୫୦ ହଜାର କୋଭିଡ୍‌ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସ୍ଥିତି ସଂକଟମୟ ନ ଥିଲେ ବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ସତର୍କତା ଅବଲମ୍ବନ କରାଯାଉଛି। ଏହି ପରିପ୍ରେକ୍ଷୀରେ କରୋନା ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୫୦ ହଜାର ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ଗତ ଜାନୁୟାରୀରେ ଯେଉଁ ଟିକା ଆସିଥିଲା, ତାହା ଫେବୃୟାରୀ ୮ରେ ସରିଯାଇଛି। ଓଡ଼ିଶାରେ ୯୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ସେହିପରି ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ତେବେ ମାତ୍ର ୪୧ ପ୍ରତିଶତ ଲୋକ ପ୍ରିକସନ ବା ବୁଷ୍ଟର ଡୋଜ ନେଇଛନ୍ତି। ଏହା ଜାତୀୟ ସ୍ତରରୁ ଅଧିକ ହୋଇଥିଲେ ମଧ୍ୟ ସମସ୍ତେ ବୁଷ୍ଟର ଡୋଜ୍‌ ନେବା ଆବଶ୍ୟକ ବୋଲି ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ କି ନାହିଁ ସେ ନିଷ୍ପତ୍ତି ସରକାର ନେବେ। ବର୍ତ୍ତମାନ ସଂକ୍ରମଣର ଭୟାବହତା କମ୍‌ ଅଛି। ରୋଗୀ ସେତେ ସିରିୟସ ହେଉନାହାନ୍ତି। ମେଡିକାଲରେ ମଧ୍ୟ କମ୍‌ ସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉଛନ୍ତି। ଏ ଯାଏ ଆଇସିୟୁର ବ୍ୟବହାର ହୋଇନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ସଚେତନ ଅଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ସେହିପରି ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ସୋମବାର ରାଜ୍ୟରେ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରୁ ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରେ ଏବେ ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ବର୍ତ୍ତମାନ ୧୬ଟି ଜିଲାରୁ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲହର ଆସିଲେ ସଂଖ୍ୟା ବଢ଼ିବ ଏବଂ ଏହା କେତେଦିନ ରହିବ ତାହା ଆକଳନ କରି ହେବନାହିଁ। ଯେଉଁ ରାଜ୍ୟରେ କୋଭିଡ୍‌ ସଂଖ୍ୟା ବଢୁଥିଲା, ଏବେ ସେଠାରେ କମିଲାଣି। ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିବାବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି। ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବାବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri