ମହୁଲ ସଂଗ୍ରହକାରୀ ତଥା ଗୋଟାଳୀଙ୍କୁ ମୂଲ ସୁଦ୍ଧା ମିଳୁ ନାହିଁ।

ଏମାନେ କହନ୍ତି…

ସାରା ପରିବାର ମହୁଲ ଗୋଟାଉ
ମହୁଲ ଫୁଲ ଗୋଟାଇବା ପାଇଁ ସାରା ପରିବାର ଲାଗିପଡୁ। ସକାଳ ହେଲାକି ମହୁଲ ଗଛ ତଳକୁ ଯାଇଥାଉ। ସେଠାରୁ ମହୁଲ ଫୁଲ ସଂଗ୍ରହ କରୁ। ସଂଗୃହୀତ ମହୁଲ ଫୁଲକୁ ଘରକୁ ଆଣି ଖରାରେ ଶୁଖାଇଥାଉ। ତାହା ଶୁଖିବା ପରେ ଗ୍ରାମର କୁଚିଆ ବେପାରୀଙ୍କଠାରେ ବିକ୍ରି କରି ଆସୁଛୁ।
– ଭକ୍ତି ଲୁହାର, ଗୋଠୁଗୁଡ଼ା, ଝାରବନ୍ଧ
ରୋଜଗାରର ମାଧ୍ୟମ ମହୁଲ ଫୁଲ
ଧାନଚାଷ କରି ଯେଭଳି ଦି ପଇସା ରୋଜଗାର କରିଥାଉ, ସେହିପରି ମହୁଲ ଫୁଲ ସଂଗ୍ରହରେ ମଧ୍ୟ କିଛି ମିଳିଥାଏ। କିନ୍ତୁ ମହୁଲ ଫୁଲ କିଣିବା ପାଇଁ ବଜାର ବ୍ୟବସ୍ଥା କିମ୍ବା ସରକାରଙ୍କ ନିର୍ଦ୍ଧାରୀତ ଦର ନଥିବାରୁ କୁଚିଆ ବେପାରୀମାନେ ମନଇଚ୍ଛା ଦରରେ ତାହା କିଣୁଛନ୍ତି। ଆମେ ବାଧ୍ୟ ହୋଇ ସେହି ଦରରେ ବିକ୍ରି କରୁଛୁ।
– ଚନ୍ଦନ ବରିହା, ଇସ୍କିନ୍ଦା, ଝାରବନ୍ଧ
ଝଡ଼ବର୍ଷା ଉଜାଡ଼ିଲା ଅମଳ ଆଶା
ପ୍ରତିବର୍ଷ ମହୁଲ ଫୁଲ ଗୋଟାଇ ଆସିଥାଉ। ତାହା ବିକି ଯାହା ରୋଜଗାର କରୁ, ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇଥାଉ। ହେଲେ ଏଥର ଅଦିନିଆଁ ଝଡ଼ବର୍ଷାରେ ମହୁଲ ଫୁଲ ସଂଗ୍ରହ ଅନ୍ୟବର୍ଷ ତୁଳନାରେ କମି ଯାଇଛି। ଆଗରୁ ରୋଜଗାର ଠିକ୍‌ ଥିଲା। ହେଲେ ଗତ କିଛିବର୍ଷ ହେଲା ମହୁଲ ଫୁଲ ସଂଗ୍ରହରୁ ଆଉ ସେଭଳି ଲାଭ ମିଳୁ ନାହିଁ।
– ନୂଆଦେଈ ଲୁହାର, ଗୋଠୁଗୁଡ଼ା, ଝାରବନ୍ଧ
ଧାନଠୁ ମହୁଲରେ ଆୟ ଅଧିକ
ଆମର ଜମି ପରିମାଣ କମ୍‌ ରହିଛି। ହେଲେ ମହୁଲ ଗଛ ବେଶୀ ରହିଛି। ଫଳରେ ଧାନ ଫସଲରେ ଯେତିକି ଆୟ ହୋଇଥାଏ, ମହୁଲ ଫୁଲ ସଂଗ୍ରହରେ ତାଠାରୁ ଢେର୍‌ ଅଧିକ ଆୟ ହୁଏ। ବିଗତବର୍ଷରେ ମହୁଲ ଫୁଲ ସଂଗ୍ରହରୁ ବାର୍ଷିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛୁ। କାଳବୈଶାଖୀ ଯୋଗୁ ଏଥର ସେତିକି ହେବ ନାହିଁ।
– ତପସ୍ବିନୀ ନାଏକ, ବିଲାସପୁର, ଝାରବନ୍ଧ

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?