ୟେମେନରେ ଦଳା ଚକଟା, ୮୫ରୁ ଅଧିକ ମୃତ…

ସାନା,୨୦।୪ : ବୁଧବାର ବିଳମ୍ବିତ ରାତିରେ ୟେମେନର ରାଜଧାନୀରେ ଏକ ବିଦ୍ୟାଳୟରେ ହେଉଥିବା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳା ଚକଟା ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ ୮୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସାନାର ମଧ୍ୟଭାଗରେ ଥିବା ଓଲ୍ଡ ସିଟିରେ ଶହ ଶହ ଗରିବ ଲୋକ ବ୍ୟବସାୟୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ।
ହୁତି ବିଦ୍ରୋହୀଙ୍କ ଅଲ-ମେସେରା ସାଟେଲାଇଟ ଟିଭି ଚ୍ୟାନେଲ ଅନୁଯାୟୀ ସାନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମୋଟାହର ଅଲ-ମାରୁନି ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଦ୍ରୋହୀମାନେ ସଙ୍ଗେ ସଙ୍ଗେ ସେହି ବିଦ୍ୟାଳୟକୁ ସିଲ କରିଥିଲେ ଏବଂ ଖବରଦାତାଙ୍କ ସମେତ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ର ହୁତିମାନେ ଫାଙ୍କା ଗୁଳି ଚଳାଇଥିଲେ। ତେବେ ଗୁଳି ଏକ ବୈଦ୍ୟୁତିକ ତାରରେ ବାଜି ବିସ୍ଫୋରଣ ହୋଇଥିଳା। ଏହାଦ୍ୱାରା ସହାୟତା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଏହାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri