ଟୁଇଟରରେ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ଭାଗୀରଥି

ଗୋପ,୧୪।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଅନେକ ସରକାରୀ ଯୋଜନା ସଫଳ ହେଉଛି। ମାତ୍ର ଗ୍ରାମାଞ୍ଚଳରେ ଥିବା ସାଧାରଣ ଲୋକ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ନିକଟରେ ସଚେତନତାର ଅଭାବ ହେତୁ ଅନେକ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି। କିନ୍ତୁ ଏସବୁ ସରକାରୀ ଯୋଜନା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବ ସେଥିପାଇଁ ଦୁଇ ବର୍ଷ ହେବ ଅଣ୍ଟା ଭିଡିଛନ୍ତି କୋଣାର୍କ ଅଞ୍ଚଳର ଧନିତ୍ରୀ ଗ୍ରାମର ସାମାଜିକ କର୍ମୀ ଭାଗୀରଥି ସ୍ବାଇଁ। ଭାଗୀରଥି ଜଣେ ଖବରଦାତା ଭାବେ କାର୍ଯ୍ୟ କରୁଥିବା ବେଳେ ଟୁଇଟର ମାଧ୍ୟମରେ ଲୋକମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି। ଏହି ଯୁବ ସାମାଜିକ କର୍ମୀ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାଗୁଡ଼ିକୁ ସ୍ଥାନୀୟ ପ୍ରଶାସନ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରୁଛନ୍ତି। ପ୍ରାୟ ୨ବର୍ଷ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିଥିବା ଭାଗୀରଥି କହିଛନ୍ତି। ସେ ରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ ଅଞ୍ଚଳର ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେବା ଅଭିଯୋଗ ପାଇବା ମାତ୍ରେ ଟୁଇଟରରେ ସରକାରଙ୍କ ନିକଟରେ ଅଭିଯୋଗ କରିଥାନ୍ତି। ଯେଉଁ ବିଭାଗରେ ଯେକୌଣସି ଅଭିଯୋଗର ସମସ୍ୟା ସମାଧାନ ହୋଇଥାଏ ତାଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଥାଏ। ୨ବର୍ଷ ଭିତରେ ସତ୍ୟବାଦୀ ବ୍ଲକର ପୁରୁଣା ବେଢାକେରା ଗ୍ରାମର ସ୍ବାସ୍ଥ୍ୟ ଅବସ୍ଥା ଲାଗି ସରକାରୀ ସହାୟତା ମିଳିବା, ଗୋପ ବ୍ଲକ ଅଚ୍ୟୁତପୁର କର୍କଟ ରୋଗୀ ଯଦୁମଣି ସେଠୀଙ୍କୁ ସହାୟତା ମିଳିବା, ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗ୍ରାମର ରସିକ ମୁଣ୍ତାଙ୍କୁ ରାଶନ କାର୍ଡ ମିଳିବା, ରାୟଗଡ଼ା ଜିଲା ପାତ୍ରଗଡା ଗ୍ରାମର ପ୍ରମିଳା ଦଳାଇଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ, ବଲାଙ୍ଗୀର ଜିଲା ସାନବାର୍ଲି ଗ୍ରାମର କମଳା ବରିହାଙ୍କୁ ଚିକିତ୍ସା ସେବା ଅର୍ଥ, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଲକ୍ଷ୍ମୀଧରଙ୍କୁ ୪ ମାସର ଭତ୍ତା ଟଙ୍କା, ଗଜପତି ଜିଲା ତଳିଆପଦା ଗ୍ରାମର ଦିବ୍ୟାଙ୍ଗ ମେଣ୍ଟା ମଲ୍ଲିକଙ୍କୁ ଟ୍ରାଇସାଇକେଲ ସହାୟତା, କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଧନମତି ଛତ୍ରିଆଙ୍କୁ ଆବାସଗୃହ ଯୋଜନା ସହିତ ୧ ହଜାରରୁ ଅଧିକ ଲୋକଙ୍କୁ ଟୁଇଟର ଜରିଆରେ ସମସ୍ୟା ସମାଧାନ କରିଛନ୍ତି ଭାଗୀରଥି। ଏ ନେଇ ଭାଗୀରଥି କୁହନ୍ତି, ମଣିଷଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ଗରିବଙ୍କ ସମସ୍ୟା ସମାଧାନ କରିପାରିଲେ ନିଶ୍ଚିତ ଭଗବାନ ସାହାଯ୍ୟ କରିବେ। ଟୁଇଟର ଯୋଗେ ସମସ୍ୟା ସମାଧାନ କରୁଥିବାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ଅଭିଯୋଗ ମଧ୍ୟ ଆସୁଛି। ସେଥିପ୍ରତି ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri