ଏଇ ଭାରତରେ

ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ବାହ୍ୟ ସଂସ୍କୃତି ଉପରେ କଟକଣା ଲଗାଇବା ସହିତ ଖର୍ଚ୍ଚକାଟ କରିବା ଲାଗି ଏକ ଅଜବ ନିଷ୍ପତ୍ତି ନିଆଯାଇଥିବା ଘଟଣା ସାମ୍‌ନାକୁ ଆସିଛି ହିମାଚଳ ପ୍ରଦେଶରେ। ଉକ୍ତ ରାଜ୍ୟର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। କେବଳ ଏତିକି ନୁହେଁ, ପର୍ବପର୍ବାଣିରେ ବାହ୍ୟ ସଂସ୍କୃତିର ମିଶ୍ରଣକୁ ରୋକିବା ପାଇଁ ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇଛି। ପଞ୍ଚାୟତ ମୁଖ୍ୟ ସୋନମ ଜାଙ୍ଗପୋ କହିଛନ୍ତି, ଗ୍ରାମ ସଭା ବୈଠକରେ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ବିୟର ପରଷା ଯିବା ଉପରେ ନିଷେଧାଦେଶ ଜାରି କାରାଯିବା ସହ ବାହ୍ୟ ସଂସ୍କୃତିର ମିଶ୍ରଣ ତଥା ଖର୍ଚ୍ଚକୁ ରୋକିବା ସକାଶେ ସହମତ ପ୍ରକାଶ ପାଇଛି। ଜିଲା ପରିଷଦ ସଦସ୍ୟ କୁଙ୍ଗା ବୋଡ ଆଶା ପ୍ରକଟ କରିଛନ୍ତି, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣକୁ ନେଇ ଯୁବକମାନେ ମଧ୍ୟ ଚିନ୍ତିତ ଥିବାରୁ ବାହ୍ୟ ସଂସ୍କୃତିର ପ୍ରଭାବକୁ ହଟାଇବା ପାଇଁ ପଦକ୍ଷେପ ନିଆଯିବ। ରୋହତଙ୍ଗ ପାସ ଅନ୍ତର୍ଗତ ଅଟଳ ଟନେଲ ନିର୍ମାଣ ପରେ କେଲଙ୍ଗକୁ ପର୍ଯ୍ୟଟକଙ୍କ ଆସିବା ବହୁଗୁଣିତ ହୋଇଛି। ସେଠାକାର ପାରମ୍ପରିକ ସଂସ୍କୃତି ଓ ପରମ୍ପରା ଏବଂ ପରିବେଶ କିଭଳି ଉଜ୍ଜୀବିତ ରହିବ ସେଥିପାଇଁ ପଞ୍ଚାୟତବାସୀ ସଚେତନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri