ଭୂତ ନାହିଁ; ପ୍ରେତ ନାହିଁ

ଭୂତ ନାହିଁ କି ପ୍ରେତ ନାହିଁ, ତାନ୍ତ୍ରିକ କେମିତି ସତ ହେବ? ଯିଏ କହେ ମୁଁ ତାନ୍ତ୍ରିକ, ସେ ଠକ ଛଡ଼ା କିଛି ନୁହେଁ। ଠକିବା ପାଇଁ ତାନ୍ତ୍ରିକ। ନିଜର ପ୍ରତିପତି ସମାଜରେ ବଢ଼ାଇବା ପାଇଁ ତାନ୍ତ୍ରିକ। ନିଜର କଳାକାରନାମା ଲୁଚାଇବାକୁ ତାନ୍ତ୍ରିକ। ନିଜ କଲାକର୍ମରୁ ପାଉଥିବା ପଶ୍ଚାତାପଜନିତ ଯନ୍ତ୍ରଣାରୁ ରକ୍ଷା ପାଇଁ ଏକ ବାଉଳି ହେବା ପ୍ରକ୍ରିୟା ତାନ୍ତ୍ରିକ। ତାନ୍ତ୍ରିକ ମାତ୍ରକେ କିଛି ବେପାର।
ଏଇ ନିକଟରେ ଜଣେ ବ୍ୟକ୍ତି ପ୍ରକାଶ କଲେ ସେ ସାଧନା କରିଛନ୍ତି, ଚାଳିଶ ଲକ୍ଷ ଦୁଇ ପ୍ରେତ ରଖିଛନ୍ତି। ସେ ହେଉଛନ୍ତି ପ୍ରେତ ସଂଘର ସଭାପତି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଲାଣି। କେହି ବି ଏହାକୁ ବିଶ୍ୱାସ କରିବା ଦୂରେ ଥାଉ, ଭଣ୍ଡ ବୋଲି ସମସ୍ତଙ୍କ ଧାରଣା ହେଲା। ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ବିରୋଧର ତୀବ୍ରତା କ୍ଷୀପ୍ର ଥିଲା। କେହି କେହି ସମ ବେଉସାଧାରୀ କହିଲେ, ସେ ଯାହା କହୁଛନ୍ତି ଭୁଲ୍‌ କହୁଛନ୍ତି, କିନ୍ତୁ ଭୂତ ଅଛି। ଭୂତ ଅଛି ବୋଲି ବିଭିନ୍ନ ଉଦାହରଣ ଦେଇ ପ୍ରମାଣିତ କରିବାକୁ ଚାହୁଁଥିଲେ। ଆଗରୁ କହୁଥିବା ଶୁଣାଯାଉଥିଲା, ଲେମ୍ବୁ ମଧ୍ୟରେ ଲକ୍ଷେ ଭୂତ ରଖିଛନ୍ତି। ସତରେ ଭୂତ ଥାଇ ଲାଭ କ’ଣ? ଥିଲେ କେତେ ନ ଥିଲେ କେତେ? କ’ଣ କାମରେ ଲାଗିବ? କରୋନା ମହାମାରୀ ସମୟରେ ଆମେ ଦେଖିଛେ, ସବୁ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ବନ୍ଦ ଥିଲା। ଭୂତ, ପ୍ରେତ କଥା କିଏ ପଚାରେ? ଏ ଭଣ୍ଡ ସବୁ କୁଆଡ଼େ ଯାଇଥିଲେ?
ଭୂତ, ପ୍ରେତ କଥାକୁ ନେଇ ସାରା ବିଶ୍ୱରେ ଊଣାଅଧିକେ ବିଭିନ୍ନ କାଳ୍ପନିକ ଧାରଣା ରହିଛି। ବିଭିନ୍ନ ଧର୍ମ ମଧ୍ୟରେ ବି ଏହାକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ଆଉ ଏହାକୁ ନେଇ କିଛି ଭଣ୍ଡ ବିଭିନ୍ନ ଧର୍ମରେ ନିଜର ବେପାର ମେଲାଇଛନ୍ତି। ମନ ମଧ୍ୟରେ ପ୍ରଶ୍ନ ଆସିପାରେ ସତରେ କ’ଣ ଭୂତ, ପ୍ରେତ ଅଛନ୍ତି? ଏହାର ଉତ୍ତର ନା ନାହିଁ। ଜୀବ ମଲା ପରେ ଶବ ପାଲଟେ। ମୃତଶରୀର ପଚିଶଢ଼ି ମାଟିରେ ମିଶେ। ଜୀବ ମଲା ପରେ ତାହା ଯଦି ଭୂତ ହୁଏ, ପ୍ରେତ ହୁଏ, ତେବେ ପଶୁଜନ୍ତୁ ମଲା ପରେ କେହି ଭୂତ, ପ୍ରେତ ହେବାର ଶୁଣାଯାଏନାହିଁ। କେବଳ ମଣିଷ ମଲା ପରେ ଭୂତ କିମ୍ବା ପ୍ରେତ ହୁଏ ବୋଲି ଆଲୋଚନା ହୁଏ। କାରଣ ମଣିଷର ମଣିଷକୁ ହିଁ ଭୟ, ମଣିଷ କଳାମୁଣ୍ଡିଆ।
ମନରେ ପ୍ରଶ୍ନ ଆସେ ଭୂତ, ପ୍ରେତ ନ ଥିବା ମନରେ ବିଶ୍ୱାସ ହେଲେ ମଧ୍ୟ ମଣିଷ କାହିଁକି ଅନ୍ଧାରକୁ ଡରେ, ଅନ୍ଧାରରେ ଟିକେ ଶବ୍ଦ ହେଲେ କାହିଁକି ଚମକି ପଡ଼େ? ହଁ ଏହାର ଉତ୍ତର ଅଛି। ଛୁଆଟିକୁ ଆମେ ଟିକେ କଥାରେ ହୁଁ ବାୟା ଅଛି, ଭୂତ ଅଛି ବୋଲି ଡରାଇ, ଅଜାଣତରେ ଭୟକୁ ତାହାର ଅସ୍ଥିମଜ୍ଜାଗତ କରିଦେଇଥାଉ। ଛୁଆ ବେଳେ ଯଦି ପଚିଶିକ ପଣକିଆ ଘୋଷିଥିବେ, ମଲା ପର୍ଯ୍ୟନ୍ତ ଆପଣଙ୍କ ମନେ ଥିବ। ଭୟ ଏକ ମାନସିକ ଅବସ୍ଥା।
କେହି କେହି ଗେଲରେ କୁହନ୍ତି, ବଡ଼ ବଡ଼ ଗଛ କଟା ହେବା ଦ୍ୱାରା ସମାଜରେ ଅନ୍ଧବିଶ୍ୱାସ ଦୂର ହେଉଛି, କାରଣ ଯେଉଁ ଭୂତ ସେ ଗଛରେ ଥିଲା ତାହା ମଣିଷ ମନରେ ଆଉ ନାହିଁ। ଆଉ କେହି କେହି କୁହନ୍ତି ଭାରତୀୟ ଚଳଚ୍ଚିତ୍ରରେ ଦେଖାଯାଉଥିବା ଭୂତଗୁଡ଼ିକ ବହୁତ ସୁନ୍ଦର, ବିଦେଶୀ ଚଳଚ୍ଚିତ୍ରରେ ଦେଖାଯାଉଥିବା ଭୂତଗୁଡ଼ିକ ଏତେ ସୁନ୍ଦର ନୁହନ୍ତି। ଯାହା ହେଉ ମଣିଷ କିଛି ଆନନ୍ଦ ପାଉଛି ମନରେ।
ମନରେ ଆହୁରି ପ୍ରଶ୍ନ ଆସେ, ଏ ଭୂତ, ପ୍ରେତ ଭାବନା ମଣିଷ ମନରୁ କିପରି ଦୂର ହେବ? ଦୂର ହେବ, ସମସ୍ତଙ୍କୁ ଆର୍ଥିକଭାବେ ସଶକ୍ତ କରିବାକୁ ହେବ। ଆର୍ଥିକ ଦିଗରେ ସଶକ୍ତ ମଣିଷ ଆତ୍ମସମ୍ମାନର ସହିତ ବଞ୍ଚେ। ଆର୍ଥିକ ସଶକ୍ତ ହିଁ ସମାଜରୁ ଅନେକ ଅନ୍ଧବିଶ୍ୱାସ, କୁସଂସ୍କାର ଅନେକାଂଶରେ ଦୂର କରିବାକୁ ସମର୍ଥ। ଶରୀରରେ ଜର ହେଲେ, ଖଣ୍ଡିଆଖାବରା ହେଲେ ଆମେ ଦେହ ଖରାପ ଅଛି ବୋଲି ହୃଦ୍‌ବୋଧ କରୁ। ମାନସିକଭାବେ ଯନ୍ତ୍ରଣା ପାଉଥିବାକୁ ଆମେ ମାନସିକ ରୋଗ ବୋଲି ଭାବି ଡାକ୍ତର ଦ୍ୱାରା ତାହାର ଉପଶମ କରାଉନା। ବିଦ୍ୟାଳୟରେ ମନସ୍ତତ୍ୱବିତ୍‌ଙ୍କୁ ନିଯୁକ୍ତି ମିଳିଲେ, ଯାବତୀୟ ଭ୍ରାନ୍ତ ଧାରଣାର ଅନେକ ନିରାକରଣ ହୋଇପାରିବ। ଆମ ବିଦ୍ୟାଳୟଗୁଡ଼ିକରେ ତ ଯଥେଷ୍ଟ ଶିକ୍ଷକ ନାହାନ୍ତି, ଏ କଥା କିଏ ପଚାରେ। ଖାଲି ଆମେ ଦଳେ ଭୂତ ଅଛି, ଆଉ ଆମେ ଦଳେ ଭୂତ ନାହିଁ କହି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ସାର ହେବ, ଯାହାର ବେପାର ବୁଡ଼ିବ ତାହାର ଆକ୍ରୋଶର ଶିକାର ହେଉଥିବା…।

  • ଗଣେଶ୍ୱର ନାୟକ
    ଗୋଗଳ, କାଏମା, ଯାଜପୁର
    ମୋ-୯୭୭୭୭୪୯୭୨୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri