ଡୋର୍‌-ଟୁ-ଡୋର୍‌ ଅଳିଆ ସଂଗ୍ରହ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୯।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର କରି ଗଢି ତୋଳିବା ସହ ୧ନଂ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଏମ୍‌ସି ଚେଷ୍ଟା ଜାରି ରଖିଛି। ଏଥିପାଇଁ ବିଭିନ୍ନ ଯୋଜନା ହାତକୁ ନେବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାକୁ ଲକ୍ଷ୍ୟ ରଖି ସହରର ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ଷେତ୍ରରେ ଡୋର୍‌-ଟୁ-ଡୋର ଅଳିଆ ସଂଗ୍ରହକୁ ଆହୁରି ବ୍ୟାପକ କରିବା ପାଇଁ ବିଏମ୍‌ସି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛି। ପ୍ରତ୍ୟେକ ଦିନ ବିଏମ୍‌ସିର ସଫେଇ ଗାଡ଼ି ଘର ଘର ବୁଲି ଅଳିଆ ସଂଗ୍ରହ କରୁଥିଲେ ବି ତାହା ଶତ ପ୍ରତିଶତ ସଫଳ ହୋଇ ପାରିନାହିଁ। ତେଣୁ ଏହାକୁ କିଭଳି ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବ ଏବଂ ବାହାରେ କେଉଁଠାରେ ଅଳିଆ ପଡିବ ନାହିଁ ସେ ନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ବିଏମ୍‌ସି ମୁଖ୍ୟାଳୟରେ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍‌ସିରେ ନିୟୋଜିତ ସ୍ବଚ୍ଛ ସୁପରଭାଇଜର ଓ ଏନ୍‌ଜିଓଗୁଡ଼ିକ ସମୀକ୍ଷା କରାଯାଇଥିଲା। ସହରବାସୀ ଓଦା ଓ ଶୁଖିଲା ଅଳିଆ ପୃଥକ କରି ନିୟମିତ ଭାବେ ସଫେଇ ଗାଡ଼ିରେ ଦେଲେ ହିଁ ବାହାରେ ଅଳିଆ ପଡିବା ବନ୍ଦ ହୋଇ ପାରିବ। ତେବେ ଏଥିପାଇଁ କିଭଳି ଲୋକଙ୍କୁ ସଚେତନ କରାଯିବ ବା କେଉଁ ପଦ୍ଧତିରେ ଯୋଜନାର ସଫଳ ରୂପାୟନ ହୋଇ ପାରିବ ସେ ନେଇ ସ୍ବଚ୍ଛ ସୁପରଭାଇଜର, ଏନ୍‌ଜିଓ, ସାନିଟାରୀ ଇନ୍ସପେକ୍ଟର, ସାନିଟେଶନ୍‌ ଏକ୍ସପର୍ଟ, ଓ୍ବାର୍ଡ ଅଫିସର ସମସ୍ତେ ଟିମ୍‌ ଭାବେ କାମ କରି ଯଥାଶୀଘ୍ର ନିଜର ଷ୍ଟ୍ରାଟେଜି ରିପୋର୍ଟ ପ୍ରଦାନ କରିବେ। ଷ୍ଟ୍ରାଟେଜି ଅନୁଯାୟୀ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି। ବୈଠକରେ ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଆସିଷ୍ଟାଣ୍ଟ କମିଶନର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri