ଇସ୍ତାହାରରେ କୁହାଯାଇଥିଲା ହଜାରେ, ସରିଲାଣି ୬୮୦୦’

ଭୁବନେଶ୍ବର, ୨୪।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର-୨୦୧୯ର କାର୍ଯ୍ୟକାରିତା ଉପରେ ଆଲୋକପାତ କରି କହିଛନ୍ତି, ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍‌ ୱେ (ଦୈର୍ଘ୍ୟ ୫୪୬ କି.ମି.) କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମାପ୍ତ କରାଯାଇଛି। ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୧୮ କି.ମି. ଦୀର୍ଘ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସ୍‌ ୱେ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି। ବିଜୁ ଏକ୍ସପ୍ରେସ୍‌ ୱେ କେବଳ ଏକ ରାସ୍ତା ନୁହେଁ ବରଂ ଏହା ଏକ ଇକୋନୋମିକ୍‌ କରିଡର ଯାହା ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ନିର୍ବାଚନୀ ଇସ୍ତାହାରରେ ହଜାରେ କି.ମି. ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଗତ ୪ ବର୍ଷ ଭିତରେ ୬୮୦୦ କି.ମି. ରାସ୍ତା ନିର୍ମାଣ କରାଯାଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୬୮୦ ପ୍ରତିଶତ। ଏଥିପାଇଁ ୧୮,୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ମଲ୍ଲିକ ଆହୁରି କହିଛନ୍ତି, ୫୫ଟି ଶିଳ୍ପାଞ୍ଚଳ ଯଥା ବଲାଙ୍ଗୀର ଜିଲାର ଇଣ୍ଡିଆନ୍‌ ଅର୍ଡନାନ୍ସ ଫ୍ୟାକ୍ଟ୍ରି, ଢେଙ୍କାନାଳ ଜିଲାର ଭୂଷଣ ଷ୍ଟିଲ୍‌ ଲିଃ, ଯାଜପୁର ଜିଲାର ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ (ପ୍ରା) ଲିଃ, ଝାରସୁଗୁଡ଼ା ଜିଲାର ବେଦାନ୍ତ ଲିମିଟେଡ୍‌, କେଉଁଝର ଜିଲାର ଟାଟା ଷ୍ଟିଲ୍‌ ଲିଃ, ଫେରୋ ଆଲଏଜ୍‌ ପ୍ଲାଣ୍ଟ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଇତ୍ୟାଦିକୁ ୨ ଲେନ୍‌/୪ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଏହାବ୍ୟତୀତ ଆଉ ୧୫ଟି ଶିଳ୍ପାଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ରାଜ୍ୟର ୧୨ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ବାଲେଶ୍ୱର ଜିଲାର ଚାନ୍ଦିପୁର, ତାଳସାରି, କଟକ ଜିଲାର ଲଳିତଗିରି, ଗଞ୍ଜାମ ଜିଲାର ତାରାତାରିଣୀ, ଖୋର୍ଦ୍ଧା ଜିଲାର ଚିଲିକା, ଧଉଳି ଓ ସାଳିଆ ଡ୍ୟାମ୍‌, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, କୋରାପୁଟ ଜିଲାର ଗୁପ୍ତେଶ୍ୱର, ପୁରୀ ଜିଲାର ସାତପଡ଼ା, ସମ୍ବଲପୁର ଜିଲାର ହୁମା ଏବଂ ସୁନ୍ଦରଗଡ଼ ଜିଲାର ଘୋଗରକୁ ୨ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି। ଏହାଛଡ଼ା ଆଉ ୫ଟି ପର୍ଯ୍ୟଟନ ସ୍ଥଳୀକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୨ ଲେନ୍‌ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି। ମିଶନ ଶକ୍ତି ବିଭାଗ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉକ୍ତ କେନ୍ଦ୍ରଗୁଡ଼ିକୁ ପରିଚାଳନା କରିବେ। ଏ ଦିଗରେ ଏହା ଦେଶର ପ୍ରଥମ ମଡେଲ ଭାବେ ପରିଗଣିତ ହେବ। ରାଜ୍ୟର ପ୍ରମୁଖ ସହର ଯଥା ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼, କଟକ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ନୂତନ ରିଂ ରୋଡ୍‌ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨ ଦଶନ୍ଧି ମଧ୍ୟରେ ପୂର୍ତ୍ତ ବିଭାଗର ରାସ୍ତା ୧୬,୦୪୧ରୁ ୩୧,୩୧୭ କି.ମି.କୁ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ ସମୁଦାୟ ୫୨୧ ସେତୁ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ମହାନଦୀ ଉପରେ ୧୨ଟି, ବ୍ରାହ୍ମଣୀ ଉପରେ ୫ଟି, ବୈତରଣୀ ଉପରେ ୬ଟି, ବୁଢ଼ାବଳଙ୍ଗ ଉପରେ ୩ ଟି ଏବଂ ଖରସ୍ରୋତା ଉପରେ ୩ଟି ସେତୁ ଅନ୍ତର୍ଭୁକ୍ତ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ କାର୍ଯ୍ୟ ମଧ୍ୟ ଉକ୍ତ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀରେ ପରିଣତ କରିବା ପାଇଁ ଅବଢ଼ା ଯୋଜନାରେ ୪୨୨୪ କୋଟି ଟଙ୍କା ବିନିମୟରେ ୨୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ବିକାଶ ନିମନ୍ତେ ୩୦ ଏକର ପରିମିତ ଜାଗାରେ ୧୯୩ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ନିମନ୍ତେ ୨୧୪ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri