Posted inଜାତୀୟ

ସମଲିଙ୍ଗୀ ବିବାହ ମାମଲା ଶୁଣାଣି ଆରମ୍ଭ: ସମାଜରେ ସ୍ବୀକୃତି ମିଳିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ଦାବିର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ଆବେଦନଗୁଡ଼ିକର ଶୁଣାଣି କରୁଛି। ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ମଧ୍ୟ ଶୁଣାଯାଉ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ସରକାରଙ୍କ ପକ୍ଷ ନେଇ କହିଛନ୍ତି, କେନ୍ଦ୍ର ଏହି ମାମଲା ସୁପ୍ରିମକୋର୍ଟରେ ବିଚାର ନ କରାଯାଉ ବୋଲି ଆପତ୍ତିି ଉଠାଇଛିି। କେନ୍ଦ୍ର କହିଛି ସମଲିଙ୍ଗୀ ବିବାହ ଉପରେ ସଂସଦକୁ ନିଷ୍ପତ୍ତି ନେବାକୁ ଦିଆଯାଉ। ତେବେ ଏ ନେଇ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଆମେ ଏ ଶୁଣାଣିର ଦାୟିତ୍ୱରେ ଅଛୁ। ତେଣୁ କେଉଁ ମାମଲାର ଶୁଣାଣି କରିବୁ ଏବଂ କିପରି ଭାବେ କରିବୁ ତାହା ଆମେ ସ୍ଥିର କରିବୁ। ଶୁଣାଣି କରିବୁ କି ନାହିଁ, ଏ ନେଇ ଆମକୁ ଜଣାଇବାକୁ କାହାକୁ ଅନୁମତି ଦେଇ ନାହଁୁ।

ଜଣେ ଆବେଦନକାରୀ ତାଙ୍କ ପିଟିଶନରେ କହିଛନ୍ତି କି, ସମଲିଙ୍ଗୀଙ୍କ ମଧ୍ୟରେ ଏକତା ପାଇଁ ଏହି ବିବାହକୁ ସ୍ବୀକୃତି ମିଳିବା ଆବଶ୍ୟକ। ଏଥିସହିତ ଅନ୍ୟ ଜଣେ ଆବେଦନକାରୀ ତାଙ୍କ ପିଟିଶନରେ କହିଛନ୍ତି ଯେ, ସମଲିଙ୍ଗୀଙ୍କୁ ତାଙ୍କ ଅଧିକାର ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କ ବିବାହକୁ ଆଇନଗତ ସ୍ବୀକୃତି ମିଳିଲେ ଏହିି ସମସ୍ୟା ଦୂର ହୋଇଯିବ।

ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ନବତେଜ ମାମଲା ପରଠାରୁ ସମାଜରେ ସମଲିଙ୍ଗୀ ସମ୍ପର୍କକୁ ବହୁ ସ୍ବୀକୃତି ମିଳିଛିି ଏବଂ ଏହା ଆମ ପାଇଁ ବଡ଼ ସଫଳତା। ଆଗାମୀ ଭବିଷ୍ୟତ ପାଇଁ ଏହିଭଳି ପ୍ରସଙ୍ଗକୁ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

ପ୍ରବଳ ଥଣ୍‌ଡା ଓ କୁହୁଡି ଯୋଗୁ ସ୍କୁଲ-କଲେଜ ଛୁଟି ଘୋଷଣା, ମୁଖ୍ୟମନ୍ତ୍ରୀ ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ପାଇଁ ଜାନୁଆରୀ 5...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଜୟଶଙ୍କରଙ୍କ ବଡ଼ ବୟାନ: କହିଲେ ଆମ ପଡ଼ୋଶୀମାନେ ଭଲ ନୁହନ୍ତି, ଭାରତ କାହାକୁ ତା’ର…

ନୂଆଦିଲ୍ଲୀ,୨ା୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଆଇଆଇଟି ମାଡ୍ରାସର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri