ବେଧଡ଼କ ଚାଲିଛି ବେଆଇନ ଚିମିନୀ ଇଟାଭାଟି

କୋରେଇ,୨୫।୪: (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ପଥରପଦା ମୌଜାରେ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜର ବେଆଇନ ଚିମିନ ଇଟାଭାଟି ଚଳାଇଛନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଅଧିକାରୀଙ୍କ ଇଟା ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ସମ୍ପୃକ୍ତ ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ପରିବେଶ ପ୍ରଦୂଷିତ ହେବା ସହିତ ଏଥିରୁ ନିଗତ ଧୂଆଁ ଓ ଧୂଳି ଦ୍ୱାର ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବ୍ୟକ୍ତିଗତ କିଛି ଜମିରେ ଇଟାଭାଟି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମ୍ପୃକ୍ତ ଭାଟି ମାଲିକ ବେଆଇନ ଭାବେ ଏକାଧିକ ଏକର ସରକାରୀ ଜମିରେ ଇଟା ପ୍ରସ୍ତୁତ ପାଇଁ ମେଟେରିଆଲ ଠୁଳ କରିଛନ୍ତି। ଇଟା ନିର୍ମାଣ ପାଇଁ କଞ୍ଚା ମାଲ ସ୍ବରୂପ ମାଟି ଓ ବାଲିିକୁ ବୈତରଣୀ ନଦୀ ପଠାରୁ ସଂଗ୍ରହ କରାଯାଉଥିବାର ସୂଚନା ମିଳିଛି। ନଦୀପଠାରେ ଥିବା ମାଟି ଓ ବାଲି ଉଠାଇ ଅଣାଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ନଦୀସଯ୍ୟା ବଢ଼ି ଚାଲିଛି, ଯଦ୍ଦ୍ବାରା ନଦୀ କୂଳରେ ଅବସ୍ଥିତ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଚିମିନୀ ଇଟାଗୁଡ଼ିକୁ ପୋଡ଼ିବାକୁ କାଠର ଆବଶ୍ୟକତା ହେତୁ ଜଙ୍ଗଲ କ୍ଷୟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି। ମୃତ୍ତିକାକ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ପୋଡ଼ା ଇଟା ନିର୍ମାଣରେ ରୋକ ଲଗାଇଛନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ପଥରପଦା ମୌଜାରେ ଆଇନ ଉଲ୍ଲଂଘନ କରାଯାଇ ଇଟା ପୋଡ଼ାଚାଲୁଛି। ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)କାମ କରୁଛି। ଚିମିନୀ ଇଟାଭାଟି ପରିଚାଳନା ପାଇଁ କନସେଣ୍ଟ ଟୁ ଅପରେଟ(ସିଟିଓ) କିମ୍ବା ଏନଭାଇରନମେଣ୍ଟ କ୍ଲିଅରାନ୍ସ(ଇସି) ଆବଶ୍ୟକ। ମାତ୍ର ଏସବୁ ନ ଥାଇ କିଭଳି ଏଠାରେ ଏହି ବେଆଇନ ଭାଟି ଚାଲୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇଟାଭାଟି ମାଲିକଙ୍କ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜିଦେଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ସରକାରୀ ଅଧିକାରୀ ଯାତାୟାତ କରୁଛନ୍ତି। ହେଲେ ଇଟାଭାଟି ଉପରେ କାହାର ନଜର ପଡୁନାହିଁ। ଏହି ଚୋରା କାରବାରରେ ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତଥିବାରୁ ଅଧିକାରୀମାନେ ଭାଟି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭୟ କରୁଥିବା ଚର୍ଚ୍ଚା ହେଉଛି।
ଏଥିସହିତ ବ୍ୟାସନଗର ତହସିଲ ଓ କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟର କେତେଜଣ ତଳିଆ କର୍ମଚାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ କୋରେଇ ଅଞ୍ଚଳରେ ଏହିପରି ଅନେକ ବ୍ୟବସାୟୀ ନିଜର ଛୋଟ ବଡ଼ ବେଆଇନ ଚିମିନୀ ଇଟାଭାଟି ଚଳାଉଥିବା ସୂଚନା ମିଳିଛି। ଏନେଇ ଅଭିଯୋଗ ହେଲେ କାଁଭାଁ ଚଢ଼ାଉ କରି କିଛି ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ଯେଉଁ ଆକାରରେ ରାଜସ୍ବ ଆଦାୟ ହବାକଥା ତାହା ହେଉନାହିଁ। ଚିମିନୀ ମାଲିକମାନେ ଇଟା ତିଆରି କରି ବିପୁଳ ଟଙ୍କା ଲାଭ ପାଉଥିବାବେଳେ ଅଧିକାରୀମାନେ ମଧ୍ୟ ମାଲାମାଲ ହେଉଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri