ବିଓଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ୪ର୍ଥ ତ୍ରୈମାସିକରେ ବ୍ୟାଙ୍କ ମୋଟ ୧,୩୫୦ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଥିବା ବେଳେ ବ୍ୟାଙ୍କର ନେଟ୍‌ ଲାଭ ପୂର୍ବ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ତୁଳନାରେ ୧୨୩% ଅଭିବୃଦ୍ଧି ଘଟିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବ୍ୟାଙ୍କର ନେଟ୍‌ ଲାଭ ୩,୪୦୫ କୋଟିରୁ ୪,୦୨୩ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ମୋଟ୍‌ ସୁଧ ଆୟ ପ୍ରାୟ ୩୮% ଅଭିବୃଦ୍ଧି ହାରରେ ୫,୪୯୩ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ଅଣ ସୁଧ ଆୟ ପୂର୍ବ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ୧,୫୮୭ କୋଟି ଟଙ୍କା ରହିଥିବା ବେଳେ ଏହା ଚଳିତ ବର୍ଷ ଏହି ସମୟରେ ପାଖାପାଖି ଦ୍ୱିଗୁଣିତ ହୋଇ ୩,୦୯୯କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କ ରିଟେଲ୍‌, କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ (ରାମ୍‌) ପୋର୍ଟଫୋଲିଓକୁ ୫୫ ରୁ ୫୮%କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି। ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ୯.୯୮ ରୁ ୭.୩୧%କୁ ହ୍ରାସ ପାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର (ସିଆର୍‌ଏଆର୍‌) ୧୬.୨୮%କୁ ବୃଦ୍ଧି ପାଇଛି। ବ୍ୟାଙ୍କର ଗ୍ଲୋବାଲ ଡିପୋଜିଟ୍‌ ୬.୬୪% ଅଭିବୃଦ୍ଧି ହାରରେ ୬,୬୯,୫୮୬ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ଗ୍ଲୋବାଲ ଆଡଭାନ୍ସରେ ୧୨.୮୭ % ବୃଦ୍ଧି ଘଟି ୫,୧୫,୮୫୨ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ବିଭିନ୍ନ ଯୋଜନାବଦ୍ଧ ସ୍ଥାନରେ ଶାଖା ଖୋଲି ବ୍ୟାଙ୍କ ଏହାର ବ୍ୟବସାୟିକ କାର୍ଯ୍ୟକୁ ଆହୁରି ବିସ୍ତାର କରିବାକୁ ଯାଉଛି ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରିଫ ଧାନ କିଣା: ଓଡ଼ିଶାରେ କଷ୍ଟ, ଛତିଶଗଡ଼ରେ ସହଜ

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ):ପୂର୍ବରୁ ଜାନୁୟାରୀ ମାସରେ ରାଜ୍ୟରେ ଖରିଫ ଧାନ କିଣା ଶେଷ ହେଉଥିବାବେଳେ ଏଥର କିନ୍ତୁ ଅଧ ପ୍ରତିଶତ ସରିନାହିଁ। ଯାହାକୁ ନେଇ ସମଗ୍ର...

ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍‌ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

‘ବଞ୍ଚାନ୍ତୁ…’, ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ…

ନୂଆଦିଲ୍ଲୀ,୩।୧: ଭାରତୀୟ ଫୁଟବଲ ସଙ୍କଟରେ ଅଛି। ଇଣ୍ଡିଆନ ସୁପର ଲିଗ (ISL) ହେବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ISL...

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ...

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ...

ନୂଆ ଦାୟିତ୍ୱ ଗ୍ରହଣ କଲେ ଦେଓ ରଞ୍ଜନ, ହେମନ୍ତ ଶର୍ମା

ଭୁବନେଶ୍ୱର,୩ା୧(ସୁନିତ୍‌ ମିଶ୍ର): ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ...

ଆହୁରି ୫ଦିନ ଘନ କୁହଡ଼ି: ଆଗାମୀ ୨୪ ଘଣ୍ଟା ପାଇଁ…

ଭୁବନେଶ୍ୱର,୩ା୧(ବନ୍ଦନା ସେଠୀ): ଘନ କୁହୁଡ଼ି ବଳୟରେ ଅସ୍ତବ୍ୟସ୍ତ ଜୀବନ। ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ...

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri