ଆଦାନୀକୁ ସୁପ୍ରିମକୋର୍ଟ କମିଟିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୦ା୫: ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ପକ୍ଷରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଦୁର୍ନୀତି ଅଭିଯୋଗ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିବା ଜଷ୍ଟିସ୍‌ (ଅବସରପ୍ରାପ୍ତ) ଏ.ଏମ୍‌. ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ପ୍ୟାନେଲ ସ୍ପଷ୍ଟ କରିଛି।
ନ୍ୟୁୟର୍କର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗତ ଜାନୁୟାରୀ ୨୪ରେ ଆଦାନୀ ସମୂହ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଅନୁସନ୍ଧାନମୂଳକ ରିପୋର୍ଟ ଆଧାରରେ ହିଣ୍ଡେନ୍‌ବର୍ଗ ଏହାର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଥିଲା ଯେ, ଆଦାନୀ ଗ୍ରୁପ୍‌ ଶେୟାର ବଜାରରେ ତାଲିକାଭୁକ୍ତ ନିଜ କମ୍ପାନୀଗୁଡ଼ିକର ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଷ୍ଟକ୍ସ ମାନିପୁଲେଶନ ଓ ମନି ଲଣ୍ଡରିଂ ସମ୍ପର୍କିତ ଏହି ତଥ୍ୟ ପ୍ରଘଟ ହେବା ପରେ ଭାରତୀୟ ପୁଞ୍ଜି ବଜାର ଦୋହଲିଯାଇଥିଲା। ମାର୍ଚ୍ଚ ୨ରେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଏ.ଏମ୍‌. ସାପ୍ରେ ଉକ୍ତ ପ୍ୟାନେଲର ମୁଖ୍ୟ ଥିବାବେଳେ ବମ୍ବେ ହାଇକୋର୍ଟ ରିଟାୟାର୍ଡ ଜଜ୍‌ ଜଷ୍ଟିସ୍‌ ଜେ.ପି. ଦେବଧର, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ପୂର୍ବତନ ଅଧ୍ୟକ୍ଷ ଓ.ପି. ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କ ପ୍ରାକ୍ତନ ମୁଖ୍ୟ କେ.ଭି. କାମାଥ, ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନନ୍ଦନ ନିଲେକାନି ଏବଂ ପ୍ରତିଭୂତି ତଥା ନିୟାମକ ବିଶେଷଜ୍ଞ ସୋମଶେଖର ସୁନ୍ଦରେସନଙ୍କୁ ସଦସ୍ୟ ରୂପେ ନିଯୁକ୍ତ କରାଯାଇଥିଲା। ଉକ୍ତ କମିଟି ତଦନ୍ତ ପରେ ୧୭୩ ପୃଷ୍ଠା ସମ୍ବଳିତ ରିପୋର୍ଟ ସାର୍ବଜନୀନ କରିଛି। ଆଦାନୀ ଗ୍ରୁପ୍‌ ନିଜ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ପରିବର୍ତ୍ତନ ପାଇଁ ପ୍ରଭାବିତ କରିନାହିଁ। କୌଣସି ଆଇନର ଉଲ୍ଲଂଘନ ମଧ୍ୟ କରିନାହିଁ। ଶେୟାର ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥିଲା। ଆଦାନୀ ସମୂହର କମ୍ପାନୀଗୁଡ଼ିକରେ ବେଆଇନ ଭାବେ ନିବେଶ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ଅନ୍ୟପକ୍ଷେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ପ୍ରଘଟ ପରେ ବଜାରରେ ଉଠାପକା ଯୋଗୁ ଖୁରୁରା ନିବେଶକ ଯେପରି ଅସୁବିଧାରେ ନ ପଡ଼ିବେ ଆଦାନୀ ଗ୍ରୁପ୍‌ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିଲା ବୋଲି କମିଟି ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ସୁପ୍ରିମକୋର୍ଟ କମିଟି ନିଜ ରିପୋର୍ଟରେ ଆହୁରି କହିଛି ଯେ, ହିଣ୍ଡେନ୍‌ବର୍ଗ ପ୍ରଭାବରେ ଆଦାନୀ ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇଥିଲା। କିନ୍ତୁ ଆଦାନୀ ଗ୍ରୁପ୍‌ ପ୍ରମୋଟରମାନଙ୍କ ଉଦ୍ୟମ ଏବଂ ସେମାନଙ୍କଠାରୁ ଜଣେ ପ୍ରାଇଭେଟ ଇକ୍ୱିଟି ଇନ୍‌ଭେଷ୍ଟର ପ୍ରାୟ ୨ ବିଲିୟନ୍‌ ଡଲାରର ଶେୟାର କିଣିଥିଲା। ଏଥିଯୋଗୁ ଆଦାନୀ ଶେୟାର ପୂର୍ବ ସ୍ତରକୁ ଫେରି ନ ଥିଲେ ମଧ୍ୟ ଷ୍ଟକ୍ସ ମୂଲ୍ୟରେ ସ୍ଥିରତା ଆସିଛି। ସେବି ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ୍‌ ସମ୍ପର୍କରେ ପ୍ରଘଟ ଭଳି ଘଟଣା ବ୍ୟବସ୍ଥିତ ସ୍ତରରେ ସେତେଟା ପ୍ରଭାବ ପକାଇ ନ ଥାଏ। ସେପଟେ ଆଦାନୀ ଶେୟାର ମୂଲ୍ୟ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଥିଲେ। ନିବେଶକଙ୍କ ସ୍ବାର୍ଥ ରକ୍ଷା ଲାଗି ନିୟମ ପ୍ରଣୟନ ଏବଂ ଆଦାନୀ ଗ୍ରୁପ୍‌ର ତଦନ୍ତ ଶେଷ କରି ନ ପାରି ସେବି ଆଉ ୬ ମାସ ସମୟ ମାଗିଥିଲା। ବୁଧବାର ସୁପ୍ରିମକୋର୍ଟ ସେବିକୁ ଅଗଷ୍ଟ ୧୪ ସୁଦ୍ଧା ତଦନ୍ତ ଶେଷ ପାଇଁ ସମୟ ଦେଇଛନ୍ତି। ଉକ୍ତ ପ୍ୟାନେଲ ସେବିକୁ ଏହି ତଦନ୍ତରେ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri