Posted inଜାତୀୟ

ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…

ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ କର୍ମୀଙ୍କ ନେଟୱାର୍କକୁ ସକ୍ରିୟ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଏହା ସହିତ ଆଇଏସଆଇ ପିଓକେର ମୁରିଦକେ ନିକଟରେ ଏକ ଆତଙ୍କବାଦୀ ତାଲିମ ଶିବିର ଚଳାଉଛି। ଯେଉଁଠାରେ ମହିଳାମାନଙ୍କୁ ଆତଙ୍କବାଦ ଉପରେ ସ୍ବତନ୍ତ୍ର ତାଲିମ ଦିଆଯାଉଛି ।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଲଗାତାର ଦମନମୂଳକ କାର୍ଯ୍ୟକ୍ରମରେ ରାଗିଯାଇ ପାକିସ୍ତାନ ଆତଙ୍କବାଦକୁ ବିସ୍ତାର କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି ବୋଲି ଭାରତୀୟ ଗୁପ୍ତଚର ଏଜେନ୍ସି ପକ୍ଷରୁ କୁହାଯାଇଛି। ମହିଳାମାନଙ୍କ ମାଧ୍ୟମରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଜମ୍ମୁ-କଶ୍ମୀରରେ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସଦସ୍ୟମାନେ ଆତଙ୍କବାଦୀଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନେ ଆତଙ୍କବାଦୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିଥାନ୍ତି । ରାଜ୍ୟରେ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସମସ୍ୟ ଭାବେ ଆଇଏସଆଇ କେବଳ ସେହି ମହିଳାମାନଙ୍କୁ ପ୍ରାଥମିକତା ଦେଉଛି ଯେଉଁମାନଙ୍କର ପରିବାର ସଦସ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି କିମ୍ବା ଯେଉଁମାନେ ସିଧାସଳଖ ଆତଙ୍କବାଦୀଙ୍କ ସହ ଜଡିତ ଅଛନ୍ତି। ସୂତ୍ରରୁ ପ୍ରକାଶ ଓଭରଗ୍ରାଉଣ୍ଡ ଏବଂ ଅଣ୍ଡରଗ୍ରାଉଣ୍ଡ ସଦସ୍ୟଙ୍କ ମାଧ୍ୟମରେ ବର୍ତ୍ତମାନ ଆଇଏସଆଇ ଚାହୁଁଛି, ସେମାନେ ରାଜ୍ୟରେ ଆଇଇଡି ଷ୍ଟିକି ବୋମା ଲଗାନ୍ତୁ।

ସମ୍ପ୍ରତି ପାକିସ୍ତାନ କ୍ରମାଗତ ଭାବରେ ଡ୍ରୋନ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ଆଇଇଡି ଷ୍ଟିକି ବୋମା ପଠାଉଛି। ଏସବୁକୁ ସ୍ଥାପନ କରିବା ଅତି ସହଜ। ଡ୍ରୋନ ମାଧ୍ୟମରେ ପାକିସ୍ତାନ ଦ୍ୱାରା ପଠାଯାଇଥିବା ଏହି ବୋମା ଦୁଇଟି ତାରକୁ ସଂଯୋଗ କରି ସକ୍ରିୟ କରାଯାଇପାରିବ। ଯାହା ମହିଳାମାନେ ସହଜରେ କରିପାରିବେ।

ଏହି କାର୍ଯ୍ୟ ପାଇଁ ମହିଳାମାନେ ଆଇଏସଆଇର ପ୍ରଥମ ପସନ୍ଦ କାରଣ ସୁରକ୍ଷା ବାହିନୀ ସାଧାରଣତଃ ମହିଳାମାନଙ୍କୁ ସନ୍ଦେହ କରନ୍ତି ନାହିଁ। ଏହି ପ୍ରଶିକ୍ଷଣରେ, ମହିଳାମାନଙ୍କୁ ଧାର୍ମିକ ଶିକ୍ଷା ସହିତ ଅସ୍ତ୍ରଶସ୍ତ୍ର ପରିଚାଳନା ତାଲିମ ଏବଂ ଆଇଡି ସକ୍ରିୟ କରିବା ତଥା ଏହାକୁ ପ୍ରୟୋଗ କରିବା ଶିକ୍ଷା ମଧ୍ୟ ଦିଆଯାଉଛି। ଏହା ପଛରେ ପାକିସ୍ତାନର ଉଦ୍ଦେଶ୍ୟ ହେଉଛି ତାଲିମ ପରେ ଏହି ମହିଳାମାନଙ୍କୁ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ସ୍ତ୍ରୀ କିମ୍ବା ସମ୍ପର୍କୀୟ କରି ପଠାଇ ପାରିବ। ଯେଉଁଠାରେ ଏହି ମହିଳାମାନେ ନିଜର ନେଟୱାର୍କ ସ୍ଥାପନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri